ପଞ୍ଚାୟତ ନିର୍ବାଚନର ପଶାପାଲିରେ ବାଜି ଲାଗିଛି ସମ୍ପର୍କ; ଗୋଟିଏ ପଦ ପାଇଁ ଲଢ଼ୁଛନ୍ତି ତିନି ଯାଆ

ଖଇରା : ଚଳିତ ପଞ୍ଚାୟତ ନିର୍ବାଚନରେ ବାଲେଶ୍ୱର ଜିଲ୍ଲା ଗର୍ସଙ୍ଗ ଜିଲ୍ଲା ପରିଷଦ ଜୋନ୍‍ରେ ସାମ୍ନାସାମ୍ନି ହୋଇଛନ୍ତି ୩ ଯାଆ। ବିଜେଡିରୁ ସୁଷମା ମହାପାତ୍ର, ବିଜେପିରୁ ମିନାକ୍ଷୀ ମହାପାତ୍ର ଓ କଂଗ୍ରେସରୁ ବୀଣାପାଣି ଶୁକ୍ଳ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତିି। ଏହି ୩ ପ୍ରାର୍ଥୀଙ୍କ ଘର ଗର୍ସଙ୍ଗ କାନ୍ଥିସାହିରେ। ବିଜେଡିର ସୁଷମା ୨ଥର ଜିଲ୍ଲା ପରିଷଦ ସଭ୍ୟା ଭାବେ ବିଜୟୀ ହୋଇଥିବା ବେଳେ ଏଥର ହ୍ୟାଟ୍ରିକ ଲକ୍ଷ୍ୟରେ ରହିଛନ୍ତି। ଗତ ୨୦୧୭ରେ ନିର୍ବାଚନ ଲଢ଼ିଥିବା ଭାଜପାର ମିନାକ୍ଷୀ […]

ଖଇରା : ଚଳିତ ପଞ୍ଚାୟତ ନିର୍ବାଚନରେ ବାଲେଶ୍ୱର ଜିଲ୍ଲା ଗର୍ସଙ୍ଗ ଜିଲ୍ଲା ପରିଷଦ ଜୋନ୍‍ରେ ସାମ୍ନାସାମ୍ନି ହୋଇଛନ୍ତି ୩ ଯାଆ। ବିଜେଡିରୁ ସୁଷମା ମହାପାତ୍ର, ବିଜେପିରୁ ମିନାକ୍ଷୀ ମହାପାତ୍ର ଓ କଂଗ୍ରେସରୁ ବୀଣାପାଣି ଶୁକ୍ଳ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତିି। ଏହି ୩ ପ୍ରାର୍ଥୀଙ୍କ ଘର ଗର୍ସଙ୍ଗ କାନ୍ଥିସାହିରେ। ବିଜେଡିର ସୁଷମା ୨ଥର ଜିଲ୍ଲା ପରିଷଦ ସଭ୍ୟା ଭାବେ ବିଜୟୀ ହୋଇଥିବା ବେଳେ ଏଥର ହ୍ୟାଟ୍ରିକ ଲକ୍ଷ୍ୟରେ ରହିଛନ୍ତି। ଗତ ୨୦୧୭ରେ ନିର୍ବାଚନ ଲଢ଼ିଥିବା ଭାଜପାର ମିନାକ୍ଷୀ ପୁନର୍ବାର ଚଳିତଥର ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇଛନ୍ତି। ସେହିଭଳି କଂଗ୍ରେସରୁ ବୀଣାପାଣି ନୂଆମୁହଁ ହୋଇଥିବା ବେଳେ କଂଗ୍ରେସର ଆଦର୍ଶ ଓ ବିଚାରଧାରାକୁ ପାଥେୟ କରି ନିର୍ବାଚନ ବୈତରଣୀ ପାର ହେବାକୁ ସେ ଆଶା ରଖିଛନ୍ତି। ବିଜେଡି ପ୍ରାର୍ଥୀଙ୍କ ପାଇଁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଜେପି ପ୍ରାର୍ଥୀଙ୍କ ପାଇଁ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଓ ଯୁବନେତା ନୀଳମାଧବ ପଣ୍ଡା ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରାକ୍ତନ ଏମ୍‍ପି ତଥା ପୂର୍ବତନ ରାଜ୍ୟ ଉପସଭାପତି ଅନନ୍ତ ପ୍ରସାଦ ସେଠୀ ପ୍ରଚାରର ମଙ୍ଗ ଧରିଛନ୍ତି। ଗର୍ସଙ୍ଗରେ କଂଗ୍ରେସର ସ୍ଥିତି ପ୍ରାୟତଃ ଭଲ ଥିଲେ ହେଁ ଅନ୍ୟ ୭ଟି ପଞ୍ଚାୟତରେ ସଙ୍ଗଠନ ସୁଦୃଢ ନ ଥିବାରୁ ଲଢେଇ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ହେବାର ସମ୍ଭାବନା ଅଧିକ। ରପେୟା, ବଡଜୟୀପୁର, ମାଣିତ୍ରୀ ଭଳି କିଛି ପଞ୍ଚାୟତରେ ବିଜେଡି ଭୋଟକୁ ଭାଗ କରି ନିଜ ପକ୍ଷକୁ ନେବାକୁ ବିଜେପି ପ୍ରାର୍ଥୀ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି।

About The Author: The Sakala