ମାର୍ଚ୍ଚ ୧ରେ ରାଜ୍ୟରେ ନୂତନ ଭାବେ ନିଯୁକ୍ତି ପାଇବେ ୮୫୯ ଏସ୍‌‌ଏସ୍‌‌ବି ଅଧ୍ୟାପକ

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୧ ତାରିଖରେ ରାଜ୍ୟରେ ନୂତନ ଭାବେ ନିଯୁକ୍ତି ପାଇବେ ୮୫୯ ଏସ୍‌‌ଏସ୍‌‌ବି ଅଧ୍ୟାପକ। ଏକକାଳୀନ ଭାବେ ଲୋକସେବା ଭବନର କନଭେନସନ୍‌‌ ହଲ୍‌‌ ଓ ରବୀନ୍ଦ୍ର ମଣ୍ଡପରେ ନିଯୁକ୍ତି ପର୍ବ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ନବନିଯୁକ୍ତ ଅଧ୍ୟାପକଙ୍କୁ ମାର୍ଗଦର୍ଶନ ଦେବାର କାର୍ଯ୍ୟକ୍ରମ ରହିଛି। ୧ତାରିଖ ସକାଳ ୯ଟାରେ ସମସ୍ତ ସଦସ୍ୟଙ୍କୁ ଉପସ୍ଥିତ ରହିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅବଗତ କରାଯାଇଛି। ସୂଚନାଯୋଗ୍ୟ, ପଦାର୍ଥ ବିଜ୍ଞାନ ବିଭାଗର ମାମଲା […]

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୧ ତାରିଖରେ ରାଜ୍ୟରେ ନୂତନ ଭାବେ ନିଯୁକ୍ତି ପାଇବେ ୮୫୯ ଏସ୍‌‌ଏସ୍‌‌ବି ଅଧ୍ୟାପକ। ଏକକାଳୀନ ଭାବେ ଲୋକସେବା ଭବନର କନଭେନସନ୍‌‌ ହଲ୍‌‌ ଓ ରବୀନ୍ଦ୍ର ମଣ୍ଡପରେ ନିଯୁକ୍ତି ପର୍ବ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ନବନିଯୁକ୍ତ ଅଧ୍ୟାପକଙ୍କୁ ମାର୍ଗଦର୍ଶନ ଦେବାର କାର୍ଯ୍ୟକ୍ରମ ରହିଛି। ୧ତାରିଖ ସକାଳ ୯ଟାରେ ସମସ୍ତ ସଦସ୍ୟଙ୍କୁ ଉପସ୍ଥିତ ରହିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅବଗତ କରାଯାଇଛି।

ସୂଚନାଯୋଗ୍ୟ, ପଦାର୍ଥ ବିଜ୍ଞାନ ବିଭାଗର ମାମଲା କୋର୍ଟରେ ବିଚାରଧୀନ ଥିବାରୁ ଏହାକୁ ନିଯୁକ୍ତି ପର୍ବରୁ ବାଦ୍‌ ଦିଆଯାଇଛି। ଇଂରାଜୀ, ରାଜନୀତି ବିଜ୍ଞାନ, ଅର୍ଥଶାସ୍ତ୍ର, ରସାୟନ ବିଜ୍ଞାନ, ଇତିହାସ, ବାଣିଜ୍ୟ ଓ ଶିକ୍ଷାବର୍ଗର ପ୍ରାର୍ଥୀ ରବୀନ୍ଦ୍ର ମଣ୍ଡପ ଓ ଅବଶିଷ୍ଟ ବର୍ଗର ପ୍ରାର୍ଥୀ ଲୋକସେବା ଭବନରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷେ ରାଜ୍ୟ ପ୍ରବରଣ ମଣ୍ଡଳୀ(ଏସ୍‌‌ଏସ୍‌‌ବି) ପକ୍ଷରୁ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ଅଧ୍ୟାପକ ନିଯୁକ୍ତି ପାଇଁ ଆସନ୍ତାକାଲି ଅର୍ଥାତ୍‌ ରବିବାରଠାରୁ ସ୍ଥାନ ଚୟନ ପ୍ରକ୍ରିୟା ଆରମ୍ଭ ହେବ। ନିଯୁକ୍ତି ପାଇଁ ଚୟନ ହୋଇଥିବା ପ୍ରାର୍ଥୀମାନେ ଆସନ୍ତା ୨୮ତାରିଖ ମଧ୍ୟରେ ନିଜ ପସନ୍ଦର ସ୍ଥାନ ଚୟନ କରିବେ। ଏହି ପ୍ରକ୍ରିୟା ଅଫ୍‌‌ଲାଇନ୍‌‌ରେ ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ପୁସ୍ତକ ଭବନଠାରେ ଅନୁଷ୍ଠିତ ହେବ। ଦିନକୁ ଦୁଇଟି ପର୍ଯ୍ୟାୟରେ ଏହି ପ୍ରକ୍ରିୟା କରାଯିବ ।

About The Author: The Sakala