ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୯୧୧ ଜଣ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୩୧ ଜଣ ଚିହ୍ନଟ ହୋଇଥିବ ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୮୦ ଜଣ ରହିଛି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୪ ଜଣକୁ ବୃଦ୍ଧି ପାଇଥିବା ବେଳେ ୯ ଲକ୍ଷ ୮୩ ହଜାର ୨୪୫ ଜଣ ସଂକ୍ରମିତ ସୁସ୍ଥ ହେଲେଣି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୧୬ ଜଣ ପଜିଟିଭ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୫୨ ଜଣ, କଟକରୁ ୮୮ ଜଣ,ବାଲେଶ୍ବରରୁ ୫୧ ଜଣ,ଯାଜପୁରରୁ ୪୯ ଜଣ,ମୟୂରଭଞ୍ଜରୁ ୩୮ ଜଣ, କେନ୍ଦ୍ରାପଡ଼ାରୁ ୩୧ ଜଣ,ପୁରୀରୁ ୩୦ ଜଣ, ଜଗତସିଂହପୁରରୁ ୨୪ ଜଣ, ଅନୁଗୁଳରୁ ୨୩ ଜଣ,ନୟାଗଡ଼ରୁ ୧୯ ଜଣ,ଢ଼େଙ୍କାନାଳରୁ ୧୬ ଜଣ, ସମ୍ବଲପୁରରୁ ୧୩ ଜଣ, ଭଦ୍ରକରୁ ୧୨ ଜଣ, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରୁ ୧୦ ଜଣ ଲେଖାଏଁ,ରାୟଗଡ଼ାରୁ ୮ ଜଣ, ବରଗଡ଼,ମାଲକାନଗିରି, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରୁ ୭ ଜଣ ଲେଖାଏଁ, ଗଜପତିରୁ ୬ ଜଣ, ବଲାଙ୍ଗୀରୁ ୫ ଜଣ,ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରୁ ୪ ଜଣ ଲେଖାଏଁ,ସୋନପୁରରୁ ୩ ଜଣ, ଝାରସୁଗୁଡ଼ାରୁ ୨ ଜଣ ଏବଂ ଷ୍ଟେଟ ପୋଲରୁ ୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ରାଜ୍ୟରେ ଆଜି ୬୬ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଏଥିସହ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୭୨୮୯ କୁ ବୃଦ୍ଧି ପାଇଛି ।
ମୃତକଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲାରୁ ସର୍ବାଧିକ ୧୧ଜଣ, କଟକ ଜିଲ୍ଲାରୁ ୧୦ଜଣ, ଢେଙ୍କାନାଳ ଜିଲ୍ଲାରୁ ୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭ଜଣ, ଅନୁଗୁଳ ଏବଂ ଯାଜପୁର ଜିଲ୍ଲାରୁ ୬ଜଣ ଲେଖାଏଁ, ଭଦ୍ରକ ଜିଲ୍ଲାରୁ ୫ଜଣ, ବାଲେଶ୍ୱର ଜିଲ୍ଲାରୁ ୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ଜଣ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼ ଜିଲ୍ଲାରୁ ୨ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।