ସାଧାରଣ ଓଜନର ଅର୍ଥ ସୁସ୍ଥ ଲିଭର୍ ନୁହେଁ: ୨୦ ରୁ ୩୦ ବର୍ଷ ବୟସର ଭାରତୀୟ ଯୁବକମାନେ କାହିଁକି ହେଉଛନ୍ତି ଫ୍ୟାଟି ଲିଭର୍‌ର ଶିକାର ?

Suryakanta Picture
Published On

ସାଧାରଣତଃ ଅନେକ ଲୋକ ଭାବନ୍ତି ଯେ ଯଦି ସେମାନେ ମୋଟା ନୁହଁନ୍ତି କିମ୍ବା ମଦ୍ୟପାନ କରୁନାହାଁନ୍ତି, ତେବେ ସେମାନଙ୍କର ଲିଭର୍ ବା ଯକୃତ ସୁସ୍ଥ ଅଛି। କିନ୍ତୁ ଏହି ଧାରଣା ସର୍ବଦା ସତ୍ୟ ନୁହେଁ। ଆଜିକାଲି ୨୦ ରୁ ୩୦ ବର୍ଷ ବୟସର ଅନେକ ଯୁବପିଢ଼ିଙ୍କ ଠାରେ ଫ୍ୟାଟି ଲିଭର୍ (Fatty Liver) ସମସ୍ୟା ବୃଦ୍ଧି ପାଉଛି ବୋଲି ଡାକ୍ତରମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଶେଷ କରି ଓଜନ ସାଧାରଣ ଥିଲେ ମଧ୍ୟ ଯକୃତରେ ଅତ୍ୟଧିକ ଚର୍ବି ଜମା ହେବା ଏକ ଗମ୍ଭୀର ସମସ୍ୟା ଭାବେ ଉଭା ହୋଇଛି।

ଆହୁରି ପଢ଼ନ୍ତୁ: ଓଭାରିଆନ୍ କ୍ୟାନ୍ସରକୁ ନେଇ ୮ଟି ପ୍ରମୁଖ ଭ୍ରାନ୍ତ ଧାରଣା: ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ଡାକ୍ତରଙ୍କ ପରାମର୍ଶ ଏବଂ କାରଣ

ନୂଆଦିଲ୍ଲୀ ସ୍ଥିତ ଫୋର୍ଟିସ୍ ହସ୍ପିଟାଲ୍‌ର ରୋବୋଟିକ୍ସ, ବାରିଆଟ୍ରିକ୍ ଏବଂ ଲାପାରୋସ୍କୋପିକ୍ ସର୍ଜରୀ ବିଭାଗର ନିର୍ଦ୍ଦେଶକ ତଥା ରୋହିଣୀ ସ୍ଥିତ ଶଲ୍ୟ କ୍ଲିନିକ୍‌ର ପ୍ରତିଷ୍ଠାତା ଡା. ପଙ୍କଜ ଶର୍ମା ଏହି ବିଷୟରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଅନେକ ଯୁବକ ଭାବନ୍ତି ମଦ୍ୟପାନ ନକଲେ କିମ୍ବା ମୋଟା ନଦେଖାଗଲେ ସେମାନଙ୍କ ଲିଭର୍ ସୁସ୍ଥ ଅଛି, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ ନୁହେଁ। ପେଟର ଚର୍ବି, ଇନସୁଲିନ୍ ପ୍ରତିରୋଧ, ଖରାପ ଖାଦ୍ୟପେୟ ଅଭ୍ୟାସ ଏବଂ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ଯକୃତରେ ଚର୍ବି ଜମା ହୋଇପାରେ।

ଆହୁରି ପଢ଼ନ୍ତୁ: ଦିନ ତମାମ ପରିଶ୍ରମ ପରେ ଶାନ୍ତିରେ ଶୋଇବା ପାଇଁ ଅସୁବିଧା ହେଉଛି କି? ଶୋଇବା ପୂର୍ବରୁ କରନ୍ତୁ ଏହି ସହଜ ଯୋଗାସନ

