ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଗିରଫ, ବାସଭବନରୁ ଉଠାଇନେଲା ଖୋର୍ଦ୍ଧା ପୁଲିସ

ଭୁବନେଶ୍ବର: ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କୁ ପୁଲିସ ଉଠେଇ ନେଇଥିବା ଜଣାପଡ଼ିଛି। ମାନସଙ୍କୁ ତାଙ୍କ ଘରୁ ଖୋର୍ଦ୍ଧା ପୁଲିସ ଉଠାଇ ନେଇଥିବା ସୂଚନା । ମାନସଙ୍କ ନାଁରେ ବହୁ ଗୁରୁତର ଅଭିଯୋଗ ଥିଲା । କିଛିଦିନ ତଳେ ଏକ ସଂଗଠନର କିଛି ସଦସ୍ୟଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇଥିବା ବାପାପୁଅ ମାଗୁଣୀ ଓ ଆନନ୍ଦଙ୍କ ଭିଡିଓ ଭାଇରାଲ ହୋଇଥିଲା । ଏନେଇ ମାଗୁଣି ବେଗୁନିଆ ଥାନାରେ ୭ଜଣଙ୍କ ନାମରେ ଅଭିଯୋଗ କରିଥିଲେ। ଆଜି ମଧ୍ୟ ମାନବବାଦ […]

ଭୁବନେଶ୍ବର: ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କୁ ପୁଲିସ ଉଠେଇ ନେଇଥିବା ଜଣାପଡ଼ିଛି। ମାନସଙ୍କୁ ତାଙ୍କ ଘରୁ ଖୋର୍ଦ୍ଧା ପୁଲିସ ଉଠାଇ ନେଇଥିବା ସୂଚନା । ମାନସଙ୍କ ନାଁରେ ବହୁ ଗୁରୁତର ଅଭିଯୋଗ ଥିଲା । କିଛିଦିନ ତଳେ ଏକ ସଂଗଠନର କିଛି ସଦସ୍ୟଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇଥିବା ବାପାପୁଅ ମାଗୁଣୀ ଓ ଆନନ୍ଦଙ୍କ ଭିଡିଓ ଭାଇରାଲ ହୋଇଥିଲା । ଏନେଇ ମାଗୁଣି ବେଗୁନିଆ ଥାନାରେ ୭ଜଣଙ୍କ ନାମରେ ଅଭିଯୋଗ କରିଥିଲେ।

ଆଜି ମଧ୍ୟ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କ ନାଁରେ ଖୋର୍ଦ୍ଧା ସଦର ଥାନାରେ ଆଉ ଏକ ଏତଲା ରୁଜୁ ହୋଇଥିଲା । ମାନସଙ୍କ ଷ୍ଟେଜ ବଡି ଗାର୍ଡ କହୁଥିବା ଜଣେ ବ୍ୟକ୍ତିଙ୍କ ପକ୍ଷରୁ ଏତଲା ଦିଆଯାଇଥିଲା। ତାଙ୍କୁ ମିଳିଥିବା ଧମକ ସମ୍ପର୍କିତ ଅଡିଓର ପ୍ରମାଣ ଦେଇ ଏତଲା ଦେଇଥିଲେ।

https://www.thesakala.in/talibani-rule-in-khordha-by-manavbad-organization/

About The Author: The Sakala