ସ୍ମାର୍ଟସିଟି ରାଉରକେଲାରେ ଲଜ୍ଜା: ଦୁଇବର୍ଷ ହେଲା ନାବାଳିକାକୁ ଦୁଷ୍କର୍ମ କରୁଥିଲା ସମ୍ପର୍କୀୟ !

ରାଉରକେଲା: ପୁଣି ସ୍ମାର୍ଟସିଟି ରାଉରକେଲାରେ ଲଜ୍ଜା। ଦୁଇବର୍ଷ ହେଲା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରୁଥିଲା ତା’ର ସମ୍ପର୍କୀୟ ଅଙ୍କଲ। ଶନିବାର ଦୁଷ୍କର୍ମ ମାମଲା ରୁଜୁ ପରେ ଗିରଫ ଭୟରେ ନୂଆଦିଲ୍ଲୀ ଫେରାର ହୋଇଯାଇ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଶରଣ ପଶିଛି ଅଭିଯୁକ୍ତ ରାଜନ ଶ୍ରୀବାସ୍ତବ (୪୯)। ସେ ଏକ ରାଷ୍ଟ୍ରୀୟ ଦଳର ରାଜ୍ୟ ସଭାପତି ଅଟନ୍ତି। ତାଙ୍କର ସିଭିଲ ଟାଉନସିପ୍‌ ଅଞ୍ଚଳରେ ଗୋଲ୍ଡ କ୍ୟାସ୍‌ ନାମକ କାର୍ଯ୍ୟାଳୟ ରହିଛି। ଭୁବନେଶ୍ୱରରେ ମଧ୍ୟ ଏକ ଶାଖା କାର୍ଯ୍ୟାଳୟ ରହିଛି। ରଘୁନାଥପାଲୀ […]

ରାଉରକେଲା: ପୁଣି ସ୍ମାର୍ଟସିଟି ରାଉରକେଲାରେ ଲଜ୍ଜା। ଦୁଇବର୍ଷ ହେଲା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରୁଥିଲା ତା’ର ସମ୍ପର୍କୀୟ ଅଙ୍କଲ। ଶନିବାର ଦୁଷ୍କର୍ମ ମାମଲା ରୁଜୁ ପରେ ଗିରଫ ଭୟରେ ନୂଆଦିଲ୍ଲୀ ଫେରାର ହୋଇଯାଇ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଶରଣ ପଶିଛି ଅଭିଯୁକ୍ତ ରାଜନ ଶ୍ରୀବାସ୍ତବ (୪୯)। ସେ ଏକ ରାଷ୍ଟ୍ରୀୟ ଦଳର ରାଜ୍ୟ ସଭାପତି ଅଟନ୍ତି। ତାଙ୍କର ସିଭିଲ ଟାଉନସିପ୍‌ ଅଞ୍ଚଳରେ ଗୋଲ୍ଡ କ୍ୟାସ୍‌ ନାମକ କାର୍ଯ୍ୟାଳୟ ରହିଛି। ଭୁବନେଶ୍ୱରରେ ମଧ୍ୟ ଏକ ଶାଖା କାର୍ଯ୍ୟାଳୟ ରହିଛି।

ରଘୁନାଥପାଲୀ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ପାନପୋଷ ଅଞ୍ଚଳରେ ରହୁଥିବା ଏହି ନାବାଳିକା ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ଦ୍ୱାଦଶ ଶ୍ରେଣୀରେ ପାଠ ପଢୁଥିଲେ। ସେ ରଘୁନାଥପାଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଯେ ରାଜନ ତା’ର ସମ୍ପର୍କୀୟ ଅଙ୍କଲ ହୋଇଥିବାବେଳେ ବିଭିନ୍ନ ପ୍ରଲୋଭନ ଏବଂ ଭୟ ଦେଖାଇ ଦୀର୍ଘ ୨ ବର୍ଷ ଧରି ଦୁଷ୍କର୍ମ କରି ଆସୁଛନ୍ତି। ଏ ସମ୍ପର୍କରେ ପରିବାର କିମ୍ୱା ପୁଲିସ ନିକଟରେ ପ୍ରକାଶ କଲେ ଜୀବନରୁ ମାରି ଦେବାଭଳି ଧମକଚମକ ମଧ୍ୟ ଦେଉଥିଲା। ୪ ଦିନ ତଳେ ପୀଡ଼ିତା ନାବାଳିକା ହିଁ ଅଭିଯୋଗ ଆଣିଥିବା ସୂଚନା ମିଳିଛି। ସୂଚନା ମୁତାବକ ସିଭିଲ ଟାଉନସିପ ଅଞ୍ଚଳର ୟୁ/୧୧ କ୍ୱାର୍ଟରରେ ରାଜନ୍‌ ଶ୍ରୀବାସ୍ତବଙ୍କର ଗୋଲ୍ଡକ୍ୟାସ୍‌ ନାମକ ଏକ କାର୍ଯ୍ୟାଳୟ ରହିଛି। ସୂଚନାଯୋଗ୍ୟ ଯେ ରାଜନ ଶ୍ରୀବାସ୍ତବ ଜଣେ ପେସାଦାର ଅପରାଧୀ। କମ୍ପ୍ୟୁଟର, ଲାପଟପ୍‌ ଚୋରି ମାମଲାରେ ପୂର୍ବରୁ ରଘୁନାଥପାଲୀ ଥାନା ଏବଂ ପ୍ଲାଣ୍ଟସାଇଟ୍‌ ଥାନା ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏତଦ୍‌ବ୍ୟତୀତ ସେ ଜିଏସ୍‌ଟି କାରବାରରେ ଲିପ୍ତ ଥିବା ଅଭିଯୋଗ ହୋଇଛି।

About The Author: The Sakala