ଜୁଲାଇ ପହିଲାରୁ ନୂଆ ଶ୍ରମ ଆଇନ; ବଦଳିବ କାର୍ଯ୍ୟ ସମୟ, ପିଏଫ୍‌, ବେତନ ଓ ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ପହିଲାଠାରୁ ଦେଶରେ ଲାଗୁ ହେବାକୁୁ ଯାଉଛି ନୂଆ ଶ୍ରମ ଆଇନ। ଯଦି କେନ୍ଦ୍ର ସରକାର ଏହି ନିୟମ କାର୍ଯ୍ୟକାରୀ କରନ୍ତି ତେବେ ଦେଶର ଶିଳ୍ପ କ୍ଷେତ୍ରରେ ଏକ ବିରାଟ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଥିରେ ବିଶେଷ କରି କର୍ମଚାରୀଙ୍କର କାର୍ଯ୍ୟ ସମୟ, ପ୍ରୋଭିଡେଣ୍ଟ ଫଣ୍ଡ୍‌ ବା ଭବିଷ୍ୟନିଧି ପାଣ୍ଠି ଓ ବେତନର ରୂପରେଖ ପ୍ରକ୍ରିୟା ସବୁକିଛି ବଦଳିଯିବ। ଅପରପକ୍ଷେ କେନ୍ଦ୍ର ସରକାର ଯଥାସମ୍ଭବ ଏହି ନିୟମ ଲାଗୁ କରିବା ସପକ୍ଷରେ ରହିଥିବା […]

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ପହିଲାଠାରୁ ଦେଶରେ ଲାଗୁ ହେବାକୁୁ ଯାଉଛି ନୂଆ ଶ୍ରମ ଆଇନ। ଯଦି କେନ୍ଦ୍ର ସରକାର ଏହି ନିୟମ କାର୍ଯ୍ୟକାରୀ କରନ୍ତି ତେବେ ଦେଶର ଶିଳ୍ପ କ୍ଷେତ୍ରରେ ଏକ ବିରାଟ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଥିରେ ବିଶେଷ କରି କର୍ମଚାରୀଙ୍କର କାର୍ଯ୍ୟ ସମୟ, ପ୍ରୋଭିଡେଣ୍ଟ ଫଣ୍ଡ୍‌ ବା ଭବିଷ୍ୟନିଧି ପାଣ୍ଠି ଓ ବେତନର ରୂପରେଖ ପ୍ରକ୍ରିୟା ସବୁକିଛି ବଦଳିଯିବ।

ଅପରପକ୍ଷେ କେନ୍ଦ୍ର ସରକାର ଯଥାସମ୍ଭବ ଏହି ନିୟମ ଲାଗୁ କରିବା ସପକ୍ଷରେ ରହିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ତେବେ ନୂଆ ଶ୍ରମ ନିୟମ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ଏ ପର୍ଯ୍ୟନ୍ତ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଏହି ନବୀକରଣ ପ୍ରକ୍ରିୟା ଫଳରେ ପେନ୍‌ସନ୍‌, ଗ୍ରାଚ୍ୟୁଇଟି, ମଜୁରୀ, ସ୍ୱାସ୍ଥ୍ୟ, ଶ୍ରମିକ କଲ୍ୟାଣ, ସୁରକ୍ଷା ଓ କାର୍ଯ୍ୟ ସର୍ତ୍ତାବଳୀ କ୍ଷେତ୍ରରେ ବଡ ପରିବର୍ତ୍ତନ ଦେଖାଦେବ। ବିଶ୍ୱସ୍ତରରେ କର୍ପୋରେଟ କ୍ଷେତ୍ରର ବିକାଶକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେବାକୁ ଯାଉଛନ୍ତି। ତେବେ ଏ ପର୍ଯ୍ୟନ୍ତ ୨୩ଟି ରାଜ୍ୟ ସରକାର ଶ୍ରମ କୋଡ୍‌ ଓ ନିୟମକୁ ଲାଗୁ କରିସାରିଲେଣି।

ନୂଆ ଶ୍ରମ ନିୟମ ଅନୁଯାୟୀ, କର୍ମଚାରୀମାନେ କାର୍ଯ୍ୟାଳୟରେ ଦୈନିକ ୧୨ ଘଣ୍ଟା ଓ ସାପ୍ତାହିକ ୪୮ ଘଣ୍ଟା କାମ କରିବେ। ସେମାନେ ସପ୍ତାହକୁ ୪ ଦିନ କାର୍ଯ୍ୟ କରିବେ। ସେହିପରି ଶିଳ୍ପ କ୍ଷେତ୍ରରେ ଓଭରଟାଇମ୍ ସମୟ ୫୦ରୁ ୧୨୫ ଘଣ୍ଟାକୁ ବୃଦ୍ଧି କରାଯାଇଛି। କର୍ମଚାରୀଙ୍କର ମୂଳ ବେତନ ସାମଗ୍ରୀକ ବେତନର ୫୦ ପ୍ରତିଶତ ହେବ। କର୍ମଚାରୀମାନେ ୪୫ ଦିନ ବଦଳରେ ୨୦ ଦିନ କାର୍ଯ୍ୟ କରିବା ପରେ ୟାର୍ଣ୍ଣଡ ଲିଭ୍ (ଇଏଲ) ନେଇପାରିବେ। ସେହିଭଳି ନୂଆ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦାନ କରିବାର ୨୪୦ ଦିନ ବଦଳରେ ୧୮୦ ଦିନ ପରେ ଇଏଲ ନେଇପାରିବେ।

About The Author: The Sakala