କ୍ରିପ୍ଟୋକରେନ୍ସି ଉପରେ ସରକାର ନେଇପାରନ୍ତି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ:ଦେଶରେ ଦିନକୁ ଦିନ କ୍ରିପ୍ଟୋ କରେନ୍ସିରେ ବିନିଯୋଗ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯଦିଓ ସରକାର ଏଥିରୁ ଉତ୍ପାଦିତ ଆୟ ଉପରେ ୩୦ ପ୍ରତିଶତ ଟିକସ ଏବଂ ଏକ ପ୍ରତିଶତ ଟିଡିଏସ୍ ଲଗାଇଛନ୍ତି ତଥାପି କ୍ରିପ୍ଟୋର ଚାହିଦା ରହିଛି। ବର୍ତ୍ତମାନ ଭାରତରେ କ୍ରିପ୍ଟୋ ସମ୍ବନ୍ଧରେ ସରକାରଙ୍କଠାରୁ ଏକ ବଡ ଖର ଆସିଛି। କ୍ରିପ୍ଟୋକରେନ୍ସି ଉପରେ କେନ୍ଦ୍ର ସରକାର ଖୁବ୍‌ ଶୀଘ୍ର ନେଇପାରନ୍ତି ବଡ ନିଷ୍ପତ୍ତି। କାରଣ କ୍ରିପ୍ଟୋ କରେନ୍ସି ଉପରେ ସରକାର ଏକ ପରାମର୍ଶପତ୍ର ଜାରି […]

ନୂଆଦିଲ୍ଲୀ:ଦେଶରେ ଦିନକୁ ଦିନ କ୍ରିପ୍ଟୋ କରେନ୍ସିରେ ବିନିଯୋଗ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯଦିଓ ସରକାର ଏଥିରୁ ଉତ୍ପାଦିତ ଆୟ ଉପରେ ୩୦ ପ୍ରତିଶତ ଟିକସ ଏବଂ ଏକ ପ୍ରତିଶତ ଟିଡିଏସ୍ ଲଗାଇଛନ୍ତି ତଥାପି କ୍ରିପ୍ଟୋର ଚାହିଦା ରହିଛି। ବର୍ତ୍ତମାନ ଭାରତରେ କ୍ରିପ୍ଟୋ ସମ୍ବନ୍ଧରେ ସରକାରଙ୍କଠାରୁ ଏକ ବଡ ଖର ଆସିଛି। କ୍ରିପ୍ଟୋକରେନ୍ସି ଉପରେ କେନ୍ଦ୍ର ସରକାର ଖୁବ୍‌ ଶୀଘ୍ର ନେଇପାରନ୍ତି ବଡ ନିଷ୍ପତ୍ତି। କାରଣ କ୍ରିପ୍ଟୋ କରେନ୍ସି ଉପରେ ସରକାର ଏକ ପରାମର୍ଶପତ୍ର ଜାରି କରିବାକୁ ଯାଉଛନ୍ତି। କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠି ଏ ନେଇ ସୂଚନା ଦେଇଛନ୍ତି। ଏହାକୁ ପ୍ରସ୍ତୁତ କରିବାର ପ୍ରତ୍ୟେକ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିବା ସେ କହିଛନ୍ତି।

ସୋମବାର ଏକ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ସେଠି କହିଛନ୍ତି ଯେ, କେନ୍ଦ୍ରୀୟ କ୍ରିପ୍ଟୋ କରେନ୍ସି ଉପରେ ବିଶ୍ୱସ୍ତରୀୟ ସହମତି ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ନିବେଶକଙ୍କ ସୁରକ୍ଷା ପାଇଁ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପୂର୍ବରୁ ସରକାର ଅନ୍ୟ ଦେଶଗୁଡିକ ଗ୍ରହଣ କରିଥିବା ପଦକ୍ଷେପଗୁଡିକ ଅନୂଧ୍ୟାନ କରୁଛନ୍ତି। ସେ କହିଛନ୍ତି ଯେ ଏ ସମ୍ପର୍କରେ ବ୍ୟାପକଭାବେ ଆଲୋଚନା ହୋଇଛି। ଆମେ କେବଳ ଘରୋଇ ହିତାଧିକାରୀ ନୁହେଁ ଆଇଏମ୍ଏଫ୍, ବିଶ୍ବ ବ୍ୟାଙ୍କ ଭଳି ସଂଗଠନ ସହିତ ମଧ୍ୟ ଏ ନେଇ ପରାମର୍ଶ ଚଳାଇଛୁ। ଆମେ ଆଶା କରୁଛୁ ଯେ ଆମେ ଖୁବ୍‌ ଶୀଘ୍ର ଏ ନେଇ ପରାମର୍ଶପତ୍ର ଚୂଡାନ୍ତ କରିବୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଡନୀ ସମ୍ମିଳନୀରେ କ୍ରିପ୍ଟୋକରେନ୍ସି ବିଷୟରେ ସରକାର କ’ଣ ଚାହୁଁଛନ୍ତି ଏବଂ କ’ଣ ଚିନ୍ତା କରୁଛନ୍ତି ତାହା କହି ସାରିଛନ୍ତି। ଏହାବ୍ୟତୀତ ଅର୍ଥମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଆରବିଆଇ ପର୍ଯ୍ୟନ୍ତ ଏ ସମ୍ପର୍କରେ ସେମାନଙ୍କ ମତାମତ ଦେଇସାରିଛନ୍ତି।

About The Author: The Sakala