ବିଶ୍ବବ୍ୟାଙ୍କ ଋଣୀ ଦେଶ ସୂଚୀ ଶୀର୍ଷରେ ଭାରତ: ଦେଶ ଉପରେ ୩.୬୩ଲକ୍ଷ କୋଟି ଋଣ ବୋଝ

ବର୍ଷକରେ ବଢ଼ିଲା ୧.୩୮ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ଦେଶ ଉପରେ ଦିନକୁ ଦିନ ବଢ଼ୁଛି କରଜ ବୋଝ। ଅନ୍ୟାନ୍ୟ ସୂତ୍ରରୁ ଓ ଖୋଲା ବଜାରରୁ କେନ୍ଦ୍ର ସରକାର ଯାହା ଋଣ ସହ ଭାରତ ବିଶ୍ୱବ୍ୟାଙ୍କରୁ ବିପୁଳ ଋଣ କରିଛି । ଗତବର୍ଷ ଭାରତ ଏହି ଋଣୀ ଦେଶ ସୂଚୀରେ ଶୀର୍ଷରେ ଥିଲା ଓ ଚଳିତ ବର୍ଷ ମଧ୍ୟ ପୂର୍ବ ପରି ଶୀର୍ଷରେ ରହିଛି। ତେବେ କୌତୂହଳର କଥା ହେଉଛି ଗତ ବର୍ଷକ ମଧ୍ୟରେ ଭାରତର ଋଣ ପରିମାଣ ପ୍ରାୟ ୧.୩୮ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି । ଗତବର୍ଷ ଭାରତ ଉପରେ ୨୪.୪ ବିଲିଅନ ଡ଼ଲାର ଋଣ ଥିବା ସମୟରେ ଏବେ ତାହା ବୃଦ୍ଧି ପାଇ ୩୯.୩ ବିଲିଅନ ଡ଼ଲାର ବା  ୩.୬୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ବିଶ୍ୱବ୍ୟାଙ୍କ ସୂଚୀ ଅନୁସାରେ ତୁର୍କୀ, ମେକ୍ସିକୋ, ଚୀନ ଓ ଯୁଦ୍ଧ ବିଧ୍ୱଂସ ତୁର୍କୀ  ପରି ଦେଶଗୁଡ଼ିକର ଋଣ ପୂର୍ବାପେକ୍ଷା ହ୍ରାସ ପାଇଛି ବା ସ୍ଥିର ରହିଛି । ସେହିପରି ପାକିସ୍ତାନ, ବ୍ରାଜିଲ୍‌, ବାଂଲାଦେଶ ପରି ଦେଶଗୁଡ଼ିକର ବିଶ୍ୱବ୍ୟାଙ୍କ ଋଣ ପରିମାଣ ଭାରତଠାରୁ ଯଥେଷ୍ଟ କମ୍‌ ରହିଛି। 

