ଭୁବନେଶ୍ବର: ଚର୍ଚ୍ଚାରେ ଯବନିକା ଟାଣିଲେ ନବୀନ ପଟ୍ଟନାୟକ। ପାର୍ଟି ଅଫିସ ବାହାରେ ହେଉଥିବା ବୈଠକକୁ ନବୀନ ନା ପସନ୍ଦ କରିଛନ୍ତି । ପାର୍ଟି ଅଫିସ୍ ‘ଶଙ୍ଖ ଭବନ’ରେ ବୈଠକ ପାଇଁ ନବୀନ ପରାମର୍ଶ ଦେଇଛନ୍ତି। ଆତୀତରେ କାର୍ତ୍ତିକ ପାଣ୍ଡିଆନ୍ ଦଳ ପାଇଁ ଅନେକ କାମ କରିଛନ୍ତି। ସେ ଏବେ ରାଜନୀତିରେ ନାହାନ୍ତି। ସେ ଗତ ୧୦ ମାସ ହେଲା ବିଜେଡିରୁ ଇସ୍ତଫା ଦେଇ ସାରଛନ୍ତି। ସେ ଏବେ କୌଣସି ଦଳୀୟ କାର୍ଯ୍ୟରେ ଲିପ୍ତ ନାହାଁନ୍ତି ବୋଲି ନବୀନ କହିଛନ୍ତି ।
ପ୍ରଭାତ ତ୍ରିପାଠୀଙ୍କ ପ୍ରତି କଡ଼ା ମନ୍ତବ୍ୟ ଦେଇଛନ୍ତି ନବୀବନ ପଟ୍ଟନାୟକ। ପ୍ରଭାତ ତ୍ରିପାଠୀ ପୂର୍ବରୁ ଦଳରୁ ବିଦା ହୋଇଥିଲେ। ‘ଚିଟଫଣ୍ଡ ମାମଲାରେ ପୂର୍ବରୁ ପ୍ରଭାତ ଜେଲ୍ ଯାଇଛନ୍ତି। ପ୍ରଭାତ ତ୍ରିପାଠୀ ବିଜେଡିର କିଛି ନୁହଁନ୍ତି।