ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରି । ଆଜି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିବା ବେଳେ ୪୩.୩ ଡିଗ୍ରୀ ସେଲସିୟସ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ପଶ୍ଚିମ ଓଡ଼ିଶାର ସହରଗୁଡ଼ିକ ପ୍ରବଳ ଖରା ଅନୁଭୂତ ହେଉଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ଅସହ୍ୟ ହୋଇପଡ଼ିଛି।
ଆଜି ସେହିପରି ବୌଦ୍ଧରେ ୪୨.୯, ଝାରସୁଗୁଡ଼ାରେ ୪୨.୪, ହୀରାକୁଦରେ ୪୨.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ରାଉରକେଲା ଓ ବରଗଡ଼ରେ ୪୧.୬ ଡିଗ୍ରୀ ରହିଛି। ଟିଟିଲାଗଡ଼ରେ ୪୧.୫, ସୋନପୁର ୪୧.୨, ସୁନ୍ଦରଗଡ଼ ୪୦.୭, ଭବାନୀପାଟଣା ଓ ଯାଜପରର ତାପମାତ୍ରା ୪୦.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ନୟାଗଡର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରହିଛି।
ଭୁବନେଶ୍ବର ଓ କଟକରେ ତାପମାଚ୍ରା ସାମାନ୍ୟ ହ୍ରାସ ପାଇଛି। ଭୁବନେଶ୍ବରର ତାପମାତ୍ରା ୩୮.୬ ଓ କଟକରେ ତାପମାଚ୍ରା ୩୭.୮ ଡିଗ୍ରୀ ସେଲସିୟସ ରହିଥିଲା।