ଦ୍ୱନ୍ଦ୍ୱରେ ପକାଇଲା ପୁଲିସ ଟ୍ୱିଟ୍‍, ବିବାହ ପାଇଁ ୫୦ ନୁହେଁ ୧୦୦ ଜଣଙ୍କୁ ଅନୁମତି

The Sakala Picture
Published On

ଭୁବନେଶ୍ୱର: କୋଭିଡ଼ ସମୟରେ ଲୋକେ ଆତଙ୍କରେ ଅଛନ୍ତି। ଆଗକୁ କଣ ହେବ? ଅନ୍ୟ ସହର ଭଳି ଏଠାରେ କର୍ଫ୍ୟୁ ଲାଗୁ ହେବ କି? ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଖାଣ୍ଟି ହେଉଛି। ଅନେକ ଲୋକେ ତ୍ୱରିତ ସୂଚନା ପାଇଁ କମିସନରେଟ ପୁଲିସର ଟ୍ୱିଟ୍‍କୁ ଫଲୋ କରୁଛନ୍ତି। କିନ୍ତୁ ଏଭଳି ସମୟରେ କମିସନରେଟ ପୁଲିସ ଏସ୍‍ଆରସିଙ୍କ ଗତବର୍ଷର ଗାଇଡ୍‍ଲାଇନ୍‍କୁ ଟ୍ୱିଟ୍‍ କରି ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ବିଏମ୍‍ସି ପୂର୍ବରୁ ଗୋଟିଏ ଗାଇଡ୍‍ଲାଇନ୍‍ ଜାରି କରିଥିବା ବେଳେ କମିସନରେଟ […]

ଭୁବନେଶ୍ୱର: କୋଭିଡ଼ ସମୟରେ ଲୋକେ ଆତଙ୍କରେ ଅଛନ୍ତି। ଆଗକୁ କଣ ହେବ? ଅନ୍ୟ ସହର ଭଳି ଏଠାରେ କର୍ଫ୍ୟୁ ଲାଗୁ ହେବ କି? ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଖାଣ୍ଟି ହେଉଛି। ଅନେକ ଲୋକେ ତ୍ୱରିତ ସୂଚନା ପାଇଁ କମିସନରେଟ ପୁଲିସର ଟ୍ୱିଟ୍‍କୁ ଫଲୋ କରୁଛନ୍ତି। କିନ୍ତୁ ଏଭଳି ସମୟରେ କମିସନରେଟ ପୁଲିସ ଏସ୍‍ଆରସିଙ୍କ ଗତବର୍ଷର ଗାଇଡ୍‍ଲାଇନ୍‍କୁ ଟ୍ୱିଟ୍‍ କରି ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ବିଏମ୍‍ସି ପୂର୍ବରୁ ଗୋଟିଏ ଗାଇଡ୍‍ଲାଇନ୍‍ ଜାରି କରିଥିବା ବେଳେ କମିସନରେଟ ପୁଲିସର ଏହି ପୁରୁଣା ଗାଇଡ୍‍ଲାଇନ ଟ୍ୱିଟ୍‍ ଲୋକଙ୍କ ସମସ୍ୟା ବଢ଼ାଇଛି। ସବୁଠୁ ବଡ଼କଥା ହେଲା କମିସନରେଟ ପୁଲିସର ଏଭଳି ପୁରୁଣା ଟ୍ୱିଟ୍‍କୁ ଦେଖି ଅନେକ ବୈଦ୍ୟୁତିକ ଗଣମାଧ୍ୟମ ଖବର ପରିବେଷଣ କରିଥିଲେ। ତାହାକୁ ନେଇ ମଧ୍ୟ ଲୋକେ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲେ। ବିଭିନ୍ନ ସ୍ଥାନରୁ କମିସନରେଟ ପୁଲିସକୁ ଘନଘନ ଫୋନ୍‍ କଲ୍‍ ଆସିଥିଲା। ଶେଷରେ ବିଏମ୍‍ସିର ନୂତନ ଗାଇଡ୍‍ଲାଇନ୍‍କୁ ପୁଣିଥରେ ଟ୍ୱିଟ୍‍ କରି କମିସନରେଟ ପୁଲିସ ନିଜର ଭୁଲ ସୁଧାରିଥିଲା। ଏନେଇ ପୁଲିସ କମିସନରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସହରରେ କଟକଣା କରିବାର କ୍ଷମତା କେବଳ ବିଏମ୍‍ସି କମିସନରଙ୍କର। ତେଣୁ ପୁଲିସ ଏହା କରିପାରିବ ନାହିଁ। ଭୁଲରେ ପୁରୁଣା ଗାଇଡ୍‍ଲାଇନ୍‍ ଟ୍ୱିଟ୍‍ ହୋଇଯାଇଥିଲା। ଏହାକୁ ପରବର୍ତ୍ତୀ ସମୟରେ ସୁଧାରି ନିଆଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

