ଅନୁଗୁଳରେ ମହିଳା ହାବିଲଦାରଙ୍କୁ ନିର୍ଯାତନା ମାମଲା: ବଦଳିଲେ RI ଗୋବିନ୍ଦ ମାହାରୀ

ଅନୁଗୁଳ: ଅନୁଗୁଳରେ ମହିଳା ହାବିଲଦାରଙ୍କୁ ନିର୍ଯାତନା ଘଟଣାରେ କାର୍ଯ୍ୟାନୁଷ୍ଠାନ । ରିଜର୍ଭ ଇନ୍ସପେକ୍ଟର ଗୋବିନ୍ଦ ମାହାରିଙ୍କ ବଦଳି ହୋଇଥିବା ସୂଚନା । ଅନୁଗୁଳରୁ କଳାହାଣ୍ଡିକୁ ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି । ଅନୁଗୁଳ ଏସପିଙ୍କ ସୁପାରିଶ ଆଧାରରେ କଳାହାଣ୍ଡି 9th IRB କୁ ଗୋବିନ୍ଦ ମାହାରୀଙ୍କ ବଦଳି କଲେ ପୋଲିସ ଡିଜି । ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇଙ୍କ ସୂଚନା । RI ଓ ରାଇଟରଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଥିଲେ ମହିଳା ହାବିଲଦାର । ଏହି ୨ ଜଣ ଉପରିସ୍ଥ ଅଧିକାରୀଙ୍କ ନାଁରେ ମାନସିକ ନିର୍ଯାତନା ଅଭିଯୋଗ ଆଣି ଗତ ୩୦ ତାରିଖରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ ମହିଳା ହାବିଲଦାର । ଦୁଇ ଉପରିସ୍ଥ ଅଧିକାରୀ ହେଲେ ରିଜର୍ଭ ଇନସ୍ପେକ୍ଟର ଗୋବିନ୍ଦ ମାହାରି ଓ ଫୋର୍ସ ସେକସନ ଅଫିସ ହାବିଲଦାର ଶୁଭ୍ରକାନ୍ତ ସାହୁ । ନ୍ୟାୟ ନ ମିଳିବାରୁ ଅନୁଗୁଳ ଏସ୍‌ପି ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ ମହିଳା ହାବିଲଦାର ।

About The Author: Madhusudan Das