ବିଶ୍ବର ଶ୍ରେଷ୍ଠ ୧୦୦ କମ୍ପାନୀଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍

The Sakala Picture
Published On

ନୂଆଦିଲ୍ଲୀ : ବିଶ୍ବର ୧୦୦ ଶ୍ରେଷ୍ଠ କମ୍ପାନୀଙ୍କ ମଧ୍ୟରେ ଏକମାତ୍ର କମ୍ପାନୀ ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସ୍ଥାନ ପାଇଛି। ଗୋଟିଏ ଉଦ୍ୟୋଗର ମୁଖ୍ୟତଃ ୪ଟି ଦିଗକୁ ବିଚାର କରି ଆନ୍ତର୍ଜାତିକ ସ୍ତରର ପତ୍ରିକା ଫୋର୍ବସ ପକ୍ଷରୁ ‘ଗ୍ଲୋବାଲ -୨୦୦୦’ ତାଲିକା ପ୍ରକାଶ କରାଯାଇଥିଲା ବେଳେ ଏଥିରେ ୧୦୦ଟି ପ୍ରମୁଖ କମ୍ପାନୀଙ୍କ ମଧ୍ୟରେ ୫୩ତମ ସ୍ଥାନରେ ଏକମାତ୍ର ଭାରତୀୟ କମ୍ପାନୀ ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ସ୍ଥାନୀତ ହୋଇଛି। ଗୋଟିଏ ଉଦ୍ୟୋଗର ବିକ୍ରି, ଲାଭ, ସମ୍ପତ୍ତି ଏବଂ ବଜାର ମୂଲ୍ୟକୁ […]

