ତଦନ୍ତରେ ଉତ୍କର୍ଷତା ପାଇଁ ୪ ଓଡ଼ିଶା ପୁଲିସଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପଦକ

ନୂଆଦିଲ୍ଲୀ: ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶର ମୋଟ ୧୫୧ ଜଣ ପୁଲିସ କର୍ମଚାରୀଙ୍କୁ ଏହି ପଦକ ଦିଆଯିବ। ଏଥିରେ ଓଡ଼ିଶାରୁ ୪ଜଣ ପୁଲିସ କର୍ମଚାରୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପଦକ ପ୍ରଦାନ କରାଯିବ।  ଓଡ଼ିଶାର ଜଣେ ଡିଏସ୍‌ପି ଏବଂ ୩ ଜଣ ଇନ୍ସପେକ୍ଟର ଥିବା ଜଣାଯାଇଛି। ୨୦୨୨ ବର୍ଷ ପାଇଁ ଏହି ପଦକ ପ୍ରଦ‌ାନ କରାଯିବ। ସୂଚନା ଅନୁଯାୟୀ, ଓଡ଼ିଶାରୁ ଡିଏସ୍‌ପି ସୁମିତ୍ରା ଜେନା, ଇନ୍ସପେକ୍ଟର ଆଶିଷ ଚନ୍ଦ୍ର ଜେନା, ଇନ୍ସପେକ୍ଟର ଅନସୂୟା […]

ନୂଆଦିଲ୍ଲୀ: ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶର ମୋଟ ୧୫୧ ଜଣ ପୁଲିସ କର୍ମଚାରୀଙ୍କୁ ଏହି ପଦକ ଦିଆଯିବ। ଏଥିରେ ଓଡ଼ିଶାରୁ ୪ଜଣ ପୁଲିସ କର୍ମଚାରୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପଦକ ପ୍ରଦାନ କରାଯିବ।  ଓଡ଼ିଶାର ଜଣେ ଡିଏସ୍‌ପି ଏବଂ ୩ ଜଣ ଇନ୍ସପେକ୍ଟର ଥିବା ଜଣାଯାଇଛି। ୨୦୨୨ ବର୍ଷ ପାଇଁ ଏହି ପଦକ ପ୍ରଦ‌ାନ କରାଯିବ।

ସୂଚନା ଅନୁଯାୟୀ, ଓଡ଼ିଶାରୁ ଡିଏସ୍‌ପି ସୁମିତ୍ରା ଜେନା, ଇନ୍ସପେକ୍ଟର ଆଶିଷ ଚନ୍ଦ୍ର ଜେନା, ଇନ୍ସପେକ୍ଟର ଅନସୂୟା ନାୟକ ଓ ରମେଶ କୁମାର ପ୍ରଧାନଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଏହି ସମ୍ମାନଜନକ ପଦକ ମିଳିବ।

About The Author: The Sakala