କରୋନା ରୋଗୀଙ୍କ ମୃତ୍ୟୁ ପରେ ମୋବାଇଲ ଓ ସୁନା ଚେନ୍‍ ଲୁଟ ଘଟଣାରେ ୩ ଗିରଫ

କେନ୍ଦୁଝର:  କେନ୍ଦୁଝର ସଦର ବ୍ଲକ ପର୍ଜନପୁର ପଞ୍ଚାୟତ ଅମୃତପଡ଼ା ଗ୍ରାମର କୃଷ୍ଣଚନ୍ଦ୍ର ମାଝୀ କରୋନାରେ ସଂକ୍ରମିତ ହୋଇଥିବାରୁ ତାଙ୍କୁ ଗତ ମେ’ ମାସ ୧୬ ତାରିଖ ରାତି ୧୧ଟା ୩୦ ରେ ରାଙ୍କିସ୍ଥିତ କୋଭିଡ ହସ୍‍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୧୮/୫/୨୦୨୧ ରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ଡାକ୍ତରଖାନା ଆସିବାବେଳେ ସେ ସାଙ୍ଗରେ ଆଣିଥିବା ମୋବାଇଲ ଫୋନ୍‍ ଏବଂ ବେକରେ ପିନ୍ଧିଥିବା ସୁନା ଚେନ୍‍ ମୃତ୍ୟୁ ପରେ ଗାଏବ ହୋଇ ଯାଇଥିଲା। ଏ ସଂପର୍କରେ […]

କେନ୍ଦୁଝର:  କେନ୍ଦୁଝର ସଦର ବ୍ଲକ ପର୍ଜନପୁର ପଞ୍ଚାୟତ ଅମୃତପଡ଼ା ଗ୍ରାମର କୃଷ୍ଣଚନ୍ଦ୍ର ମାଝୀ କରୋନାରେ ସଂକ୍ରମିତ ହୋଇଥିବାରୁ ତାଙ୍କୁ ଗତ ମେ’ ମାସ ୧୬ ତାରିଖ ରାତି ୧୧ଟା ୩୦ ରେ ରାଙ୍କିସ୍ଥିତ କୋଭିଡ ହସ୍‍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୧୮/୫/୨୦୨୧ ରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ଡାକ୍ତରଖାନା ଆସିବାବେଳେ ସେ ସାଙ୍ଗରେ ଆଣିଥିବା ମୋବାଇଲ ଫୋନ୍‍ ଏବଂ ବେକରେ ପିନ୍ଧିଥିବା ସୁନା ଚେନ୍‍ ମୃତ୍ୟୁ ପରେ ଗାଏବ ହୋଇ ଯାଇଥିଲା।

ଏ ସଂପର୍କରେ ମୃତକଙ୍କ ପୁତୁରା ଲକ୍ଷ୍ମୀଧର ମାଝୀ ଜୁନ୍‍ ୧ ତାରିଖରେ ଟାଉନ ଥାନାର ଲିଖିତ ଅଭିଯୋଗ କରିଥିଲେ। ଟାଉନ ପୋଲିସ କେଶ ନଂ ୨୦୯ ତା ୪/୬/୨୦୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

କେନ୍ଦୁଝର କୋଭିଡ ହସ୍‍ପିଟାଲର ହାଉସ୍‍କିପିଂ ବୟ ରାହୁଲ ପ୍ରଧାନ ଏବଂ ଅନ୍ୟ ଜଣେ କର୍ମଚାରୀଙ୍କ ସହିତ ମିଶି ମୃତକ ପାଖରୁ ଏମ୍‍ଆଇ ନୋଟ-୪ ମୋବାଇଲ ଫୋନ୍‍ ଚୋରି କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା। ଏନେଇ ଲକ୍ଷ୍ମୀଧର ମାଝୀଙ୍କ ଅଭିଯୋଗ ଆଧାରରେ ଟାଉନ ଥାନା ପକ୍ଷରୁ ଏକ ଟିମ୍‍ ଗଠନ କରି ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ ଜାରୀ ରଖିଥିଲେ। ଶନିବାର ଦିନ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କେନ୍ଦୁଝର କୋଭିଡ ଡାକ୍ତରଖାନାରେ ହାଉସ କିପିଂ ବୟ ଭାବେ କାମ କରୁଥିବା ଭୁବନେଶ୍ୱରର ରାହୁଲ ପ୍ରଧାନ (୨୧) ଙ୍କ ସମେତ ତାଙ୍କଠାରୁ ଚୋରି ମୋବାଇଲ କିଣିଥିବା ଜଗନ୍ନାଥ ବାରିକ (୨୯) ଏବଂ ଜିମିନ୍ଦ୍ର ଦିଗଲ (୨୮) ଙ୍କୁ ଗିରଫ କରାଯାଇଛି। ଟାଉନ ପୁଲିସ କେଶ ନଂ ୨୦୯/ ୨୦୨୧ ରେ ଦଫା ୩୮୦,୪୧୧,୩୪ ଆଇପିସିରେ ଗିରଫ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ତେବେ ଥାନାରେ ଅଭିଯୋଗ ଅନୁସାରେ ସଂମ୍ପୃକ୍ତ ମୃତକଙ୍କ ନିକଟରେ ସୁନା ଚେନ ନଥିବା ଅନୁସନ୍ଧାନରୁ ଜଣାପଡ଼ିଥିବାବେଳେ ଗିରଫଙ୍କ ନିକଟରୁ ଲୁଟ ମୋବାଇଲ ଜବତ ହୋଇଥିବା କେନ୍ଦୁଝର ଟାଉନ ଥାନା ଆଇଆଇସି ପ୍ରମୋଦିନୀ ସାହୁ ପ୍ରକାଶ କରିଛନ୍ତି।

About The Author: The Sakala