ନୂଆଦିଲ୍ଲୀ : ବିଶ୍ବର ୧୦୦ ଶ୍ରେଷ୍ଠ କମ୍ପାନୀଙ୍କ ମଧ୍ୟରେ ଏକମାତ୍ର କମ୍ପାନୀ ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସ୍ଥାନ ପାଇଛି। ଗୋଟିଏ ଉଦ୍ୟୋଗର ମୁଖ୍ୟତଃ ୪ଟି ଦିଗକୁ ବିଚାର କରି ଆନ୍ତର୍ଜାତିକ ସ୍ତରର ପତ୍ରିକା ଫୋର୍ବସ ପକ୍ଷରୁ ‘ଗ୍ଲୋବାଲ -୨୦୦୦’ ତାଲିକା ପ୍ରକାଶ କରାଯାଇଥିଲା ବେଳେ ଏଥିରେ ୧୦୦ଟି ପ୍ରମୁଖ କମ୍ପାନୀଙ୍କ ମଧ୍ୟରେ ୫୩ତମ ସ୍ଥାନରେ ଏକମାତ୍ର ଭାରତୀୟ କମ୍ପାନୀ ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ସ୍ଥାନୀତ ହୋଇଛି। ଗୋଟିଏ ଉଦ୍ୟୋଗର ବିକ୍ରି, ଲାଭ, ସମ୍ପତ୍ତି ଏବଂ ବଜାର ମୂଲ୍ୟକୁ ନେଇ ଫୋର୍ବସ ପକ୍ଷରୁ ପ୍ରତିବର୍ଷ ବିଶ୍ବର ଶ୍ରେଷ୍ଠ ୨୦୦୦ କମ୍ପାନୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥାଏ। ଚଳିତ ବର୍ଷ ଏହି ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୫୩ତମ ସ୍ଥାନରେ ରହିଥିବା ବେଳେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୧୦୫, ଏଚଡିଏଫସି ବ୍ୟାଙ୍କ ୧୫୩ ଏବଂ ଆଇସିଆଇସିଆଇ ବ୍ୟାଙ୍କର ସ୍ଥାନ ୨୦୪ ରହିଛି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ଏହି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ପ୍ରମୁଖ ୧୦ ଭାରତୀୟ କମ୍ପାନୀଙ୍କ ମଧ୍ୟରେ ଓଏନଜିସିର ସ୍ଥାନ ୨୨୮ ରହିଥିଲା ବେଳେ ଏଚଡିଏଫସି ୨୬୮, ଭାରତୀୟ ତୈଳ ନିଗମ ୩୫୭, ଟିସିଏସ୍‌ ୩୮୪, ଟାଟା ଷ୍ଟିଲ ୪୦୭ ଏବଂ ଆକ୍ସିସ୍‌ ବ୍ୟାଙ୍କର ସ୍ଥାନ ୪୩୧ ରହିଛି। ଏହି ତାଲିକାରେ ସ୍ଥାନ ପାଇଥିବା ଭାରତୀୟ କମ୍ପାନୀଙ୍କ ମଧ୍ୟରେ ଅଧÒକାଂଶ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବହୁ ଉଦ୍ୟୋଗ ରହିଛନ୍ତି। ତେବେ ସେମାନଙ୍କ ମଧ୍ୟରେ ମୁକେଶ ଅମ୍ବାନୀ ପରିଚାଳିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସବୁଠୁ ଶୀର୍ଷରେ ରହିଛି। ତୈଳ ଏବଂ ଗ୍ୟାସ ଠାରୁ ଆରମ୍ଭ କରି ଟେଲିକମ୍‌ କ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରିଥିବା ରିଲାଏନ୍ସ ଗ୍ରୁପର ବିକ୍ରି ପରିମାଣ ଏପ୍ରିଲ ୨୦୨୧ ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ୧୦୪.୬ ବିଲିୟନ ଡଲାର ରହିଥିଲା ବେଳେ ବାର୍ଷିକ ୧୦୦ ବିଲିୟନ ଡଲାରରୁ ଅଧିକ କାରବାର କରିବା କ୍ଷେତ୍ରରେ ଏହି ବ୍ୟାବସାୟିକ ଗୋଷ୍ଠୀ ଯେକୌଣସି ଭାରତୀୟ କମ୍ପାନୀଙ୍କ ମଧ୍ୟରେ ସବୁଠୁ ଆଗରେ ରହିଥÒବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ପୂର୍ବରୁ ଫୋର୍ବସ ପକ୍ଷରୁ ରିଲାଏନ୍ସ କମ୍ପାନୀର ମୋଟ ସମ୍ପତ୍ତି ବିଷୟରେ ଆକଳନ କରାଯାଇଥିଲା ବେଳେ ଏହାର ମୂଲ୍ୟ ପ୍ରାୟ ୯୦.୭ ବିଲିୟନ ଡଲାର ହେବ ବୋଲି କୁହାଯାଇଥିଲା। ସେହି ଅନୁସାରେ ବିଶ୍ବର ଶ୍ରେଷ୍ଠ ବିତ୍ତଶାଳୀ ଉଦ୍ୟୋଗପତିଙ୍କ ତାଲିକାରେ ରିଲାଏନ୍ସ ମୁକ୍ୟ ମୁକେଶ ଅମ୍ବାନୀଙ୍କ ସ୍ଥାନ ବିଶ୍ବ ସ୍ତରରେ ୧୦ ରହିଥିଲା। ୬୦ ଦଶକରେ ମୁକେଶଙ୍କ ବାପା ଧୀରୁଭାଇ ଅମ୍ବାନୀ ନାଇଲନ, ରେୟନ ଏବଂ ପଲିଷ୍ଟର ସାମ୍ରଗୀ ଆମଦାନୀ ଏବଂ ରପ୍ତାନି ଆରମ୍ଭ କରି ଏହି ବ୍ୟାବସାୟିକ ଗୋଷ୍ଠୀର ମୂଳଦୁଆ ପକାଇଥÒଲେ। ହେଲେ ଆଜି ଏହି କମ୍ପାନୀ ପେଟ୍ରୋକେମିକାଲ ଠାରୁ ଆରମ୍ଭ କରି ପ୍ରାକୃତିକ ଗ୍ୟାସ, ଟେଲିକମ ଏବଂ ରିଟେଲ ବ୍ୟବସାୟ କ୍ଷେତ୍ରରେ ଭାରତର ଏକ ନମ୍ବର କମ୍ପାନୀ ହୋଇପାରିଛି ବୋଲି ଫୋର୍ବସ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

ରିଲାଏନ୍ସ ପଛକୁ ଏହି ତାଲିକାରେ ସ୍ଥାନ ପାଇଥିବା ଭାରତୀୟ କମ୍ପାନୀ ଭାବେ ଏସ୍‌ବିଆଇ ରହିଛି। ଦେଶର ସର୍ବବୃହତ ବ୍ୟାଙ୍କିଙ୍ଗ ଉଦ୍ୟୋଗ ଭାବେ ଏହାର ବଜାର ପୁଞ୍ଜି ପରିମାଣ ୫୬.୧୨ ବିଲିୟନ ଡଲାର ରହିଥିବା ବେଳେ ସାରା ଦେଶରେ ୨୪ ହଜାର ଶାଖା, ୬୨,୬୧୭ ଏଟିଏମ ରହିଛି। ଅନ୍ୟପକ୍ଷରେ ନିକଟରେ ଏସିଆର ସବୁଠୁ ବିତ୍ତଶାଳୀ ଉଦ୍ୟୋଗପତି ଭାବେ ଚର୍ଚ୍ଚାକୁ ଆସିଥିବା ଗୌତମ ଆଦାନୀଙ୍କ ଆଦାନୀ ଏଣ୍ଟରପ୍ରାଇଜ ଏହି ତାଲିକାରେ ୧୪୫୩ତମ ସ୍ଥାନରେ ରହିଛି। ତେବେ ତାଙ୍କର ସମ୍ପତ୍ତିକୁ ନେଇ ସେ ବିଶ୍ବର ୫ମ ବିତ୍ତଶାଳୀ ବ୍ୟକ୍ତି ଭାବେ ଫୋର୍ବସ ତାଲିକାରେ ସ୍ଥାନ ପାଇସାରିଛନ୍ତି।

14 May 2022 By The Sakala

ବିଶ୍ବର ଶ୍ରେଷ୍ଠ ୧୦୦ କମ୍ପାନୀଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍

ନୂଆଦିଲ୍ଲୀ : ବିଶ୍ବର ୧୦୦ ଶ୍ରେଷ୍ଠ କମ୍ପାନୀଙ୍କ ମଧ୍ୟରେ ଏକମାତ୍ର କମ୍ପାନୀ ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସ୍ଥାନ ପାଇଛି। ଗୋଟିଏ ଉଦ୍ୟୋଗର ମୁଖ୍ୟତଃ ୪ଟି ଦିଗକୁ ବିଚାର କରି ଆନ୍ତର୍ଜାତିକ ସ୍ତରର ପତ୍ରିକା ଫୋର୍ବସ ପକ୍ଷରୁ ‘ଗ୍ଲୋବାଲ -୨୦୦୦’ ତାଲିକା ପ୍ରକାଶ କରାଯାଇଥିଲା ବେଳେ ଏଥିରେ ୧୦୦ଟି ପ୍ରମୁଖ କମ୍ପାନୀଙ୍କ ମଧ୍ୟରେ ୫୩ତମ ସ୍ଥାନରେ ଏକମାତ୍ର ଭାରତୀୟ କମ୍ପାନୀ ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ସ୍ଥାନୀତ ହୋଇଛି। ଗୋଟିଏ ଉଦ୍ୟୋଗର ବିକ୍ରି, ଲାଭ, ସମ୍ପତ୍ତି ଏବଂ ବଜାର ମୂଲ୍ୟକୁ ନେଇ ଫୋର୍ବସ ପକ୍ଷରୁ ପ୍ରତିବର୍ଷ ବିଶ୍ବର ଶ୍ରେଷ୍ଠ ୨୦୦୦ କମ୍ପାନୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥାଏ। ଚଳିତ ବର୍ଷ ଏହି ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୫୩ତମ ସ୍ଥାନରେ ରହିଥିବା ବେଳେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୧୦୫, ଏଚଡିଏଫସି ବ୍ୟାଙ୍କ ୧୫୩ ଏବଂ ଆଇସିଆଇସିଆଇ ବ୍ୟାଙ୍କର ସ୍ଥାନ ୨୦୪ ରହିଛି।

ଏହି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ପ୍ରମୁଖ ୧୦ ଭାରତୀୟ କମ୍ପାନୀଙ୍କ ମଧ୍ୟରେ ଓଏନଜିସିର ସ୍ଥାନ ୨୨୮ ରହିଥିଲା ବେଳେ ଏଚଡିଏଫସି ୨୬୮, ଭାରତୀୟ ତୈଳ ନିଗମ ୩୫୭, ଟିସିଏସ୍‌ ୩୮୪, ଟାଟା ଷ୍ଟିଲ ୪୦୭ ଏବଂ ଆକ୍ସିସ୍‌ ବ୍ୟାଙ୍କର ସ୍ଥାନ ୪୩୧ ରହିଛି। ଏହି ତାଲିକାରେ ସ୍ଥାନ ପାଇଥିବା ଭାରତୀୟ କମ୍ପାନୀଙ୍କ ମଧ୍ୟରେ ଅଧÒକାଂଶ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବହୁ ଉଦ୍ୟୋଗ ରହିଛନ୍ତି। ତେବେ ସେମାନଙ୍କ ମଧ୍ୟରେ ମୁକେଶ ଅମ୍ବାନୀ ପରିଚାଳିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସବୁଠୁ ଶୀର୍ଷରେ ରହିଛି। ତୈଳ ଏବଂ ଗ୍ୟାସ ଠାରୁ ଆରମ୍ଭ କରି ଟେଲିକମ୍‌ କ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରିଥିବା ରିଲାଏନ୍ସ ଗ୍ରୁପର ବିକ୍ରି ପରିମାଣ ଏପ୍ରିଲ ୨୦୨୧ ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ୧୦୪.୬ ବିଲିୟନ ଡଲାର ରହିଥିଲା ବେଳେ ବାର୍ଷିକ ୧୦୦ ବିଲିୟନ ଡଲାରରୁ ଅଧିକ କାରବାର କରିବା କ୍ଷେତ୍ରରେ ଏହି ବ୍ୟାବସାୟିକ ଗୋଷ୍ଠୀ ଯେକୌଣସି ଭାରତୀୟ କମ୍ପାନୀଙ୍କ ମଧ୍ୟରେ ସବୁଠୁ ଆଗରେ ରହିଥÒବା କୁହାଯାଇଛି।

