ଭଦ୍ରକ: ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅଞ୍ଚଳରେ ଲଜ୍ଜ୍ୟା। ୧୨ ବର୍ଷୀୟ ଆଦିବାସୀ ନାବାଳିକାଙ୍କୁ ଅସଦାଚରଣ ଉଦ୍ୟମ। ଏଥିରେ ବିଫଳ ହେବାରୁ ନାବାଳିକାଙ୍କୁ ପଥରରେ ଛେଚି ଜୀବନରୁ ମାରିଦେବାକୁ ଉଦ୍ୟମ। ରକ୍ତାକ୍ତ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟଲୋକେ। ପରେ ନାବାଳିକାଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଖବର ପାଇ ଆଗରପଡ଼ା ପୁଲିସ ପହଞ୍ଚି ଏକ ମାମଲା ରୁଜୁ କରି ଛାନ୍ ଭିନ୍ ଆରମ୍ଭ କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତ ରାଜୁ ସୋରେନକୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି।