ବଜେଟ ୨୦୨୪-୨୫: ସଂସଦରେ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ: ସଂସଦରେ ୨୦୨୪-୨୫ ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ ରାଷ୍ଟ୍ରପତିଙ୍କଠାରୁ ଅନୁମୋଦନ ନେଇଥିଲେ। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିର୍ମଳା ସୀତାରମଣଙ୍କୁ ବଜେଟ ଉପସ୍ଥାପନ ପୂର୍ବରୁ ଆଶୀର୍ବାଦ କରିଥିଲେ। ନିଜ ହାତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିର୍ମଳା ସୀତାରମଣଙ୍କୁ ଦହି ଚିନି ଖୁଆଇ ଦେଇଥିଲେ। https://www.youtube.com/watch?v=fuGZw50d6CU ବଜେଟ ଅଭିଭାଷଣରେ ନିର୍ମଳା ସୀତାରମଣ କହିଛନ୍ତି ଯେ, […]
ନୂଆଦିଲ୍ଲୀ: ସଂସଦରେ ୨୦୨୪-୨୫ ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ ରାଷ୍ଟ୍ରପତିଙ୍କଠାରୁ ଅନୁମୋଦନ ନେଇଥିଲେ। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିର୍ମଳା ସୀତାରମଣଙ୍କୁ ବଜେଟ ଉପସ୍ଥାପନ ପୂର୍ବରୁ ଆଶୀର୍ବାଦ କରିଥିଲେ। ନିଜ ହାତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିର୍ମଳା ସୀତାରମଣଙ୍କୁ ଦହି ଚିନି ଖୁଆଇ ଦେଇଥିଲେ।
https://www.youtube.com/watch?v=fuGZw50d6CU
ବଜେଟ ଅଭିଭାଷଣରେ ନିର୍ମଳା ସୀତାରମଣ କହିଛନ୍ତି ଯେ, ମୁଦ୍ରାସ୍ପିତୀ ୪% ରଖିବାକୁ ଆକଳନ କରାଯାଇଛି । ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା । ଗରିବ, ମହିଳା, ଯୁବବର୍ଗ ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବଢ଼ାଯାଇଛି ।୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି, ସୁଦକ୍ଷ ଲକ୍ଷ୍ୟ ରଖାଯାଇଛି । ମନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା କରାଯାଇଛି।
କୃଷି କ୍ଷେତ୍ର ଉପରେ ଗୁରୁତ୍ବ
କୃଷି ଉପରେ ଅଧିକ ଗବେଷଣା କରାଯିବ । ଘରୋଇ କ୍ଷେତ୍ରକୁ ମଧ୍ୟ କୃଷି କ୍ଷେତ୍ର ପାଇଁ ପ୍ରୋତ୍ସାହିତ କରାଯିବ । ପ୍ରାକୃତିକ ଚାଷ ଉପରେ ଗୁରୁତ୍ବ ଦିଆଯିବ। ଡାଲି ଜାତୀୟ ଚାଷକୁ ପ୍ରୋତ୍ସାହନ ଦିଆଯିବ। ତୈଳ ବିହନ ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯିବ। ମାଛ ଚାଷ ଉପରେ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି। ୩୨ ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ। ୧ କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ ପାଇଁ ପ୍ରୋତ୍ସାହନ । ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ । ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ । କୃଷି କ୍ଷେତ୍ର ପାଇଁ ବଜେଟରେ ୧ ଲକ୍ଷ ୫୨ ହଜାର କୋଟିର ପ୍ରାବଧାନ ହୋଇଛି।
ପୂର୍ବୋଦୟ
– ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ ପୂର୍ବୋଦୟ । ପୂର୍ବାଞ୍ଚଳ ରାଜ୍ୟ ସହ ଆଉ ୫ଟି ରାଜ୍ୟ ସାମିଲ ହେବେ । ଏହି ସ୍କିମରେ ସାମିଲ ହେବେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ । ପୂର୍ବ ଭାରତରେ ଇଣ୍ଡଷ୍ଟ୍ରିଆଲ କରିଡର ସ୍ଥାପନ କରାଯିବ। ଏହି ରାଜ୍ୟରେ ସଡ଼କ ନିର୍ମାଣ ଉପରେ ଗୁରୁତ୍ବ ଦିଆଯିବ।
ଆବାସ
-ଆଉ ୩ କୋଟି ଆବାସ ଗୃହ ନିର୍ମାଣ ହେବ। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ୩ କୋଟି ଆବାସ ।ମହିଳା ଓ ଯୁବତୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ୩ ଲକ୍ଷ କୋଟି ଖର୍ଚ୍ଚ କରାଯିବ।
ବିହାର ଓ ଆନ୍ଧ୍ର ପାଇଁ ବିଶେଷ ଘୋଷଣା
– ବିହାର,ଆନ୍ଧ୍ର ପାଇଁ ବିଶେଷ ଘୋଷଣା କଲେ ଅର୍ଥମନ୍ତ୍ରୀ । ଆନ୍ଧ୍ରପ୍ରଦେଶ ପାଇଁ ୧୫ ହଜାର କୋଟିର ଆର୍ଥିକ ସହାୟତା । ବିହାରରେ ହାଇୱେ ପାଇଁ ୨୬ ହଜାର କୋଟି ଅନୁଦାନ। ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜର ବିକାଶ ହେବ। ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ପାଇଁ ଅନୁଦାନ ମିଳିବ। ଆନ୍ଧ୍ରପ୍ରଦେଶ ପାଇଁ ବି ବିଶେଷ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।
ମୁଦ୍ରା ଲୋନ୍
-ମୁଦ୍ରା ଲୋନ୍ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା । ଲୋନ୍ ସୀମା ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କରାଯାଇଛି। ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍ ପାଇବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
୧୦୦ ଷ୍ଟ୍ରିଟ୍ଫୁଡ୍ ହବ୍
ଷ୍ଟ୍ରିଟ୍ ଭେଣ୍ଡରଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯିବ । ଦେଶର ବିଭିନ୍ନ ସହରରେ ନିର୍ମାଣ ହେବ ୧୦୦ ଷ୍ଟ୍ରିଟ୍ଫୁଡ୍ ହବ୍ । ବଛା ବଛା ସହରରେ ୧୦୦ ଷ୍ଟ୍ରିଟ୍ଫୁଡ୍ ହବ୍ ଓ ହାଟ ନିର୍ମାଣ ହେବ ।
ପିଏମ୍ ସୂର୍ଯ୍ୟ ଘର ଯୋଜନା
ପିଏମ୍ ସୂର୍ଯ୍ୟ ଘର ଯୋଜନା ଉପରେ ଗୁରୁତ୍ବ । ଏକ କୋଟି ଘରେ ରୁଫ୍ ଟପ୍ ସୋଲାର ସ୍ଥାପନ କରାଯିବ। ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ। କ୍ଷୁଦ୍ର ଆଣବିକ ରିୟାକ୍ଟର ସ୍ଥାପନ ଉପରେ ଗୁରୁତ୍ବ। ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି।
୫ ରାଜ୍ୟକୁ ବନ୍ୟା ନିୟନ୍ତ୍ରଣ ସହାୟତା
ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ବତନ୍ତ୍ର ସହାୟତା ଘୋଷଣା । ବନ୍ୟା ମୁକାବିଲା ପାଇଁ ବିହାରକୁ ମିଳିବ ୧୧, ୫୦୦ କୋଟି । ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମକୁ ସହାୟତା ମିଳିବ।
ଓଡ଼ିଶା ପର୍ଯ୍ୟଟନର ବିକାଶ ହେବ
ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଜେଟରେ ଘୋଷଣା କରାଯାଇଛି। ମନ୍ଦିର, ବନ୍ୟଜନ୍ତୁ, ସାମୁଦ୍ରିକ ସଂପଦ ପାଇଁ ଓଡ଼ିଶା ଜଣାଶୁଣା । ପର୍ୟ୍ୟଟନର ବିକାଶ ପାଇଁ ଓଡ଼ିଶାକୁ ସହାୟତା ମିଳିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।