ବାଇକକୁ ଧକ୍କା ଦେଲା ଟ୍ରକ; ବାପ-ଝିଅ ମୃତ, ଅଳ୍ପକେ ବର୍ତ୍ତିଲା ଭଣଜା

The Sakala Picture
Published On

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ଆଜି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୧୨ ବର୍ଷର ଝିଅ ସମେତ ବାପାଙ୍କର ମୃତ୍ୟୁ ହୋଇଛି । ଆଉ ସୌଭାଗ୍ୟ ବଶତଃ ଅଳ୍ପକେ ଭଣଜା ବର୍ତ୍ତି ଯାଉଛନ୍ତି । ସୂଚନା ଅନୁସାରେ, ତାଳଚେର ଗୋଡ଼ିବନ୍ଧ ଅଞ୍ଚଳରେ ରହୁଥିବା ଏମଡି ଆସିଫ ଏକ ମୋଟରସାଇକେଲରେ ତାଙ୍କ ୧୨ବର୍ଷର ଝିଅ ଏବଂ ଭଣଜା ଏମଡି କ୍ଷୀରୋଦଲାଲଙ୍କ ସହ ତାଳଚେର ବଜାରକୁ ଆସିଥିଲେ । ବଜାରରୁ ସଉଦାପତ୍ର କିଣି ସେ ଗୋଡିବନ୍ଧ […]

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ଆଜି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୧୨ ବର୍ଷର ଝିଅ ସମେତ ବାପାଙ୍କର ମୃତ୍ୟୁ ହୋଇଛି । ଆଉ ସୌଭାଗ୍ୟ ବଶତଃ ଅଳ୍ପକେ ଭଣଜା ବର୍ତ୍ତି ଯାଉଛନ୍ତି ।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

ସୂଚନା ଅନୁସାରେ, ତାଳଚେର ଗୋଡ଼ିବନ୍ଧ ଅଞ୍ଚଳରେ ରହୁଥିବା ଏମଡି ଆସିଫ ଏକ ମୋଟରସାଇକେଲରେ ତାଙ୍କ ୧୨ବର୍ଷର ଝିଅ ଏବଂ ଭଣଜା ଏମଡି କ୍ଷୀରୋଦଲାଲଙ୍କ ସହ ତାଳଚେର ବଜାରକୁ ଆସିଥିଲେ । ବଜାରରୁ ସଉଦାପତ୍ର କିଣି ସେ ଗୋଡିବନ୍ଧ ଆଡକୁ ଫେରୁଥିବା ବେଳେ ବାଙ୍କଧରା ଛକ ନିକଟରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବାପା ଆସିଫ ଓ ଝିଅର ମୃତ୍ୟୁ ହୋଇଥିଲା । ଭଣଜା କ୍ଷୀରୋଦଲାଲ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର