ଭୁବନେଶ୍ୱର: ନବଜାତ ଶିଶୁ ଅଦଳବଦଳ ପ୍ରସଙ୍ଗକୁ ନେଇ ବିବାଦକୁ ଆସିଛି କ୍ୟାପିଟାଲ ହସ୍ପିଟାଲ। ୫ଦିନ ଧରି ଲାଗି ରହିଥିବା ଆରୋପ ଓ ପ୍ରତ୍ୟାରୋପ ଅନ୍ତ ଘଟିବ। ଆସନ୍ତାକାଲି ଡିଏନ୍ଏ ଟେଷ୍ଟ କରାଯିବ। କ୍ୟାପିଟାଲ ଥାନା ପୁଲିସ ପକ୍ଷରୁ କୋର୍ଟରୁ ଅନୁମତି ଲାଗି ଆବେଦନ କରାଯାଇଥିଲା। ମାନ୍ୟବର ଅଦାଲତ ସବୁଜ ସଙ୍କେତ ଦେବା ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା। ଆଜି ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ୱାଳ ଓ ତାଙ୍କ ପତ୍ନୀ ଏବଂ ଶିଶୁର ସମ୍ପୁଲ ରାଜ୍ୟ ଫୋରେନ୍ସିକ ଲାବ୍ରୋଟୋରୀ ପକ୍ଷରୁ ସଂଗ୍ରହ କରାଯିବ। ଉକ୍ତ ଡିଏନ୍ଏ ସାମ୍ପୁଲକୁ ପରୀକ୍ଷା ଲାଗି ପଠାଯିବ। ରିପୋର୍ଟ ଆସିବା ପରେ ଶିଶୁକନ୍ୟା କାହାର ସ୍ପଷ୍ଟ ହୋଇଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ସେହିପରି ନବଜାତ ଶିଶୁ କନ୍ୟା ଏବେ ସ୍ୱତନ୍ତ୍ର କ୍ୟାବିନ୍ରେ ମା’ ନିକଟରେ ରହିଛି। ନବଜାତ ଶିଶୁ ଓ ମା’ ଉଭୟ ସୁସ୍ଥ ଥିବା ଡାକ୍ତରୀ ଟିମ ପକ୍ଷରୁ କୁହାଯାଇଛି। ତେବେ ଝିଅ ହୋଇଥିବା କଥାକୁ ପ୍ରାଣକୃଷ୍ଣଙ୍କ ପତ୍ନୀ ମାନୁଛନ୍ତି। ସେପଟେ କ୍ୟାପିଟାଲ ଥାନା ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। କାର୍ଯ୍ୟରେ ଅବହେଳା ଓ ତ୍ରୁଟି ଦର୍ଶାଇ ମହିଳା ଆଟେଣ୍ଡାଣ୍ଟ୍ଙ୍କ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ତାଙ୍କୁ ଏବେ ତଦନ୍ତ ପରିସରଭୁକ୍ତ କରାଯାଇ ତଦନ୍ତକୁ ଆହୁରି ଜୋର୍ଦାର କରାଯାଉଛି।
କ୍ୟାପିଟାଲ ହସ୍ପିଟାଲ୍ରେ ଶିଶୁ ଅଦଳବଦଳ ପ୍ରସଙ୍ଗ, ଆଜି ହେବ ଡିଏନ୍ଏ ପରୀକ୍ଷା
ଭୁବନେଶ୍ୱର: ନବଜାତ ଶିଶୁ ଅଦଳବଦଳ ପ୍ରସଙ୍ଗକୁ ନେଇ ବିବାଦକୁ ଆସିଛି କ୍ୟାପିଟାଲ ହସ୍ପିଟାଲ। ୫ଦିନ ଧରି ଲାଗି ରହିଥିବା ଆରୋପ ଓ ପ୍ରତ୍ୟାରୋପ ଅନ୍ତ ଘଟିବ। ଆସନ୍ତାକାଲି ଡିଏନ୍ଏ ଟେଷ୍ଟ କରାଯିବ। କ୍ୟାପିଟାଲ ଥାନା ପୁଲିସ ପକ୍ଷରୁ କୋର୍ଟରୁ ଅନୁମତି ଲାଗି ଆବେଦନ କରାଯାଇଥିଲା। ମାନ୍ୟବର ଅଦାଲତ ସବୁଜ ସଙ୍କେତ ଦେବା ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା। ଆଜି ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ୱାଳ ଓ ତାଙ୍କ ପତ୍ନୀ ଏବଂ ଶିଶୁର ସମ୍ପୁଲ ରାଜ୍ୟ ଫୋରେନ୍ସିକ ଲାବ୍ରୋଟୋରୀ ପକ୍ଷରୁ […]