ଜୀବନଶୈଳୀରେ ପରିବର୍ତ୍ତନ ଏକ ମୁଖ୍ୟ କାରଣ

ଯୁବ ଭାରତୀୟମାନଙ୍କ ମଧ୍ୟରେ ଫ୍ୟାଟି ଲିଭର୍ ବିକଶିତ ହେବାର ଏକ ପ୍ରମୁଖ କାରଣ ହେଉଛି ବଦଳୁଥିବା ଜୀବନଶୈଳୀ। ଦୀର୍ଘ ସମୟ ଧରି କାମ କରିବା, ବାରମ୍ବାର ବାହାରୁ ଖାଦ୍ୟ ମଗାଇ ଖାଇବା, ଅଧିକ ଚିନିଯୁକ୍ତ ପାନୀୟ ଏବଂ ପ୍ରୋସେସ୍‌ଡ୍ ଫୁଡ୍‌ର ବ୍ୟବହାର, ଅପର୍ଯ୍ୟାପ୍ତ ନିଦ ଏବଂ ସୀମିତ ଶାରୀରିକ ବ୍ୟାୟାମ ଆଦି ଏଥିପାଇଁ ଦାୟୀ। ଏସବୁ କାରଣରୁ ଶରୀରରେ ଏପରି ଏକ ମେଟାବୋଲିକ୍ ପରିବେଶ ସୃଷ୍ଟି ହୁଏ, ଯାହା ଫ୍ୟାଟି ଲିଭର୍‌କୁ ଆମନ୍ତ୍ରଣ କରିଥାଏ।

ଆହୁରି ପଢ଼ନ୍ତୁ: ମଧୁମେହ ରୋଗୀଙ୍କ ପାଇଁ କେଉଁ ଜଳଖିଆ ଠିକ୍? ସକାଳେ ଏହି ୩ଟି ଖାଦ୍ୟ ଖାଆନ୍ତୁ ଏବଂ ୩ଟିରୁ ଦୂରେଇ ରୁହନ୍ତୁ

ବଂଶାନୁକ୍ରମିକ ପ୍ରଭାବ ଏବଂ ଲୁଚି ରହିଥିବା ବିପଦ

ଡାକ୍ତରଙ୍କ ମତରେ ଭାରତୀୟମାନଙ୍କ ଶରୀରର ଗଠନ ଏବଂ ଜିନ୍ (Genetics) ଅନୁଯାୟୀ, କମ୍ ଓଜନ ଥିଲେ ବି ମେଟାବୋଲିକ୍ ସମସ୍ୟା ଦେଖାଦେବାର ଆଶଙ୍କା ଅଧିକ ଥାଏ। ଏହାର ଅର୍ଥ ହେଉଛି ଜଣେ ବ୍ୟକ୍ତି ବାହାରୁ ମୋଟା ଦେଖାଯାଉ ନଥିଲେ ମଧ୍ୟ ତାଙ୍କ ଶରୀର ଭିତରେ, ବିଶେଷକରି ପେଟ କିମ୍ବା ଯକୃତ ପାଖରେ ଅଧିକ ଚର୍ବି ବା ଭିସେରାଲ୍ ଫ୍ୟାଟ୍ (Visceral fat) ଜମା ହୋଇ ରହିଥାଇପାରେ।

ଫ୍ୟାଟି ଲିଭର୍ ରୋଗର ସବୁଠାରୁ ବଡ଼ ବିପଦ ହେଉଛି ଯେ ଏହା ଚୁପଚାପ୍ ବଢ଼ିଥାଏ ଏବଂ ଏହାର କୌଣସି ସ୍ପଷ୍ଟ ଲକ୍ଷଣ ନଥାଏ। ସାଧାରଣତଃ କୌଣସି ରୁଟିନ୍ ହେଲ୍‌ଥ୍ ଚେକ୍‌ଅପ୍ କିମ୍ବା ଅଲଟ୍ରାସାଉଣ୍ଡ (Ultrasound) ସମୟରେ ହିଁ ଏହି ସମସ୍ୟା ବିଷୟରେ ଜଣାପଡ଼ିଥାଏ। ତେଣୁ ସୁସ୍ଥ ଜୀବନଶୈଳୀ ଆପଣେଇବା ଏବଂ ସଠିକ୍ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଏକାନ୍ତ ଆବଶ୍ୟକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp