କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ, ପୁଅ ହେଇଛି କହି ଝିଅ ଧରାଇଲେ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳ ବଦଳ ଅଭିଯୋଗ ହୋଇଛି। ପୁଅ କହି  ଝିଅ ଧରେଇ ଦେଇଥିବା ଅଭିଯୋଗ ହୋଇଛି।  ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଜକନିକାର ପ୍ରାଣକୃଷ୍ଣ ବିଶ୍ୱାଳ।  ଗତକାଲି ରାତି ସାଢ଼େ ୧୦ଟାରେ ପୁଅ ଜନ୍ମ ହେଲା ବୋଲି ସୂଚନା ଦେଇଥିଲେ। ଫୋଟୋ ଉଠାଇବା ବେଳେ ଝିଅ ହୋଇ ଥିବା ଦେଖିଥିଲେ। ସେ ଝିଅ ଜାଣିବା ପରେ ଡିଏନଏ ଟେଷ୍ଟ ପାଇଁ ଦାବି କରିଛନ୍ତି। ରିପୋର୍ଟ ନ ଆସିବା ପଯ୍ୟନ୍ତ ମାଆ ଓ ଛୁଆଙ୍କୁ ନେବେ […]

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳ ବଦଳ ଅଭିଯୋଗ ହୋଇଛି। ପୁଅ କହି  ଝିଅ ଧରେଇ ଦେଇଥିବା ଅଭିଯୋଗ ହୋଇଛି।  ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଜକନିକାର ପ୍ରାଣକୃଷ୍ଣ ବିଶ୍ୱାଳ।  ଗତକାଲି ରାତି ସାଢ଼େ ୧୦ଟାରେ ପୁଅ ଜନ୍ମ ହେଲା ବୋଲି ସୂଚନା ଦେଇଥିଲେ। ଫୋଟୋ ଉଠାଇବା ବେଳେ ଝିଅ ହୋଇ ଥିବା ଦେଖିଥିଲେ। ସେ ଝିଅ ଜାଣିବା ପରେ ଡିଏନଏ ଟେଷ୍ଟ ପାଇଁ ଦାବି କରିଛନ୍ତି। ରିପୋର୍ଟ ନ ଆସିବା ପଯ୍ୟନ୍ତ ମାଆ ଓ ଛୁଆଙ୍କୁ ନେବେ ନାହିଁ ବୋଲି କହିଛନ୍ତି।

ପରେ ପ୍ରାଣକୃଷ୍ଣ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଛନ୍ତି।  ଅଭିଯୋଗକୁ ଗ୍ରହଣ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ।ସୁପରିଟେଣ୍ଡେଣ୍ଟଙ୍କ ନେତୃତ୍ବରେ ଗୋଟିଏ ଟିମ ତଦନ୍ତ କରାଯିବ ବୋଲି କହିଛନ୍ତି। ଏମିତି ହେବା କଥା ନୁହଁ। କେଉଁଠି ଲାଖୁନା ରହିଲା ବୋଲି ଯାଞ୍ଚ କରାଯିବ । ରିପୋର୍ଟ ଆସିଲା ପରେ ଥାନାରେ ଅଭିଯୋଗ କରାଯିବ। ଦରକାର ପଡିଲର ଡିଏନଏ ଟେଷ୍ଟ ହେବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତ।

About The Author: The Sakala