10 Apr 2021 By The Sakala

ଦ୍ୱନ୍ଦ୍ୱରେ ପକାଇଲା ପୁଲିସ ଟ୍ୱିଟ୍‍, ବିବାହ ପାଇଁ ୫୦ ନୁହେଁ ୧୦୦ ଜଣଙ୍କୁ ଅନୁମତି

ଭୁବନେଶ୍ୱର: କୋଭିଡ଼ ସମୟରେ ଲୋକେ ଆତଙ୍କରେ ଅଛନ୍ତି। ଆଗକୁ କଣ ହେବ? ଅନ୍ୟ ସହର ଭଳି ଏଠାରେ କର୍ଫ୍ୟୁ ଲାଗୁ ହେବ କି? ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଖାଣ୍ଟି ହେଉଛି। ଅନେକ ଲୋକେ ତ୍ୱରିତ ସୂଚନା ପାଇଁ କମିସନରେଟ ପୁଲିସର ଟ୍ୱିଟ୍‍କୁ ଫଲୋ କରୁଛନ୍ତି। କିନ୍ତୁ ଏଭଳି ସମୟରେ କମିସନରେଟ ପୁଲିସ ଏସ୍‍ଆରସିଙ୍କ ଗତବର୍ଷର ଗାଇଡ୍‍ଲାଇନ୍‍କୁ ଟ୍ୱିଟ୍‍ କରି ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ବିଏମ୍‍ସି ପୂର୍ବରୁ ଗୋଟିଏ ଗାଇଡ୍‍ଲାଇନ୍‍ ଜାରି କରିଥିବା ବେଳେ କମିସନରେଟ ପୁଲିସର ଏହି ପୁରୁଣା ଗାଇଡ୍‍ଲାଇନ ଟ୍ୱିଟ୍‍ ଲୋକଙ୍କ ସମସ୍ୟା ବଢ଼ାଇଛି। ସବୁଠୁ ବଡ଼କଥା ହେଲା କମିସନରେଟ ପୁଲିସର ଏଭଳି ପୁରୁଣା ଟ୍ୱିଟ୍‍କୁ ଦେଖି ଅନେକ ବୈଦ୍ୟୁତିକ ଗଣମାଧ୍ୟମ ଖବର ପରିବେଷଣ କରିଥିଲେ। ତାହାକୁ ନେଇ ମଧ୍ୟ ଲୋକେ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲେ। ବିଭିନ୍ନ ସ୍ଥାନରୁ କମିସନରେଟ ପୁଲିସକୁ ଘନଘନ ଫୋନ୍‍ କଲ୍‍ ଆସିଥିଲା। ଶେଷରେ ବିଏମ୍‍ସିର ନୂତନ ଗାଇଡ୍‍ଲାଇନ୍‍କୁ ପୁଣିଥରେ ଟ୍ୱିଟ୍‍ କରି କମିସନରେଟ ପୁଲିସ ନିଜର ଭୁଲ ସୁଧାରିଥିଲା। ଏନେଇ ପୁଲିସ କମିସନରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସହରରେ କଟକଣା କରିବାର କ୍ଷମତା କେବଳ ବିଏମ୍‍ସି କମିସନରଙ୍କର। ତେଣୁ ପୁଲିସ ଏହା କରିପାରିବ ନାହିଁ। ଭୁଲରେ ପୁରୁଣା ଗାଇଡ୍‍ଲାଇନ୍‍ ଟ୍ୱିଟ୍‍ ହୋଇଯାଇଥିଲା। ଏହାକୁ ପରବର୍ତ୍ତୀ ସମୟରେ ସୁଧାରି ନିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର