ଅବକାରୀ ବିଭାଗର ଚଢ଼ାଉ:୫୯ ଲିଟର ବିଦେଶୀ ମଦ ଜବତ, ୨ ଗିରଫ

ଖଲ୍ଲିକୋଟ: ଅବକାରୀ ବିଭାଗ ପକ୍ଷରୁ ଆଜି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ଓ ବାଗଲପୁର ଗ୍ରାମରେ ଚଢ଼ାଉ କରାଯାଇଛି। ବେଆଇନ ଭାବେ ନକଲି ବିଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ଆଶିଷ କୁମାର ସାହୁ ଓ ଟୁକୁନା ସାହୁଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୪୪ ଲିଟର ବିୟର ଓ ୧୫ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଏ ସମ୍ପର୍କରେ ଖଲ୍ଲିକୋଟ ଅବକାରୀ କେସ ନମ୍ୱର ୧୭/୨୧ ଓ ଛତ୍ରପୁର ସଦର ଅବକାରୀ କେସ ନମ୍ୱର […]

ଖଲ୍ଲିକୋଟ: ଅବକାରୀ ବିଭାଗ ପକ୍ଷରୁ ଆଜି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ଓ ବାଗଲପୁର ଗ୍ରାମରେ ଚଢ଼ାଉ କରାଯାଇଛି। ବେଆଇନ ଭାବେ ନକଲି ବିଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ଆଶିଷ କୁମାର ସାହୁ ଓ ଟୁକୁନା ସାହୁଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୪୪ ଲିଟର ବିୟର ଓ ୧୫ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଏ ସମ୍ପର୍କରେ ଖଲ୍ଲିକୋଟ ଅବକାରୀ କେସ ନମ୍ୱର ୧୭/୨୧ ଓ ଛତ୍ରପୁର ସଦର ଅବକାରୀ କେସ ନମ୍ୱର ୯/୨୧ ଅନୁଯାୟୀ ଦୁଇଟି ମାମଲା ରୁଜ୍ଜୁ ହୋଇଛି। ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକଙ୍କ ଉପସ୍ଥିତିରେ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଅଜିତ କୁମାର ପାତ୍ର, ଛତ୍ରପୁର ସଦର ଇନ୍ସପେକ୍ଟର ଦୀପ୍ତିମୟୀ ସାହୁ ଏବଂ ଅନ୍ୟ ବିଭାଗୀୟ କର୍ମଚାରୀମାନେ ଏହି ଚଢ଼ାଉରେ ଅଂଶଗ୍ରହଣ କରିଥିଲେ।

About The Author: The Sakala