ଖୋର୍ଦ୍ଧା: ଖୋର୍ଦ୍ଧା ରଣପୁର ସିକୋ ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ର ଚଢ଼ାଉ। ଚଢ଼ାଉ ବେଳେ ୧୦ଟି ବନ୍ଧୁକ ଜବତ କରିବା ସହ ୨ଜଣ ଆନ୍ତରାଜ୍ୟ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି କରିଛି ଏସଟିଏଫ ।
ଏହି ଅଞ୍ଚଳରେ ଦୀର୍ଘଦିନ ଧରି ବେଆଇନ୍ ବନ୍ଧୁକ କାରବାର ହେଉଥିବା ଖବର ପାଇଁ ଏସଟିଏଫ ଟିମ୍ ଚଢ଼ାଉ କରିଥିଲା । ତେବେ ବନ୍ଧୁକ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ୨ ଜଣ ବ୍ୟବସାୟୀଙ୍କୁ ଟିମ୍ କାବୁ କରିଥିଲା । ଏହାସହ ସେଠାରୁ ୧୦ଟି ବନ୍ଧୁକ ଓ ୮ରାଉଣ୍ଡ ଗୁଳି ମଧ୍ୟ ଜବତ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ମଧ୍ୟରୁ ଜଣେ ନୟାଗଡ଼ ରଣପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧା ଟାଉନର। ଉଭୟଙ୍କ ନାମରେ ବିଭିନ୍ନ ଜିଲ୍ଲାରେ ଏକାଧିକ ଆପରାଧିକ ମାମଲା ରହିଥିବା ସୂଚନା ରହିଛି।