ଫ୍ୟୁଚର ଗ୍ରୁପ୍‌ ଅକ୍ତିଆର ଦୌଡ଼ରେ ଅମ୍ବାନୀ-ଜିନ୍ଦଲ ଗ୍ରୁପ୍‌

The Sakala Picture
Published On

ନୂଆଦିଲ୍ଲୀ: ବିଗତ ଦିନରେ ରିଟେଲ ଚେନ ବଜାର ଏବଂ ସୁପରମାର୍କେଟ କ୍ଷେତ୍ରରେ ସୁପ୍ରତିଷ୍ଠା ଲାଭ କରିଥିବା ବିଗ୍‌ ବଜାର ଗ୍ରାହକ ମହଲରେ ବେଶ ପରିଚିତ ସୃଷ୍ଟି କରିଥିଲା। ସୁପରମାର୍କେଟ କଥା ଉଠୁଥିଲେ ସମସ୍ତେ ବିଗ୍ ବଜାରକୁ ହିଁ ବୁଝୁଥିଲେ। ଏକ୍ଷେତ୍ରରେ ଅନ୍ୟ ବ୍ୟାବସାୟିକ ଗ୍ରୁପ୍‌ କାର୍ଯ୍ୟ କରୁଥିଲେ ହେଁ ବିଗ୍‌ ବଜାରର ସମସ୍ତଙ୍କୁ ପଛରେ ପକାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବିଗ୍‌ ବଜାରର ମୂଳ ବ୍ୟାବସାୟିକ ଗ୍ରୁପ୍‌ ଫ୍ୟୁଚର ଗ୍ରୁପ୍‌ ଋଣବୋଝରେ ଫସିଥିଲା। ଯାହାକୁ ନେଇ ଏହି […]

ନୂଆଦିଲ୍ଲୀ: ବିଗତ ଦିନରେ ରିଟେଲ ଚେନ ବଜାର ଏବଂ ସୁପରମାର୍କେଟ କ୍ଷେତ୍ରରେ ସୁପ୍ରତିଷ୍ଠା ଲାଭ କରିଥିବା ବିଗ୍‌ ବଜାର ଗ୍ରାହକ ମହଲରେ ବେଶ ପରିଚିତ ସୃଷ୍ଟି କରିଥିଲା। ସୁପରମାର୍କେଟ କଥା ଉଠୁଥିଲେ ସମସ୍ତେ ବିଗ୍ ବଜାରକୁ ହିଁ ବୁଝୁଥିଲେ। ଏକ୍ଷେତ୍ରରେ ଅନ୍ୟ ବ୍ୟାବସାୟିକ ଗ୍ରୁପ୍‌ କାର୍ଯ୍ୟ କରୁଥିଲେ ହେଁ ବିଗ୍‌ ବଜାରର ସମସ୍ତଙ୍କୁ ପଛରେ ପକାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବିଗ୍‌ ବଜାରର ମୂଳ ବ୍ୟାବସାୟିକ ଗ୍ରୁପ୍‌ ଫ୍ୟୁଚର ଗ୍ରୁପ୍‌ ଋଣବୋଝରେ ଫସିଥିଲା। ଯାହାକୁ ନେଇ ଏହି ଗ୍ରୁପ୍‌ର ସମସ୍ତ ଆଉଟଲେଟ୍‌ ବନ୍ଦ ହେବାରେ ଲାଗିଥିଲା। ତେବେ ରିଲାଏନ୍ସ ଗ୍ରୁପ୍‌ ଏହାକୁ ଅଧିଗ୍ରହଣ କରି ଏହାର ସ୍ମାର୍ଟ ବଜାର ନାମରେ ପୁନଃ ବ୍ରାଣ୍ଡରେ ବ୍ୟବସାୟ ଚଳାଇଛି। ଏହାପରେ ଏବେ ଫ୍ୟୁଚର ଗ୍ରୁପ୍‌କୁ ପୂରା କ୍ରୟ କରିବାକୁ ଉଦ୍ୟମ ଚଳାଇଛି। ପ୍ରଥମେ ଏହି ଗ୍ରୁପକୁ କିଣିବା ପାଇଁ ରିଲାଏନ୍ସ ଗ୍ରୁପ୍‌ ମୁଖ୍ୟ ମୁକେଶ ଅମ୍ବାନୀ ଦୌଡ଼ରେ ସାମିଲ ହୋଇଥିବା କୁହାଯାଉଥିଲା । କିନ୍ତୁ ଫୁଚ୍ୟର ଗ୍ରୁପ୍‌ର ଋଣ ଏବଂ ଅନ୍ୟାନ୍ୟ ଦେୟକୁ ନେଇ ସମସ୍ୟା ଦେଖାଯିବାରୁ ବିବାଦ ଉପୁଜିଥିଲା। ଏବେ ଆଉ ଏକ ପ୍ରମୁଖ ବ୍ୟାବସାୟିକ ଗୋଷ୍ଠୀ ଜିନ୍ଦଲ ଗ୍ରୁପ୍‌ ଏହି କମ୍ପାନୀକୁ କିଣିବାକୁ ପାଇଁ ପ୍ରସ୍ତୁତ ଥିବା କୁହାଯାଉଛି। ଆଇବିସି ପ୍ରକ୍ରିୟା ଅନୁଯାୟୀ ଜିନ୍ଦଲ ଗ୍ରୁପ୍‌ ଏହି କମ୍ପାନୀକୁ କିଣିବାକୁ ଆଗ୍ରହ ପ୍ରକାଶ କରିଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

01 Nov 2023 By The Sakala

https://www.thesakala.in/big-news/ambani-jindal-group-in-race-to-takeover-future-group/article-26895
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର