ଭୁବନେଶ୍ବର: ରାଜଧାନୀରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଭରତପୁର ଥାନା ଅଧୀନ ଏକ ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବତୀ ହେଲେ ବିଷ୍ଣୁପ୍ରିୟା ରାଉତ । ସେ ଅନ୍ୟ ଜଣେ ଯୁବତୀଙ୍କ ସହ ଭଡାରେ ରହୁଥିଲେ। ଗତ ଗୁରୁବାର ଦିନ ବିଷ୍ଣୁପ୍ରିୟାଙ୍କ ମୃତ୍ୟୁ ହୋଇଥିଲାବେଳେ ଗତକାଲି ରାତିରେ ମୃତଦେହ ଠାବ ହୋଇଛି। ବିଷ୍ଣୁପ୍ରିୟାଙ୍କ ସହ ରହୁଥିବା ଯୁବତୀ ଫେରାର ଥିବା ଅଭିଯୋଗ ।
ଅନ୍ୟପକ୍ଷରେ, ଝିଅକୁ ହତ୍ୟା କରାଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ଭରତପୁର ଥାନା ପୁଲିସ ଘଟଣା ସ୍ଥାନରେ ପହଞ୍ଚିଛି। ସାଇଣ୍ଟିଫିକ ଟିମ୍ ଜରିଆରେ ତଦନ୍ତ ଆରମ୍ଭ କରିଛି ପୁଲିସ। ତେବେ ହତ୍ୟା ଘଟଣାକୁ ଖଣ୍ଡନ କରିଛି ଭରତପୁର ଥାନା ପୁଲିସ । ଏହା ଏକ ଆତ୍ମହତ୍ୟା ବୋଲି ସ୍ପଷ୍ଟ କରିଛନ୍ତି ଭରତପୁର ଆଇଆଇସି। ଘର ଭିତରୁ ବନ୍ଦ ଥିବା ବେଳେ ଏହା ଆତ୍ମହତ୍ୟା ସ୍ପଷ୍ଟ ବୋଲି ଥାନାଧିକାରୀ ଦୀନକୃଷ୍ଣ ମିଶ୍ର ସୂଚନା ଦେଇଛନ୍ତି।