ପରିସଂଖ୍ୟାନ ଅନୁଯାୟୀ ଭାରତ ବିଶ୍ୱ ବ୍ୟାଙ୍କର ସବୁଠାରୁ ବଡ଼ ଋଣଗ୍ରସ୍ତ ରାଷ୍ଟ୍ର ଭାବରେ ଉଭା ହୋଇଛି। ଭାରତର ମୋଟ ଋଣ ପରିମାଣ ୨୦୨୬ ପ୍ରାରମ୍ଭରେ ୩୯.୩ ବିଲିୟନ୍‌ ଡଲାର (୩.୬୩ ଲକ୍ଷ କୋଟି ଟଙ୍କାରୁ ଅଧିକ) ରହିଛି। ୨୦୨୫ରେ ଭାରତର ମୋଟ ଋଣ ପରିମାଣ ୨୪.୪ ବିଲିୟନ୍‌ ଡଲାର (୨.୨୫ ଲକ୍ଷ କୋଟି ଟଙ୍କା) ରହିଥିଲା। ଭାରତ ବିଶ୍ୱ ବ୍ୟାଙ୍କରୁ ନେଇଥିବା ଏହି ଅର୍ଥ  ଭିତ୍ତିଭୂମି, ସ୍ୱାସ୍ଥ୍ୟ ଏବଂ ବିକାଶ ପ୍ରକଳ୍ପ କ୍ଷେତ୍ରରେ ବ୍ୟବହାର କରୁଥିବା କୁହାଯାଉଥିଲେ ହେଁ ବାସ୍ତବତଃ ଏହାକୁ ମାଗଣା ବଣ୍ଟନ, ତୁଷ୍ଟୀକରଣ ଓ ଭୋଟ ପାଇଁ ବ୍ୟବହାର କରାଯାଉଥିବା ଅର୍ଥନୀତିଜ୍ଞମାନେ ମନେ କରୁଛନ୍ତି। ଏହି ଋଣ ଭାରତ ଉଭୟ ଅନ୍ତର୍ଜାତୀୟ ପୁନର୍ଗଠନ ଓ ବିକାଶ ବ୍ୟାଙ୍କ (ଆଇବିଆର୍‌ଡି) ଏବଂ ଆନ୍ତର୍ଜାତୀୟ ବିକାଶ ସଂଘ (ଆଇଡିଏ)ରୁ ନେଇଛି। ବିଶ୍ୱ ବ୍ୟାଙ୍କରୁ ଋଣ ନେବାରେ ଭାରତ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଇଣ୍ଡୋନେସିଆ। ଏହି ଦେଶର  ମୋଟ ଋଣ ପରିମାଣ ୨୨.୨ ବିଲିୟନ୍‌ ଡଲାର। 

ବିଶ୍ୱ ବ୍ୟାଙ୍କର ସବୁଠୁ ଅଧିକ ଋଣୀ ଦେଶ ସୂଚୀରେ ତୃତୀୟ ସ୍ଥାନରେ ରହିଛି ପାକିସ୍ତାନ। ପାକିସ୍ତାନର ମୋଟ ଋଣ ପରିମାଣ ୨୦ ବିଲିୟନ୍‌ ଡଲାର (୧.୮୪ ଲକ୍ଷ କୋଟି ଟଙ୍କା) । ୨୦୨୫ରେ ବିଶ୍ୱ ବ୍ୟାଙ୍କର ସବୁଠୁ ଅଧ୍ଖକ ଋଣକାରୀ ୧୦ ଦେଶ ତାଲିକାରେ ପାକିସ୍ତାନ ନ ସ୍ଥାନ ପାଇନ ଥିଲା। ମାତ୍ର ଚଳିତ ବର୍ଷ ଏହା ସାରା ବିଶ୍ୱରେ ୩ୟ ଋଣୀ ରାଷ୍ଟ୍ର ଭାବରେ ଉଭା ହୋଇଛି।  ଚତୁର୍ଥ ସ୍ଥାନରେ ଥିବା ବାଂଲାଦେଶ  ଉପରେ ମୋଟ ୧୯.୮ ବିଲିୟନ୍‌ ଡଲାର(୧.୮୨ ଲକ୍ଷ କୋଟି ଟଙ୍କା) ଋଣଭାର ରହିଛି। ରୁଷ ସହ ଯୁଦ୍ଧରେ ଲିପ୍ତ ଥିବା ସତ୍ତ୍‌ବେ ୟୁକ୍ରେନ ବିଶ୍ୱବ୍ୟାଙ୍କରୁ ନୂଆ ଋଣ ନେଇନାହିଁ। ପୂର୍ବପରି ଏହି ଦେଶ ଉପରେ  ୧୬.୬ ବିଲିୟନ୍‌ ଡଲାରର ଋଣ ରହିଛି।

ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ଉଚ୍ଚମଧ୍ୟମ ଆୟବର୍ଗକୁ ଉନ୍ନୀତ ହେଉଥିବା ଦୃଷ୍ଟିରୁ ଚୀନର ଋଣ ପରିମାଣ କମୁଛି ଏବଂ ବ୍ରାଜିଲର ଋଣ ସ୍ଥିର ରହିଛିି। ଏହି ଦୁଇ ଦେଶ ଘରୋଇ ପୁଞ୍ଜି ବଜାରରୁ ଉତ୍ତମ ଭାବେ ପରିଚାଳନା କରିବାକୁ ସକ୍ଷମ ହୋଇଛନ୍ତି ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି । 

About The Author: Madhusudan Das