ଓଡ଼ିଶାରେ ଚାଲିଛି ମିଛ ସରକାର, କେବଳ ନବୀନଙ୍କ ଯୋଜନାର ନାଁ ଓ ରଙ୍ଗ ପରିବର୍ତ୍ତନ ହେଉଛି : ପ୍ରମିଳା ମଲ୍ଲିକ

ଭୁବନେଶ୍ବର : ଓଡ଼ିଶାରେ ମିଛ ସରକାର ଚାଲିଛି। ଲୋକଙ୍କୁ ମିଥ୍ୟା ପ୍ରତିଶୃତି ନେଇ କ୍ଷମତାକୁ ଆସିଥିବା ବଜେପି, ଏବେ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଜନକଲ୍ୟାଣକାରୀ ଯୋଜନାର ନାଁ ଓ ରଙ୍ଗ ପରିବର୍ତ୍ତନ କରିବାରେ ଲାଗିଛି। ଲୋକଙ୍କୁ ବିଜେପି ଦେଇଥିବା ସବୁ ପ୍ରତିଶୃତି ମିଥ୍ୟା ପ୍ରମାଣିତ ହୋଇଛି। ଏପରି କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବୁଧବାର ପ୍ରମିଳା ମଲ୍ଲିକ କହିଛନ୍ତି ବିଜେପି ନିର୍ବାଚନରେ ଓଡ଼ିଶା ବାସୀଙ୍କୁ ମିଥ୍ୟା […]

ଭୁବନେଶ୍ବର : ଓଡ଼ିଶାରେ ମିଛ ସରକାର ଚାଲିଛି। ଲୋକଙ୍କୁ ମିଥ୍ୟା ପ୍ରତିଶୃତି ନେଇ କ୍ଷମତାକୁ ଆସିଥିବା ବଜେପି, ଏବେ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଜନକଲ୍ୟାଣକାରୀ ଯୋଜନାର ନାଁ ଓ ରଙ୍ଗ ପରିବର୍ତ୍ତନ କରିବାରେ ଲାଗିଛି। ଲୋକଙ୍କୁ ବିଜେପି ଦେଇଥିବା ସବୁ ପ୍ରତିଶୃତି ମିଥ୍ୟା ପ୍ରମାଣିତ ହୋଇଛି। ଏପରି କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

ବୁଧବାର ପ୍ରମିଳା ମଲ୍ଲିକ କହିଛନ୍ତି ବିଜେପି ନିର୍ବାଚନରେ ଓଡ଼ିଶା ବାସୀଙ୍କୁ ମିଥ୍ୟା ପ୍ରତିଶୃତି ଦେଇଥିଲା। ସରକାର ଗଠନ ଦିନ କହିଥିଲେ ୧୦୦ଦିନରେ ସବୁ ପ୍ରତିଶ୍ରୁତି ପାଳନ କରିବେ। ଏବେ ସରକାର ଗଠନ କରିବାର ୩୦୦ ଦିନ ହେଲାଣି। କୁଆଡେ ଗଲା ତାଙ୍କ ପ୍ରତିଶ୍ରୁତି?

ସରକାର ଗଠନର ୨୪ ଘଣ୍ଟା ଭିତରେ ଚିଟଫଣ୍ଡ ଟଙ୍କା ଫେରସ୍ତ ଦେବେ ବୋଲି କହିଥିଲେ। ଆଉ କେତେ ଘଣ୍ଟା ଦରକାର ଟଙ୍କା ଦେବା ପାଇଁ ବୋଲି ପ୍ରମିଳା ମଲ୍ଲିକ ପ୍ରଶ୍ନ କରିଛନ୍ତି? ଏଥି ସହିତ ମାଗଣା ବିଜୁଳି ଦେବା କଥା କହିଥିଲେ କୁଆଡେ ଗଲା ସେ ପ୍ରତିଶ୍ରୁତି ? ଯେଉଁଭଳି ଭାବରେ କହିଥିଲେ କଳା ଧନ ଆଣି ଲୋକଙ୍କ ଖାତାକୁ ୧୫୬ ଲକ୍ଷ ଦେବେ ବୋଲି । ଠିକ୍ ସେହିଭଳି ଭାବରେ ଓଡ଼ିଶାରେ ମିଥ୍ୟା ପ୍ରତିଶୃତି ଦେଇ ଭୋଟ ନେଇଛନ୍ତି । ଡାକ୍ତର, ଶିକ୍ଷକ ଅଭାବ ପୂରଣ କରିବେ କହିଥିଲେ ତାହା ବି କଲେ ନାହିଁ । ବିଜେପି ସରକାର କେବଳ ନବୀନ ପଟ୍ଟନାୟକ ଯୋଜନାକୁ ନକଲ କରିବା ସହ ରଙ୍ଗ ଓ ନାଆଁ ପରିବର୍ତ୍ତନ କରିଛନ୍ତି । ଓଡ଼ିଶାବାସୀ ତାହା ଜାଣିସାରିଲେଣି । ବିଜେପି କଣ ପ୍ରତିଶ୍ରୁତି ଦେଇଥିଲା କଣ ପାଳନ କରିଛି ଶ୍ୱେତପତ୍ର ଜାରୀ କରୁ । କାରଣ ଏ ସରକାର ଅସତ୍ୟ ସରକାର ବୋଲି ଲୋକେ ଜାଣିସାରିଲେଣି । ଯେଉଁ ସବୁ ବିକାଶ କାମ ନବୀନ ପଟନାୟକ କରିଛନ୍ତି ସେଠାରେ ମୋହନ ସରକାର କେବଳ ସାଇନ୍ ବୋର୍ଡ ଲଗାଇଛନ୍ତି ।

About The Author: The Sakala