କ୍ରିପ୍ଟୋ ନିବେଶକଙ୍କୁ ସତର୍କ ରହିବାକୁ ଚେତାଇଲେ ଅର୍ଥମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଣି ଥରେ କ୍ରିପ୍ଟୋକରେନ୍ସି ନିବେଶକଙ୍କ ଉଦ୍ଦେଶ୍ୟରେ ବଡ଼ ବୟାନ ଦେଇଛନ୍ତି। ସମ୍ପ୍ରତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କ୍ରିପ୍ଟୋ ଏକ୍ସଚେଞ୍ଜଗୁଡିକରେ ଚଢ଼ାଉ କରି କାରବାରର ଯାଞ୍ଚ କରୁଛି। ଏପରିକି ଇଡି କିଛି କ୍ରିପ୍ଟୋ ଟ୍ରେଣ୍ଡିଂ ପ୍ଲାଟଫର୍ମର ସମ୍ପତ୍ତି ଜବତ କରିସାରିଛି। ଇଡି ଲାକ୍ସ ଏଏମଏଲ ନିୟମର ଅନୁପାଳନ ନେଇ କ୍ରିପ୍ଟୋ ଏକ୍ସଚେଞ୍ଜଗୁଡିକ ଉପରେ କଟକଣା ଲଗାଇଛି। ନିକଟରେ ସେମାନେ ଭାଲ୍ଡର ପ୍ରାୟ ୪୬ ନିୟୁତ ଡଲାର ଏବଂ ୱାଜିରଏକ୍ସର ପ୍ରାୟ ୮ […]

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଣି ଥରେ କ୍ରିପ୍ଟୋକରେନ୍ସି ନିବେଶକଙ୍କ ଉଦ୍ଦେଶ୍ୟରେ ବଡ଼ ବୟାନ ଦେଇଛନ୍ତି। ସମ୍ପ୍ରତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କ୍ରିପ୍ଟୋ ଏକ୍ସଚେଞ୍ଜଗୁଡିକରେ ଚଢ଼ାଉ କରି କାରବାରର ଯାଞ୍ଚ କରୁଛି। ଏପରିକି ଇଡି କିଛି କ୍ରିପ୍ଟୋ ଟ୍ରେଣ୍ଡିଂ ପ୍ଲାଟଫର୍ମର ସମ୍ପତ୍ତି ଜବତ କରିସାରିଛି। ଇଡି ଲାକ୍ସ ଏଏମଏଲ ନିୟମର ଅନୁପାଳନ ନେଇ କ୍ରିପ୍ଟୋ ଏକ୍ସଚେଞ୍ଜଗୁଡିକ ଉପରେ କଟକଣା ଲଗାଇଛି। ନିକଟରେ ସେମାନେ ଭାଲ୍ଡର ପ୍ରାୟ ୪୬ ନିୟୁତ ଡଲାର ଏବଂ ୱାଜିରଏକ୍ସର ପ୍ରାୟ ୮ ନିୟୁତ ଡଲାରର ସମ୍ପତ୍ତି ଜବତ କରିଛନ୍ତି। ତେଣୁ କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ କ୍ରିପ୍ଟୋ ନିବେଶକମାନଙ୍କୁ ଏହି ପ୍ଲାଟଫର୍ମଗୁଡିକ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି। ଯେହେତୁ ଏଗୁଡିକର କାରବାର ଏବେ ମଧ୍ୟ ସନ୍ଦେହ ବଳୟ ମଧ୍ୟରେ ରହିଛି। ଆପଣମାନେ ଜାଣିନାହାଁନ୍ତି କେବେ ଏହା ତଳକୁ ଯିବ କି ନାହିଁ । ନିବେଶକମାନେ ଏଥିପ୍ରତି ସତର୍କ ହେବା ଆବଶ୍ୟକ ବୋଲି ସୀତାରମଣ କହିଛନ୍ତି।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ମୁଦ୍ରା ନୁହେଁ ଏବଂ କର୍ତ୍ତୃପକ୍ଷ ଏ ନେଇ ସମସ୍ତଙ୍କୁ ଚେତାବନୀ ଦେଇସାରିଛନ୍ତି। ଖୁବ୍ ଶୀଘ୍ର ଏକ ନୂତନ କ୍ରିପ୍ଟୋ ଆଇନ ଆସିବ। କ୍ରିପ୍ଟୋକୁ ନେଇ ଏକ ନିୟମ ଆଣିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପ୍ରସ୍ତାବ ରଖିଥିଲା। ସେ କହିଛନ୍ତି ଯେ ମନି ଲଣ୍ଡରିଂ ମାମଲା ସହିତ ଜଡ଼ିତ ଥିବା କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜଗୁଡିକର ଯାଞ୍ଚ ଇଡି କରୁଛି। ଇଡିର ଅନୁମୋଦନ ବିନା କୌଣସି କମ୍ପାନୀ ନେଣଦେଣ କରିପାରିବନାହିଁ। ଚଳିତମାସ ୫ରେ ଇଡି ୱାଜିରଏକ୍ସର ୮ ମିଲିୟନ ଡଲାରର ବ୍ୟାଙ୍କ ସମ୍ପତ୍ତି ଜବତ କରିଥିଲା। ଏଥିସହିତ ଗତ ସପ୍ତାହରେ ୱାଉଲ୍ଡ କ୍ରିପ୍ଟୋର ବ୍ୟାଙ୍କ ଖାତା ଓ ପାଖାପାଖି ୪୬ ନିୟୁୂତ ଡଲାରର କ୍ରିପ୍ଟୋ ସମ୍ପତି ଅଚଳ କରିଥିଲା। ଯଦି କ୍ରିପ୍ଟୋକରେନ୍ସି ଉପରେ ରୋକ ଲାଗୁ ହେବ ତେବେ ଅନ୍ତରାଷ୍ଟ୍ରୀୟ ସ୍ତରର ସହଯୋଗର ଆବଶ୍ୟକତା ପଡ଼ିବ। ତେଣୁ ଆମକୁ ଅନ୍ତରାଷ୍ଟ୍ରୀୟ ସ୍ତରର ସମକକ୍ଷମାନକ ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ନିର୍ମଳା କହିଥିଲେ।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

