ଭିଜିଲାନ୍ସ ଜାଲରେ କେନ୍ଦୁଝର DSSO, ଡିଜିଟାଲ ମୋଡ୍‌ରେ ନେଉଥିଲେ ଲାଞ୍ଚ....

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ କେନ୍ଦୁଝର DSSO (ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ)  ବିପ୍ଳବ କେଶରୀ ସାମନ୍ତରାୟ। ଡିଜିଟାଲ୍ ମୋଡ୍ (PhonePe)ରେ ନେଉଥିଲେ ଲାଞ୍ଚ। ଲାଞ୍ଚ ନେବାବେଳେ ମାଡିବସିଲା ଭିିଜିଲାନ୍ସ। ଏକ ଏନ୍‌ଜିଓର କାର୍ଯ୍ୟକୁ ସୁବିଧା କରାଇଦେବା ଅର୍ଥାତ ବିଲ୍ ମଞ୍ଜୁରୀ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ସେ ଡିଜିଟାଲ୍ ମୋଡ୍ (PhonePe) ମାଧ୍ୟମରେ ଉକ୍ତ ଏନ୍‌ଜିଓ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରହିଛି। 

ଖୋଜାଖୋଜି ସମୟରେ, ଶ୍ରୀ ସାମନ୍ତରାୟ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଭୁବନେଶ୍ୱର ଓ ତା'ର ଆଖପାଖ ଅଞ୍ଚଳରେ ଥିବା ୧୦ଟି ପ୍ଲଟ୍‌ ରହିଥିବା ଜଣାପଡ଼ିଛି। ଏହାର ଯାଞ୍ଚ ଚାଲିଛି। ଏହା ସହିତ, ଭୁବନେଶ୍ୱରରେ ଥିବା ପ୍ରାୟ ୩୦୦୦ ବର୍ଗଫୁଟର ଏକ ୩ ମହଲା ବିଶିଷ୍ଟ କୋଠା, ଭୁବନେଶ୍ୱରର ମଦନପୁରରେ ଏକ ସିମ୍ପ୍ଲେକ୍ସ ଘର ଏବଂ ସେହି ମଦନପୁରରେ ହିଁ ୩ ଏକର ପରିବ୍ୟାପ୍ତ ଏକ ଫାର୍ମ ହାଉସ୍ ଠାବ କରାଯାଇଛି।

About The Author: Deviprasad Mohanty