ହିନ୍ଦୋଳ ଓ ଅତାବିର NAC ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ ଜିଲ୍ଲାର ଅତାବିରା ଏନ୍‌ଏସିର କାର୍ଯ୍ଯକାଳ ଆସନ୍ତା ଏପ୍ରିଲ ୧୨ ତାରିଖରେ ଶେଷ ହେଉଛି। ଏହା ପୂର୍ବରୁ ଏହି ଦୁଇ ସ୍ଥାନରେ ନିର୍ବାଚନ କରିବା ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଏପ୍ରିଲ ୩ ତାରିଖରେ ଏହି ଦୁଇ ଏନ୍‌ଏସି ପାଇଁ ଭୋଟ୍ ଗ୍ରହଣ କରାଯିବ। ଏ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ  ସୂଚନା ଦିଆଯାଇଛି। ଏହା ସହିତ ଆଜିଠାରୁ ଏପ୍ରିଲ ୫ ତାରିଖ ପର୍ଯ୍ଯନ୍ତ ସଂପୃକ୍ତ ବିଜ୍ଞାପିତ […]

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ ଜିଲ୍ଲାର ଅତାବିରା ଏନ୍‌ଏସିର କାର୍ଯ୍ଯକାଳ ଆସନ୍ତା ଏପ୍ରିଲ ୧୨ ତାରିଖରେ ଶେଷ ହେଉଛି। ଏହା ପୂର୍ବରୁ ଏହି ଦୁଇ ସ୍ଥାନରେ ନିର୍ବାଚନ କରିବା ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଏପ୍ରିଲ ୩ ତାରିଖରେ ଏହି ଦୁଇ ଏନ୍‌ଏସି ପାଇଁ ଭୋଟ୍ ଗ୍ରହଣ କରାଯିବ। ଏ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ  ସୂଚନା ଦିଆଯାଇଛି। ଏହା ସହିତ ଆଜିଠାରୁ ଏପ୍ରିଲ ୫ ତାରିଖ ପର୍ଯ୍ଯନ୍ତ ସଂପୃକ୍ତ ବିଜ୍ଞାପିତ ଅଞ୍ଚଳରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।

ସୂଚନା ଅନୁଯାୟୀ, ଏହି ନିର୍ବାଚନ ପାଇଁ ମାର୍ଚ୍ଚ ୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୯ରୁ ଆଶାୟୀମାନେ ନାମାଙ୍କପତ୍ର ମାର୍ଚ୍ଚ ୧୫ ତାରିଖ ପର୍ଯ୍ଯନ୍ତ ଦାଖଲ କରିପାରିବେ। ୧୭ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ୨୦ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ। ତା’ପରେ ଏପ୍ରିଲ ୩ରେ ଭୋଟ୍ ଗ୍ରହଣ ହେବ ଓ ୫ ତାରିଖରେ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ଏହା ପରେ ଏପ୍ରିଲ ୧୯ ତାରିଖରେ ଏନ୍‌ଏସି ଉପାଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

About The Author: The Sakala