ଗୁରୁବାର ରାଶିଫଳ ( ୦୭ – ୧୧ – ୨୦୨୪ )

ମେଷ: ପରିବାର ସହ କୌଣସି ଧର୍ମସ୍ଥଳୀକୁ ଯାଇପାରନ୍ତି। ବ୍ୟବସାୟରେ ଲାଭାନ୍ବିତ ହେବେ। ମହିଳାମାନେ ଘର କାମରେ ବ୍ୟସ୍ତ ରହିପାରନ୍ତି। କୌଣସି ବ୍ୟକ୍ତିଙ୍କ ସହ ବାର୍ତ୍ତାଳାପ କରି ଆତ୍ମସନ୍ତୋଷ ଲାଭକରିବେ। ବୃଷ: ନୂତନ ନିଯୁକ୍ତି ସୁଯୋଗ ଦେଖାଦେବ। ଅପ୍ରିୟ ସତ କହି ସମାଲୋଚିତ ହେବେ। ଆର୍ଥିକ ଉନ୍ନତି ସତ୍ତ୍ବେ ଅଭାବ ଦେଖାଦେଇପାରେ। ପରୀକ୍ଷାର୍ଥୀ କୃତକାର୍ଯ୍ୟ ହେବେ। ଉଧାର ଟଙ୍କା ଫେରିପାଇପାରନ୍ତି। ମିଥୁନ: ଗୁରୁଜନଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରି ସଫଳତା ପାଇବେ। ସାହିତ୍ୟ, କଳା ପ୍ରତି ଆଗ୍ରହ ବଢ଼ିବ। […]

ମେଷ: ପରିବାର ସହ କୌଣସି ଧର୍ମସ୍ଥଳୀକୁ ଯାଇପାରନ୍ତି। ବ୍ୟବସାୟରେ ଲାଭାନ୍ବିତ ହେବେ। ମହିଳାମାନେ ଘର କାମରେ ବ୍ୟସ୍ତ ରହିପାରନ୍ତି। କୌଣସି ବ୍ୟକ୍ତିଙ୍କ ସହ ବାର୍ତ୍ତାଳାପ କରି ଆତ୍ମସନ୍ତୋଷ ଲାଭକରିବେ।

ବୃଷ: ନୂତନ ନିଯୁକ୍ତି ସୁଯୋଗ ଦେଖାଦେବ। ଅପ୍ରିୟ ସତ କହି ସମାଲୋଚିତ ହେବେ। ଆର୍ଥିକ ଉନ୍ନତି ସତ୍ତ୍ବେ ଅଭାବ ଦେଖାଦେଇପାରେ। ପରୀକ୍ଷାର୍ଥୀ କୃତକାର୍ଯ୍ୟ ହେବେ। ଉଧାର ଟଙ୍କା ଫେରିପାଇପାରନ୍ତି।

ମିଥୁନ: ଗୁରୁଜନଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରି ସଫଳତା ପାଇବେ। ସାହିତ୍ୟ, କଳା ପ୍ରତି ଆଗ୍ରହ ବଢ଼ିବ। ସରକାରୀ ଚାକିରିଆଙ୍କ ପାଇଁ ଦିନଟି ଭଲ। ଭାଇ ଭଉଣୀଙ୍କୁ ଲେଖାପଢ଼ାରେ ସହଯୋଗ କରିବେ।

କର୍କଟ: ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ସଫଳ ହେବେ। ବୈବାହିକ ଜୀବନରେ ସ୍ଥିରତା ଦେଖାଦେବ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ଲୋଡ଼ିବେ।

ସିଂହ: କାର୍ଯ୍ୟ ସ୍ଥଗିତ ରହିପାରେ। କର୍ମକ୍ଷେତ୍ରରେ କାର୍ଯ୍ୟ ବହୁଳତା ରହିବ। ପିଲାମାନଙ୍କ ସଫଳତା ଦେଖି ପିତାମାତା ଗର୍ବ ଅନୁଭବ କରିପାରନ୍ତି। ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟକୁ ପୂରଣ କରି ସନ୍ତୋଷ ଅନୁଭବ କରିବେ।

କନ୍ୟା: ପରିବାରରେ ଏକତା ବଢ଼ିବ। କାର୍ଯ୍ୟକୁ ସୁଚାରୁ ରୂପରେ ପୂରଣ କରିବାକୁ ଭିନ୍ନ ଉପାୟ ଅବଲମ୍ବନ କରିବେ। କର୍ମକ୍ଷେତ୍ରରେ ଆଗୁଆ ରହିବେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଯାଇପାରେ।

ତୁଳା: ଦିନଟି ଚଳଚଞ୍ଚଳ ରହିବ। ମହିଳାମାନେ ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। କର୍ମକ୍ଷେତ୍ରରେ କିଛିଟା ସମସ୍ୟା ରହିପାରେ। ଅର୍ଥନୈତିକ କାର୍ଯ୍ୟରେ ବାଧା ଉପୁଜିପାରେ।

ବିଛା: ଦୀର୍ଘ ଦିନର ଅପେକ୍ଷାର ପରିସମାପ୍ତି ଘଟିବ। କର୍ମକ୍ଷେତ୍ରରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ପରିବାରରେ ଆପଣଙ୍କର ଗୁରୁତ୍ବ ବୃଦ୍ଧି ପାଇବ। ଦୂରସମ୍ପର୍କୀୟଙ୍କ ସହ ସାକ୍ଷାତ ହୋଇପାରେ ।

ଧନୁ: ଅଜଣା ବ୍ୟକ୍ତିଙ୍କ ସାହାଯ୍ୟ ପାଇପାରନ୍ତି। ପଡ଼ୋଶୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଭଲ। ପାରିବାରିକ ଜୀବନ ସୁଖମୟ ରହିବ।

ମକର: ଆକସ୍ମାତ୍‌ ଶୁଭ ଖବର ପାଇ ଉତ୍ସାହିତ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରିୟଜନଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।

କୁମ୍ଭ: ଦିନଟିରେ ମିଶ୍ରିତ ଫଳ ପାଇବେ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତା କରିପାରନ୍ତି। ଯେକୌଣସି ପରିସ୍ଥିତିରେ ଭାଙ୍ଗିପଡ଼ନ୍ତୁନି। ଅଯଥା କାର୍ଯ୍ୟରେ ନିଜର ବୁଦ୍ଧିବଳ ନଷ୍ଟ କରନ୍ତୁ ନାହିଁ।

ମୀନ: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରୁ ନିବୃତ୍ତ ରୁହନ୍ତୁ। ଆଶା କରିଥିବା ଦିଗରୁ ହତାଶ ହୋଇପାରନ୍ତି। କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପ୍ରଦର୍ଶନ କରିବେ। ଧାର୍ମିକ ଭାବନା ରଖି ଅନ୍ୟର ସହାୟତା କରିବେ।

About The Author: The Sakala