ଭୁବନେଶ୍ବର: ଆସନ୍ତାକାଲି ଠାରୁ ଆରମ୍ଭ ହେବ ହକି ବିଶ୍ୱକପ । ପ୍ରଥମ ମ୍ୟାଚ କାଲି ଖେଳାଯିବ । ଏହା ପୂର୍ବରୁ ଆଜି କଳିଙ୍ଗ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ପୁଲିସ କମିଶନର । ୮୧ ପ୍ଲାଟୁନ ପୁଲିସ ଫୋର୍ସ ବିଶ୍ୱକପ ପାଇଁ ନିୟୋଜିତ ହେବେ। ଡିସିପିଙ୍କ ନେତୃତ୍ୱରେ ୧୩ ଜଣ ଅତିରିକ୍ତ ଡିସିପି, ୩୩ ଜଣ ଏସିପି, ୬୨ ଇନ୍ସପେକ୍ଟର, ୩୩୬ ସବଇନ୍ସପେକ୍ଟର ମୁତୟନ ହେବେ।
ଖେଳାଳିଙ୍କ ପାଇଁ ଏୟାରପୋର୍ଟରେ ଜଣେ ଅତିରିକ୍ତ ଡିସିପି, ଦୁଇ ଜଣ ଏସିପି, ୪ ଜଣ ଇନ୍ସପେକ୍ଟର ଓ ୧୦୩ ଜଣ ପୁଲିସ କର୍ମଚାରୀମାନେ ନିୟୋଜିତ ହେବେ। ହୋଟେଲ ଦାୟିତ୍ୱରେ ୩ ଜଣ ଅତିରିକ୍ତ ଡିସିପି, ୯ ଏସିପି, ୯ ଇନ୍ସପେକ୍ଟର ଓ ସମୁଦାୟ ୧୮ ପ୍ଲାଟୁନ ଫୋର୍ସ ମୁତୟନ ହେବେ। କଳିଙ୍ଗ ଷ୍ଟାଡିୟମରେ ନିୟୋଜିତ ହେବେ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୧ ଇନ୍ସପେକ୍ଟର ଓ ୨୩ ପ୍ଲାଟୁନ ଫୋର୍ସ । ଏହା ସହ ଓଡ୍ରାଫ, ଅଗ୍ନିଶମର ଟିମ ରହିବ। ଏହା ସହ ଟ୍ରାଫିକ ଦାୟିତ୍ବ ରେ ୩ ଜଣ ଏସିପି, ୬ ଜଣ ଇନ୍ସପେକ୍ଟର ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।
ରାଜଧାନୀରେ ହେବାକୁ ଥିବା ଡଟ୍ ଫେଷ୍ଟ ପାଇଁ ବ୍ୟବସ୍ଥା କରାଯାଇଛି । ଉତ୍ତମ ଆତିଥେୟତା ଉପରେ ନଜର ଦେବାକୁ ପୁଲିସକୁ ପରାମର୍ଶ ଦିଆଯାଇଛି। ହକି ଡ୍ୟୁଟିରେ ଥିବା ପୁଲିସ ପୋଷାକରେ ସ୍ୱତନ୍ତ୍ର ଲୋଗୋ ରହିବ । ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟ୍ କରି ଏନେଇ ସୂଚନା ଦେଇଛନ୍ତି । ଏହି ଅବସରରେ ହକି ସମ୍ବନ୍ଧୀୟ ଡିଜିଟାଲ ବୁକଲେଟର ଶୁଭାରମ୍ଭ କରାଯାଇଛି । ଦର୍ଶକଙ୍କ ପାଇଁ ସୁବିଧା ହେବ।