ଅର୍ଥ ମନ୍ତ୍ରଣାଳୟ ଜାରି କଲା ସମୀକ୍ଷା ରିପୋର୍ଟ: ୨୦୩୦ ସୁଦ୍ଧା ୭ ଟ୍ରିଲିୟନ ଡଲାରରେ ପହଞ୍ଚିବ ଦେଶର ଅର୍ଥନୀତି
ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀ ପହିଲାରେ ବର୍ଷ ୨୦୨୪-୨୫ ଅନ୍ତରୀଣ ବଜେଟ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଉପସ୍ଥାପନ କରିବେ। ଏହା ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ଦେଶର ଅର୍ଥନୀତି ଉପରେ ଏକ ରିପୋର୍ଟ ଜାରି କରିଛି। ମନ୍ତ୍ରଣାଳୟ ‘ଭାରତୀୟ ଅର୍ଥନୀତି: ଏକ ସମୀକ୍ଷା’ ଶୀର୍ଷକ ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ଦେଶର ଅର୍ଥନୀତି ୨୦୩୦ ସୁଦ୍ଧା ୭ ଟ୍ରିଲିୟନ ଡଲାରରେ ପହଞ୍ଚିବ। ଏହାଫଳରେ ଭାରତ ବିଶ୍ବର ତୃତୀୟ ବୃହତ୍ ଅର୍ଥବ୍ୟବସ୍ଥା ହେବ।, ଯାହା ରିପୋର୍ଟରେ ଅନୁମାନ […]
ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀ ପହିଲାରେ ବର୍ଷ ୨୦୨୪-୨୫ ଅନ୍ତରୀଣ ବଜେଟ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଉପସ୍ଥାପନ କରିବେ। ଏହା ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ଦେଶର ଅର୍ଥନୀତି ଉପରେ ଏକ ରିପୋର୍ଟ ଜାରି କରିଛି। ମନ୍ତ୍ରଣାଳୟ ‘ଭାରତୀୟ ଅର୍ଥନୀତି: ଏକ ସମୀକ୍ଷା’ ଶୀର୍ଷକ ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ଦେଶର ଅର୍ଥନୀତି ୨୦୩୦ ସୁଦ୍ଧା ୭ ଟ୍ରିଲିୟନ ଡଲାରରେ ପହଞ୍ଚିବ। ଏହାଫଳରେ ଭାରତ ବିଶ୍ବର ତୃତୀୟ ବୃହତ୍ ଅର୍ଥବ୍ୟବସ୍ଥା ହେବ।, ଯାହା ରିପୋର୍ଟରେ ଅନୁମାନ କରାଯାଇଛି। ତେବେ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି।
ପ୍ରତି ବର୍ଷ ସାଧାରଣ ବଜେଟ୍ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଥାଏ। ହେଲେ ଏଥର ଅର୍ଥ ମନ୍ତ୍ରଣାଳୟର ଏଭଳି ଏକ ସମୀକ୍ଷା ରିପୋର୍ଟ ଜାରି କରିଛି। ଉଲ୍ଲେଖଯୋଗ୍ୟ ଯେ ଲୋକସଭା ନିର୍ବାଚନ କାରଣରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ପହିଲାରେ ସଂସଦରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ। ନିର୍ବାଚନ ଜିତିବା ପରେ ନୂଆ ସରକାର ସାଧାରଣ ବଜେଟ୍ ଆଗତ କରିବେ। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହି ରିପୋର୍ଟ ଆର୍ଥିକ ସର୍ଭେକ୍ଷଣର ସ୍ଥାନ ନେଉ ନ ଥିବା ଶ୍ରୀ ନାଗେଶ୍ୱରନ କହିଛନ୍ତି। ସେ କହିଛନ୍ତି, ସାଧାରଣ ନିର୍ବାଚନ ପରେ ପୂର୍ଣ୍ଣକାଳୀନ ବଜେଟ୍ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଜାରି କରାଯିବ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଆଗାମୀ ବର୍ଷକ ମଧ୍ୟରେ ଅର୍ଥନୀତି ୭% ହାରରେ ଅଭିବୃଦ୍ଧି ଜାରି ରହିପାରେ। କେବଳ ଭ ଭୂ-ରାନୈତିକ ଦ୍ୱନ୍ଦ୍ୱର ଆଶଙ୍କା ଏକ ଚିନ୍ତାର ବିଷୟ। ଅଧିକନ୍ତୁ, ୨୦୩୦ ସୁଦ୍ଧା ଭାରତ ୭ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହୋଇପାରିବ। ରିପୋର୍ଟରେ ମୋଦୀ ସରକାରଙ୍କ ୧୦ ବର୍ଷର ଯାତ୍ରା ଉଜ୍ୱଳ ଭବିଷ୍ୟତର ସଂକେତ ଦେଉଛି। ଉଲ୍ଲେଖଯୋଗ୍ୟ ଯେ ଭାରତ ଏବେ ୩.୭ ଟ୍ରିଲିୟନ ଡଲାର ସହ ଚତୁର୍ଥ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା। ରିପୋର୍ଟ ଅନୁସାରେ କରୋନା ମହାମାରୀ ଏବଂ କ୍ଷମତାକୁ ଆସିବା ବେଳେ ମିଳିଥିବା ଏକ ଦୁର୍ବଳ ଅର୍ଥବ୍ୟବସ୍ଥା ସତ୍ତ୍ୱେ ମଜଭୁତ ଉତ୍ଥାନ ହାସଲ ହୋଇଛି। ରିପୋର୍ଟରେ କୁହାଯାଇଛି ଯେ ଘରୋଇ ଚାହିଦା, ବ୍ୟକ୍ତିଗତ ଖର୍ଚ୍ଚ ଏବଂ ନିବେଶରେ ଯେଉଁ ମଜଭୁତି ଦେଖିବାକୁ ମିଳିଛି, ତାହା ଗତ ୧୦ ବର୍ଷରେ ସରକାରଙ୍କ ଦ୍ୱାରା ଅଣାଯାଇଥିବା ସଂସ୍କାର ଏବଂ ଯୋଜନା ପାଇଁ ସମ୍ଭବ ହୋଇପାରିଛି। ସରକାରଙ୍କ ନୀତିଗୁଡିକ ଉତ୍ପାଦନକୁ ବଢାଇବା ପାଇଁ ଫିଜିକାଲ୍ ଏବଂ ଡିଜିଟାଲ ଭିତ୍ତିଭୂମିରେ ନିବେଶ ସହ ଯୋଗାଣ ପକ୍ଷକୁ ମଧ୍ୟ ମଜଭୁତ କରାଯାଇଛି। ଏପରିସ୍ଥିତିରେ ଆର୍ଥିକବର୍ଷ ୨୦୨୪-୨୫ରେ ଦେଶର ଜିଡିପି ୭ ପ୍ରତିଶତ ରହିବା ନେଇ ସମ୍ଭାବନା ଅଛି । ଗତ ଜାନୁଆରୀ ୫ରେ ଆର୍ଥିକ ବର୍ଷ ୨୪ରେ ଜିଡିପି ୭.୩ ପ୍ରତିଶତ ରହିବା ନେଇ ସରକାର ଅନୁମାନ କରିଥିଲେ ।