ଆଜି ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ

ପୁରୀ:  ଆଜି ପବିତ୍ର ମାଘ ମାସ ପୂର୍ଣ୍ଣିମା। ଏହି ଅବସରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ଦ୍ବିପ୍ରହର ଧୂପ ପରେ ରତ୍ନସିଂହାସନରେ ଗଜଉଦ୍ଧାରଣ ବେଶରେ ବିଭୂଷିତ ହେବେ ମହାପ୍ରଭୁ। ଗରୁଡ ଉପରେ ବସି ଭକ୍ତଙ୍କୁ ଦର୍ଶନ ଦେବେ ବଡ ଠାକୁର। ମହାପ୍ରଭୁ ଶ୍ରୀଜଗନ୍ନାଥ,ବଳଭଦ୍ର ଚତୁଃ ହସ୍ତ ରୂପରେ ଦର୍ଶନ ଦେବେ। ଏହାସହ ସ୍ୱତନ୍ତ୍ର ଖିରୀ ସହ ବିଭିନ୍ନ ପ୍ରକାର ଭୋଗ ମହାପ୍ରଭୁଙ୍କ ନିକଟରେ ଲାଗି କରାଯିବ। ଦ୍ବାପର ଯୁଗରେ ଶ୍ରୀକୃଷ୍ଣ […]

ପୁରୀ:  ଆଜି ପବିତ୍ର ମାଘ ମାସ ପୂର୍ଣ୍ଣିମା। ଏହି ଅବସରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ଦ୍ବିପ୍ରହର ଧୂପ ପରେ ରତ୍ନସିଂହାସନରେ ଗଜଉଦ୍ଧାରଣ ବେଶରେ ବିଭୂଷିତ ହେବେ ମହାପ୍ରଭୁ। ଗରୁଡ ଉପରେ ବସି ଭକ୍ତଙ୍କୁ ଦର୍ଶନ ଦେବେ ବଡ ଠାକୁର। ମହାପ୍ରଭୁ ଶ୍ରୀଜଗନ୍ନାଥ,ବଳଭଦ୍ର ଚତୁଃ ହସ୍ତ ରୂପରେ ଦର୍ଶନ ଦେବେ। ଏହାସହ ସ୍ୱତନ୍ତ୍ର ଖିରୀ ସହ ବିଭିନ୍ନ ପ୍ରକାର ଭୋଗ ମହାପ୍ରଭୁଙ୍କ ନିକଟରେ ଲାଗି କରାଯିବ।

ଦ୍ବାପର ଯୁଗରେ ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ର ପ୍ରେରଣ କରି ଗଜକୁ ଉଦ୍ଧାର କରିଥିବାର କିମ୍ବଦନ୍ତୀ ରହିଛି । ଏହି କିମ୍ବଦନ୍ତୀ ଅନୁଯାୟୀ ଏହି ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଆସୁଛି । ଏହି ବେଶ ସହ ମହାପ୍ରଭୁଙ୍କୁ ଖୀରି ଓ ଅମାଲୁ ଭୋଗ କରିବାର ପରମ୍ପରା ରହିଛି ।

About The Author: The Sakala