୩ ମୋବାଇଲ ଲୁଟେରାଙ୍କୁ କାବୁ କଲା କମିଶନରେଟ୍‌ ପୁଲିସ, ୫୧ଟି ମୋବାଇଲ୍‌ ସହ ଗୋଟିଏ ବାଇକ୍‌ ଜବତ

ଭୁବନେଶ୍ୱର: ଖଣ୍ଡଗିରି ଥାନା ଅଞ୍ଚଳରୁ ବୁଧବାର ୩ଜଣ ମୋବାଇଲ୍ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍‌ ପୁଲିସ । ସେମାନଙ୍କ ନିକଟରୁ ୫୧ଟି ମୋବାଇଲ୍‌ ସହ ଗୋଟିଏ ବାଇକ୍‌ ଜବତ କରାଯାଇଛି ।  ଗିରଫ ଲୁଟେରାମାନେ ଭାଟପୁରର ସାଗର ପୁନ୍‌, ଆଇଗିଣିଆର ଦୀପ୍ତି ରଞ୍ଜନ ଓ ସୋମନାଥ ସାହୁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ଏହି ଲୁଟେରା ମାନେ ଖୋର୍ଦ୍ଧାର ପିତାପଲିରୁ ରସୁଲଗଡ଼ ପର୍ଯ୍ଯନ୍ତ ଯାଉଥିବା ଆଳୁ ଗାଡ଼ିକୁ ଟାର୍ଗେଟ କରୁଥିଲେ […]

ଭୁବନେଶ୍ୱର: ଖଣ୍ଡଗିରି ଥାନା ଅଞ୍ଚଳରୁ ବୁଧବାର ୩ଜଣ ମୋବାଇଲ୍ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍‌ ପୁଲିସ । ସେମାନଙ୍କ ନିକଟରୁ ୫୧ଟି ମୋବାଇଲ୍‌ ସହ ଗୋଟିଏ ବାଇକ୍‌ ଜବତ କରାଯାଇଛି ।  ଗିରଫ ଲୁଟେରାମାନେ ଭାଟପୁରର ସାଗର ପୁନ୍‌, ଆଇଗିଣିଆର ଦୀପ୍ତି ରଞ୍ଜନ ଓ ସୋମନାଥ ସାହୁ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ଏହି ଲୁଟେରା ମାନେ ଖୋର୍ଦ୍ଧାର ପିତାପଲିରୁ ରସୁଲଗଡ଼ ପର୍ଯ୍ଯନ୍ତ ଯାଉଥିବା ଆଳୁ ଗାଡ଼ିକୁ ଟାର୍ଗେଟ କରୁଥିଲେ । ଏପରିକି ଆଇଗିଣିଆ ଆସୁଥିବା ଟ୍ରକକୁ ମଧ୍ୟ ଟାର୍ଗେଟ କରୁଥିଲେ। ସବୁ ଲୁଟ୍‌ ମୋବାଇଲ୍‌କୁ ଅତି କମ୍‌ ଦାମରେ ଅନ୍ୟ କାହାକୁ ବିକ୍ରି କରୁଥିଲେ। ମୋବାଇଲ ଚୋରି ଦିନକୁ ଦିନ ବୃଦ୍ଧି ପାଇବା ପରେ କମିଶନରେଟ ପୁଲିସ ସ୍ବତନ୍ତ୍ର ନଜର ରଖିଥିଲା।  ଆଜି ୩ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫୧ଟି ମୋବାଇଲ୍‌ ଓ ଗୋଟିଏ ବାଇକ୍‌ ଜବତ କରିଛି ପୁଲିସ।

About The Author: The Sakala