ହାତୀ ଆକ୍ରମଣରେ ଅନୁଗୁଳ ଜିଲ୍ଲାର ପୃଥକ ପୃଥକ ସ୍ଥାନରେ ୩ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହାତୀ ଆତଙ୍କ। ଜିଲ୍ଲାର ପୃଥକ ପୃଥକ ସ୍ଥାନରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ଯୁ ଘଟିଛି। ଅଙ୍ଗାରବନ୍ଧ, ଛେଳିଆପଡା ଓ ବାରସିଂହା  ଗାଁରେ ହାତୀ ଆକ୍ରମଣ କରିଛି । ଅଙ୍ଗାରବନ୍ଧ ଗାଁର ଅନିରୁଦ୍ଧ ସାହୁ ବିଲକୁ ଯାଇଥିବା ବେଳେ ସେଠାରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସେହିଭଳି ବାରସିଂହା ଗାଁର ରମେଶ ସ୍ୱାଇଁ ସୌଚ ହେବା ପାଇଁ ଗାଁ ପାଖ ନାଳକୁ ଯାଉଥିବା ବେଳେ […]

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହାତୀ ଆତଙ୍କ। ଜିଲ୍ଲାର ପୃଥକ ପୃଥକ ସ୍ଥାନରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ଯୁ ଘଟିଛି। ଅଙ୍ଗାରବନ୍ଧ, ଛେଳିଆପଡା ଓ ବାରସିଂହା  ଗାଁରେ ହାତୀ ଆକ୍ରମଣ କରିଛି । ଅଙ୍ଗାରବନ୍ଧ ଗାଁର ଅନିରୁଦ୍ଧ ସାହୁ ବିଲକୁ ଯାଇଥିବା ବେଳେ ସେଠାରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସେହିଭଳି ବାରସିଂହା ଗାଁର ରମେଶ ସ୍ୱାଇଁ ସୌଚ ହେବା ପାଇଁ ଗାଁ ପାଖ ନାଳକୁ ଯାଉଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ସେହିଭଳି ଛେଳିଆପଡ଼ାରେ ମଧ୍ୟ ହାତୀ ଆକ୍ରମଣରେ ସୁବାସ ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେହି ଗୋଟିଏ ହାତୀ ଭିନ୍ନଭିନ୍ନ ଗାଁରେ ଆକ୍ରମଣ କରିଥିବା ଜଣା ପଡ଼ିଛି।  ଏହାପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ବନବିଭାଗ ଉପରେ ଅଞ୍ଚଳବାସୀ ଅସନ୍ତୋଷ ଜାହିର କରିଛନ୍ତି।

About The Author: The Sakala