17 Aug 2022 By The Sakala

କ୍ରିପ୍ଟୋ ନିବେଶକଙ୍କୁ ସତର୍କ ରହିବାକୁ ଚେତାଇଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଣି ଥରେ କ୍ରିପ୍ଟୋକରେନ୍ସି ନିବେଶକଙ୍କ ଉଦ୍ଦେଶ୍ୟରେ ବଡ଼ ବୟାନ ଦେଇଛନ୍ତି। ସମ୍ପ୍ରତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କ୍ରିପ୍ଟୋ ଏକ୍ସଚେଞ୍ଜଗୁଡିକରେ ଚଢ଼ାଉ କରି କାରବାରର ଯାଞ୍ଚ କରୁଛି। ଏପରିକି ଇଡି କିଛି କ୍ରିପ୍ଟୋ ଟ୍ରେଣ୍ଡିଂ ପ୍ଲାଟଫର୍ମର ସମ୍ପତ୍ତି ଜବତ କରିସାରିଛି। ଇଡି ଲାକ୍ସ ଏଏମଏଲ ନିୟମର ଅନୁପାଳନ ନେଇ କ୍ରିପ୍ଟୋ ଏକ୍ସଚେଞ୍ଜଗୁଡିକ ଉପରେ କଟକଣା ଲଗାଇଛି। ନିକଟରେ ସେମାନେ ଭାଲ୍ଡର ପ୍ରାୟ ୪୬ ନିୟୁତ ଡଲାର ଏବଂ ୱାଜିରଏକ୍ସର ପ୍ରାୟ ୮ ନିୟୁତ ଡଲାରର ସମ୍ପତ୍ତି ଜବତ କରିଛନ୍ତି। ତେଣୁ କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ କ୍ରିପ୍ଟୋ ନିବେଶକମାନଙ୍କୁ ଏହି ପ୍ଲାଟଫର୍ମଗୁଡିକ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି। ଯେହେତୁ ଏଗୁଡିକର କାରବାର ଏବେ ମଧ୍ୟ ସନ୍ଦେହ ବଳୟ ମଧ୍ୟରେ ରହିଛି। ଆପଣମାନେ ଜାଣିନାହାଁନ୍ତି କେବେ ଏହା ତଳକୁ ଯିବ କି ନାହିଁ । ନିବେଶକମାନେ ଏଥିପ୍ରତି ସତର୍କ ହେବା ଆବଶ୍ୟକ ବୋଲି ସୀତାରମଣ କହିଛନ୍ତି।

ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ମୁଦ୍ରା ନୁହେଁ ଏବଂ କର୍ତ୍ତୃପକ୍ଷ ଏ ନେଇ ସମସ୍ତଙ୍କୁ ଚେତାବନୀ ଦେଇସାରିଛନ୍ତି। ଖୁବ୍ ଶୀଘ୍ର ଏକ ନୂତନ କ୍ରିପ୍ଟୋ ଆଇନ ଆସିବ। କ୍ରିପ୍ଟୋକୁ ନେଇ ଏକ ନିୟମ ଆଣିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପ୍ରସ୍ତାବ ରଖିଥିଲା। ସେ କହିଛନ୍ତି ଯେ ମନି ଲଣ୍ଡରିଂ ମାମଲା ସହିତ ଜଡ଼ିତ ଥିବା କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜଗୁଡିକର ଯାଞ୍ଚ ଇଡି କରୁଛି। ଇଡିର ଅନୁମୋଦନ ବିନା କୌଣସି କମ୍ପାନୀ ନେଣଦେଣ କରିପାରିବନାହିଁ। ଚଳିତମାସ ୫ରେ ଇଡି ୱାଜିରଏକ୍ସର ୮ ମିଲିୟନ ଡଲାରର ବ୍ୟାଙ୍କ ସମ୍ପତ୍ତି ଜବତ କରିଥିଲା। ଏଥିସହିତ ଗତ ସପ୍ତାହରେ ୱାଉଲ୍ଡ କ୍ରିପ୍ଟୋର ବ୍ୟାଙ୍କ ଖାତା ଓ ପାଖାପାଖି ୪୬ ନିୟୁୂତ ଡଲାରର କ୍ରିପ୍ଟୋ ସମ୍ପତି ଅଚଳ କରିଥିଲା। ଯଦି କ୍ରିପ୍ଟୋକରେନ୍ସି ଉପରେ ରୋକ ଲାଗୁ ହେବ ତେବେ ଅନ୍ତରାଷ୍ଟ୍ରୀୟ ସ୍ତରର ସହଯୋଗର ଆବଶ୍ୟକତା ପଡ଼ିବ। ତେଣୁ ଆମକୁ ଅନ୍ତରାଷ୍ଟ୍ରୀୟ ସ୍ତରର ସମକକ୍ଷମାନକ ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ନିର୍ମଳା କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର