ଝୁଲିଲା ବିଗ୍ ବଜାର ଭବିଷ୍ୟତ: ଫ୍ୟୁଚର ଗ୍ରୁପ୍ ସହ ୨୪,୭୧୩ କୋଟିର ଚୁକ୍ତି ରଦ୍ଦ କଲା ରିଲାଏନ୍ସ

The Sakala Picture
Published On

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ରିଲାଏନ୍ସ ଗ୍ରୁପ୍ ଫ୍ୟୁଚର ଗ୍ରୁପ ତାର ଚୁକ୍ତି ରଦ୍ଦ କରିଛି। ଏ ନେଇ ଗ୍ରୁପ ପକ୍ଷରୁ ଘୋଷଣା କରାଯାଇଛି। ଫ୍ୟୁଚର ଗ୍ରୁପର ସୁରକ୍ଷିତ ଋଣଦାତା ଚୁକ୍ତିକୁ ମଞ୍ଜୁରୀ ନ ଦେବା ପରେ ଏହାକୁ କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି ରିଲାଏନ୍ସ କହିଛି। ସେୟାର ବଜାରକୁ ରିଲାଏନ୍ସ ଦେଇଥିବା ସୂଚନା ଅନୁସାରେ ଫ୍ୟୁଚର ରିଟେଲ ଲିମିଟେଡ୍ ଏବଂ ଫ୍ୟୁଚର ଗ୍ରୁପର ଅନ୍ୟ କମ୍ପାନୀଗୁଡିକୁ ଏ ସମ୍ପର୍କରେ ଅବଗତ କରାଯାଇଛି। ଚୁକ୍ତିକୁ ଅଂଶୀଦାର ଏବଂ […]

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ରିଲାଏନ୍ସ ଗ୍ରୁପ୍ ଫ୍ୟୁଚର ଗ୍ରୁପ ତାର ଚୁକ୍ତି ରଦ୍ଦ କରିଛି। ଏ ନେଇ ଗ୍ରୁପ ପକ୍ଷରୁ ଘୋଷଣା କରାଯାଇଛି। ଫ୍ୟୁଚର ଗ୍ରୁପର ସୁରକ୍ଷିତ ଋଣଦାତା ଚୁକ୍ତିକୁ ମଞ୍ଜୁରୀ ନ ଦେବା ପରେ ଏହାକୁ କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି ରିଲାଏନ୍ସ କହିଛି। ସେୟାର ବଜାରକୁ ରିଲାଏନ୍ସ ଦେଇଥିବା ସୂଚନା ଅନୁସାରେ ଫ୍ୟୁଚର ରିଟେଲ ଲିମିଟେଡ୍ ଏବଂ ଫ୍ୟୁଚର ଗ୍ରୁପର ଅନ୍ୟ କମ୍ପାନୀଗୁଡିକୁ ଏ ସମ୍ପର୍କରେ ଅବଗତ କରାଯାଇଛି। ଚୁକ୍ତିକୁ ଅଂଶୀଦାର ଏବଂ ଅସୁରକ୍ଷିତ ଋଣଦାତା ମଞ୍ଜୁରୀ ଦେଇଥିବାବେଳେ ସୁରକ୍ଷିତ ଋଣଦାତା ଏହି ପ୍ରସ୍ତାବକୁ ଅସ୍ୱୀକାର କରିଥିଲେ।

ଆହୁରି ପଢ଼ନ୍ତୁ: ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତ୍ତି: ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ବୃଦ୍ଧି, ୫.୫୦% ରେ ପହଞ୍ଚିଲା

ରିଲାଏନ୍ସ ନିଜ ବୟାନରେ କହିଛି, ଏଫଆରଏଲର ସୁରକ୍ଷିତ ଋଣଦାତାମାନେ ପ୍ରସ୍ତାବିତ ଯୋଜନା ବିରୁଦ୍ଧରେ ମତଦାନ କରିଛନ୍ତି। ଏପରିସ୍ଥିତିରେ ଏହି ଯୋଜନାକୁ ଆଗକୁ କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ। ଫ୍ୟୁଚର ଗ୍ରୁପ ୨୦୨୦ ଅଗଷ୍ଟ ମାସରେ ରିଲାଏନ୍ସ ଗ୍ରୁପର କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍ ସହ ୨୪,୭୧୩ କୋଟି ଟଙ୍କାର ଏକ ମିଶ୍ରଣ ନେଇ ଘୋଷଣା କରିଥିଲା। ଏହି ଚୁକ୍ତି ସହ ଫ୍ୟୁଚର ଗ୍ରୁପର ୧୯ କମ୍ପାନୀକୁ ରିଲାଏନ୍ସ ରିଟେଲର ଅଧିଗ୍ରହଣ କରିଥାନ୍ତା।

ଆହୁରି ପଢ଼ନ୍ତୁ: ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତ୍ତି: ରେପୋ ରେଟ୍ ୫.୫୦% କୁ ବୃଦ୍ଧି, ନୀତିଗତ ଆଭିମୁଖ୍ୟ ବଦଳାଇଲା ଆରବିଆଇ

ଏହି ମିଶ୍ରଣ ଚୁକ୍ତି ଘୋଷଣା ପରେ ଇ-କମର୍ସ କମ୍ପାନୀ ଆମାଜନ ଏହାର ବିରୋଧ କରିଥିଲା। ବିଭିନ୍ନ ଅଦାଲତରେ ଆମାଜନ ଏହି ଚୁକ୍ତିକୁ ବିରୋଧ କରିବା ସହ ଫ୍ୟୁଚର ଗ୍ରୁପର ନିବେଶ ବୁଝାମଣାର ଏହା ଉଲ୍ଲଂଘନ ବୋଲି କମ୍ପାନୀ ଦାବି କରୁଥିଲା। ବିବାଦ ଘନେଇବା ପରେ ଏହି ଚୁକ୍ତି ଉପରେ ଅଂଶୀଦାର ଏବଂ ଋଣଦାତାଙ୍କ ମଞ୍ଜୁରୀ ପାଇଁ ଫ୍ୟୁଚର ଗ୍ରୁପର କମ୍ପାନୀଗୁଡିକ ସପ୍ତାହର ଆରମ୍ଭରେ ଭିନ୍ନ ଭିନ୍ନ ବୈଠକ କରିଥିଲେ। ଏବେ ଏହି ଚୁକ୍ତି ରଦ୍ଦ କରିବା ପାଇଁ ରିଲାଏନ୍ସ ଘୋଷଣା କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp