ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୋଦଳା ରେଞ୍ଜର ବଙ୍ଗଳା ସାହିରେ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଅନ୍ଯ ଜଣେ ଗୁରୁତର ଆହତ ହୋଇଛନ୍ତି। ହତ୍ୟା ପରେ ଗାଁରେ ଉତ୍ତେଜନା ଲଗି ରହିଥିବା ବାଳେ ଅଭିଯୁକ୍ତର ଘର ଗାଁ ଲୋକେ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ସଂଘର୍ଷରେ ମୃତ୍ଯୁ ଘଟିଥିବା ବ୍ଯକ୍ତିଙ୍କ ନାମ କାଳୁ ନାହାକ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଆଜି ସକାଳେ କାଳୁ ଦୋକାନରୁ ଫେରିବା ବେଳେ କିଛି ଦୁର୍ବୃତ୍ତ ବିଚ୍ ରାସ୍ତାରେ ଖଣ୍ଡାରେ ତାଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ କାଳୁଙ୍କ ମୃତ୍ୟୁ ଘଟିଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ କରି ଅନ୍ୟ ଜଣେ ଯୁବକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ କୋଦଳା ପୁଲିସ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।