ପୂର୍ବରୁ ଫୋର୍ବସ ପକ୍ଷରୁ ରିଲାଏନ୍ସ କମ୍ପାନୀର ମୋଟ ସମ୍ପତ୍ତି ବିଷୟରେ ଆକଳନ କରାଯାଇଥିଲା ବେଳେ ଏହାର ମୂଲ୍ୟ ପ୍ରାୟ ୯୦.୭ ବିଲିୟନ ଡଲାର ହେବ ବୋଲି କୁହାଯାଇଥିଲା। ସେହି ଅନୁସାରେ ବିଶ୍ବର ଶ୍ରେଷ୍ଠ ବିତ୍ତଶାଳୀ ଉଦ୍ୟୋଗପତିଙ୍କ ତାଲିକାରେ ରିଲାଏନ୍ସ ମୁକ୍ୟ ମୁକେଶ ଅମ୍ବାନୀଙ୍କ ସ୍ଥାନ ବିଶ୍ବ ସ୍ତରରେ ୧୦ ରହିଥିଲା। ୬୦ ଦଶକରେ ମୁକେଶଙ୍କ ବାପା ଧୀରୁଭାଇ ଅମ୍ବାନୀ ନାଇଲନ, ରେୟନ ଏବଂ ପଲିଷ୍ଟର ସାମ୍ରଗୀ ଆମଦାନୀ ଏବଂ ରପ୍ତାନି ଆରମ୍ଭ କରି ଏହି ବ୍ୟାବସାୟିକ ଗୋଷ୍ଠୀର ମୂଳଦୁଆ ପକାଇଥÒଲେ। ହେଲେ ଆଜି ଏହି କମ୍ପାନୀ ପେଟ୍ରୋକେମିକାଲ ଠାରୁ ଆରମ୍ଭ କରି ପ୍ରାକୃତିକ ଗ୍ୟାସ, ଟେଲିକମ ଏବଂ ରିଟେଲ ବ୍ୟବସାୟ କ୍ଷେତ୍ରରେ ଭାରତର ଏକ ନମ୍ବର କମ୍ପାନୀ ହୋଇପାରିଛି ବୋଲି ଫୋର୍ବସ ପକ୍ଷରୁ କୁହାଯାଇଛି।

ରିଲାଏନ୍ସ ପଛକୁ ଏହି ତାଲିକାରେ ସ୍ଥାନ ପାଇଥିବା ଭାରତୀୟ କମ୍ପାନୀ ଭାବେ ଏସ୍‌ବିଆଇ ରହିଛି। ଦେଶର ସର୍ବବୃହତ ବ୍ୟାଙ୍କିଙ୍ଗ ଉଦ୍ୟୋଗ ଭାବେ ଏହାର ବଜାର ପୁଞ୍ଜି ପରିମାଣ ୫୬.୧୨ ବିଲିୟନ ଡଲାର ରହିଥିବା ବେଳେ ସାରା ଦେଶରେ ୨୪ ହଜାର ଶାଖା, ୬୨,୬୧୭ ଏଟିଏମ ରହିଛି। ଅନ୍ୟପକ୍ଷରେ ନିକଟରେ ଏସିଆର ସବୁଠୁ ବିତ୍ତଶାଳୀ ଉଦ୍ୟୋଗପତି ଭାବେ ଚର୍ଚ୍ଚାକୁ ଆସିଥିବା ଗୌତମ ଆଦାନୀଙ୍କ ଆଦାନୀ ଏଣ୍ଟରପ୍ରାଇଜ ଏହି ତାଲିକାରେ ୧୪୫୩ତମ ସ୍ଥାନରେ ରହିଛି। ତେବେ ତାଙ୍କର ସମ୍ପତ୍ତିକୁ ନେଇ ସେ ବିଶ୍ବର ୫ମ ବିତ୍ତଶାଳୀ ବ୍ୟକ୍ତି ଭାବେ ଫୋର୍ବସ ତାଲିକାରେ ସ୍ଥାନ ପାଇସାରିଛନ୍ତି।

https://www.thesakala.in/business/reliance-industries-is-one-of-the-top-100-companies-in-the-world/article-11569
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp