ଜି-୭ ଗୋଷ୍ଠୀର ‘ପ୍ରାଇସ୍‌କ୍ୟାପ୍‌’କୁ ନେଇ ତୈଳ ବଜାର ଅସ୍ଥିର; ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରିପାରେ ତୈଳ ରାଜନୀତି

The Sakala Picture
Published On

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ରୁଷିଆ ଅର୍ଥନୀତିକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ଜି-୭ ରାଷ୍ଟ୍ର(ଆମେରିକା, ବ୍ରିଟେନ, ଫ୍ରାନ୍ସ, କାନାଡା, ଇଟାଲୀ, ଜର୍ମାନୀ, ଜାପାନ) ରୁଷର ପେଟ୍ରୋଲିୟମ ରପ୍ତାନି ଉପରେ ‘ପ୍ରାଇସକ୍ୟାପ୍‌’ ଲାଗୁ କରିଛନ୍ତି। ଅର୍ଥାତ୍‌ ଏହି ରାଷ୍ଟ୍ରମାନଙ୍କ ଦ୍ବାରା ବ୍ୟାରେଲ ପିଛା ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ମୂଲ୍ୟରେ କୌଣସି ରାଷ୍ଟ୍ର ରୁଷିଆର ତେଲ ଆମଦାନୀ କରିପାରିବ ନାହିଁ। ଯଦି ଏହାକୁ ଉଲ୍ଲଘଂନ କରି କୌଣସି ରାଷ୍ଟ୍ର ରୁଷରୁ ଅଧିକ ମୂଲ୍ୟରେ ତେଲ ଆମଦାନୀ କରେ ତେବେ […]

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ରୁଷିଆ ଅର୍ଥନୀତିକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ଜି-୭ ରାଷ୍ଟ୍ର(ଆମେରିକା, ବ୍ରିଟେନ, ଫ୍ରାନ୍ସ, କାନାଡା, ଇଟାଲୀ, ଜର୍ମାନୀ, ଜାପାନ) ରୁଷର ପେଟ୍ରୋଲିୟମ ରପ୍ତାନି ଉପରେ ‘ପ୍ରାଇସକ୍ୟାପ୍‌’ ଲାଗୁ କରିଛନ୍ତି। ଅର୍ଥାତ୍‌ ଏହି ରାଷ୍ଟ୍ରମାନଙ୍କ ଦ୍ବାରା ବ୍ୟାରେଲ ପିଛା ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ମୂଲ୍ୟରେ କୌଣସି ରାଷ୍ଟ୍ର ରୁଷିଆର ତେଲ ଆମଦାନୀ କରିପାରିବ ନାହିଁ। ଯଦି ଏହାକୁ ଉଲ୍ଲଘଂନ କରି କୌଣସି ରାଷ୍ଟ୍ର ରୁଷରୁ ଅଧିକ ମୂଲ୍ୟରେ ତେଲ ଆମଦାନୀ କରେ ତେବେ ଜି-୭ ରାଷ୍ଟ୍ର ସଂପୃକ୍ତ ରାଷ୍ଟ୍ର ବିରୋଧରେ ଆର୍ଥିକ କଟକଣା ଜାରି କରିବାକୁ ପଛାଇବେ ନାହିଁ। ହେଲେ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ଏହି ତେଲ ରାଜନୀତି ବିଶ୍ବ ଅର୍ଥନୀତିକୁ ପୁଣି ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ଗୋଟିଏ ପଟରେ ପ୍ରାଇସ୍‌କ୍ୟାପକୁ ନେଇ ଆନ୍ତର୍ଜାତିକ ତୈଳ ବଜାରରେ ଅସ୍ଥିରତା ଦେଖାଯିବା ଆରମ୍ଭ ହୋଇଥିଲା ବେଳେ ଅନ୍ୟପଟରେ ପେଟ୍ରୋଲିୟମ ରପ୍ତାନିକାରୀ ରାଷ୍ଟ୍ର ସଂଘ (ଓପେକ୍‌)ର ତୈଳ ଉତ୍ପାଦନ ହ୍ରାସ କରିବା ନିଷ୍ପତ୍ତି ବିଶ୍ବ ତୈଳ ଯୋଗାଣ ଧାରାକୁ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ପୁଣି ବୃଦ୍ଧି ପାଇବାର ଆଶଙ୍କା ବଢିଛି। ରୁଷ ଉପରେ ପ୍ରାଇସ୍‌କ୍ୟାପ ଲାଗୁ କରାଯିବା ପରେ ସୋମବାର ଆମେରିକୀୟ ବ୍ରେଣ୍ଟକ୍ରୁଡ୍‌ ମୂଲ୍ୟ ୨ ପ୍ରତିଶତ ବୃଦ୍ଧି ପାଇଛି। ଦୁଇ ଦିନ ତଳେ ଏହି ତୈଳ ମୂଲ୍ୟ ବ୍ୟାରେଲ ପିଛା ୮୫ ରୁ ୮୬ ଡଲାର ମଧ୍ୟରେ ରହିଥିଲା। ହେଲେ ସୋମବାର ବ୍ରେଣ୍ଟକ୍ରୁଡ ମୂଲ୍ୟ ୮୭.୨୫ ଡଲାର ଛୁଇଁଛି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଅନ୍ୟପଟେ ରୁଷ ଉପରେ ପ୍ରାଇସକ୍ୟାପ୍‌ ଲାଗୁ ହେବା ଯୋଗୁଁ ସେଠାରେ ତୈଳ ଉତ୍ପାଦନ ହ୍ରାସ କରାଯିବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇପାରୁ ନାହିଁ। ଏହାଦ୍ବାରା ବିଶ୍ବ ବଜାରରେ ବର୍ଦ୍ଧିତ ପେଟ୍ରୋଲିୟମ ଚାହିଦା ପୂରଣ ହୋଇ ନପାରିଲେ ମୂଲ୍ୟ ବୃଦ୍ଧି ନିଶ୍ଚିତ ବୋଲି କୁହାଯାଉଛି। ସେପଟେ ଚୀନ୍‌ର ଅଧିକାଂଶ ସହରରେ ଏବେ କୋଭିଡ୍‌ କଟକଣା କୋହଳ କରାଯାଇଥିବାରୁ ଔଦ୍ୟୋଗିକ କାରବାର ବୃଦ୍ଧି ସହ ପେଟ୍ରୋଲିୟମ ଚାହିଦା ବଢିବାର ସମ୍ଭାବନା ରହିଛି। ତେଣୁ ସେହି ଅନୁସାରେ ଆନ୍ତର୍ଜାତିକ ବଜାରରେ ପର୍ଯ୍ୟାପ୍ତ ପେଟ୍ରୋଲିୟମ ଉପଲବ୍ଧ ନ ହେଲେ ମୂଲ୍ୟ ବୃଦ୍ଧି ନିଶ୍ଚିତ ବୋଲି ବଜାର ବିଶ୍ଳେଷଣକାରୀ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର