ପାରାଦ୍ଵୀପ: ଜାହାଜରୁ ୨୨୦କୋଟି ଟଙ୍କାର କୋକେନ ଜବତ ଘଟଣା। ପାରାଦ୍ଵୀପରେ ପହଞ୍ଚିଲେ ୨ ଇଣ୍ଟରପ୍ରିଟର୍ । ଜାହାଜ ସଦସ୍ଯଙ୍କ ଭାଷାକୁ ବୁଝିବା ପାଇଁ ଆସିଛନ୍ତି ଇଣ୍ଟରପ୍ରିଟର । ଜାହାଜର ସମସ୍ତ ସଦସ୍ଯ ଭିଏତନାମର ହୋଇଥିବାରୁ ତଦନ୍ତରେ ହେଉଥିଲା ଅସୁବିଧା। ଭାଷାଗତ ସମସ୍ୟା ପାଇଁ ତଦନ୍ତ ଆଗେଇ ପାରୁନଥିବା ବେଳେ ଅନୁବାଦକଙ୍କର ସହଯୋଗ ନିଆଯାଇଛି । ଜାହାଜକୁ ଗତ ରାତିରେ ସାଉଥ ବର୍ଥରୁ ପିଆଇସିଟି ବର୍ଥକୁ ଅଣାଯାଇଅଛି । ଜାହାଜରେ ତଦନ୍ତ କରୁଛନ୍ତି ୧୮ ଜଣିଆ ଟିମ୍।
ସୂଚନାଯୋଗ୍ୟ, ନଭେମ୍ବର ୧ ତାରିଖରେ ପାରାଦୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲ ମଧ୍ୟକୁ ଇଣ୍ଡୋନେସିଆରୁ ଆସିଥିବା ଏକ ଭେସେଲରୁ ୨ଶହ ୨୦ କୋଟି ଟଙ୍କାର କୋକେନ୍ ଜବତ କରିଥିଲା କଷ୍ଟମ ବିଭାଗ । ଏହି ଘଟଣାର ତଦନ୍ତ ଏନସିବି କରୁଥିବା ବେଳେ ଭେସେଲର ସମସ୍ତ କ୍ରିୟୁ ସଦସ୍ୟ ଭିଏତନାମର ହୋଇଥିବାରୁ ଭାଷାଗତ ସମସ୍ୟା ତଦନ୍ତରେ ବାଧା ସୃଷ୍ଟି କରିଥିଲା । ତେଣୁ ଅନୁବାଦକଙ୍କର ସହାୟତା ନିଆଯାଇଛି । ତେବେ ଏତେ ଟଙ୍କାର କୋକେନ୍ କେଉଁଠୁ ଆସିଥିଲା ଏବଂ କେଉଁଠିକୁ ଯାଉଥିଲା ତଦନ୍ତ ପରେ ଏହାର ରହସ୍ୟ ଖୋଲିବ ବୋଲି କୁହାଯାଉଛି ।