ଏଣିକି ହ୍ବାଟ୍ସଆପ୍‌ରେ ୧୫ ଜଣ କରିପାରିବେ ଗ୍ରୁପ୍‌ କଲ୍‌

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ସବୁଠୁ ଅଧିକ ବ୍ୟବହାର କରୁଛନ୍ତି ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟସ୍ଆପ୍‌। ବ୍ୟବହାରକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କମ୍ପାନି ନୂଆ ନୂଆ ଫିଚର୍‌ ମାନ ଆଣୁଛି। ତେବେ ଏବେ ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଆଉ ଏକ ନୂଆ ଫିଚର୍‌ ଆଣିଛି। ଏଥିରେ ଏବେ ୧୫ ଜଣଙ୍କ ସହ ଲୋକେ ଗ୍ରୁପ୍‌ କଲ୍‌ କରିପାରିବେ। ଏହା ଦ୍ବାରା ବହୁ ସଂଖ୍ୟକ ବ୍ୟବହାରକାରୀ ଉପକୃତ ହେବା ଆଶା କରାଯାଉଛି। ଗତ ବର୍ଷ ଯଦିଓ ୩୨ ଜଣ ଗ୍ରୁପ୍‌ […]

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ସବୁଠୁ ଅଧିକ ବ୍ୟବହାର କରୁଛନ୍ତି ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟସ୍ଆପ୍‌। ବ୍ୟବହାରକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କମ୍ପାନି ନୂଆ ନୂଆ ଫିଚର୍‌ ମାନ ଆଣୁଛି। ତେବେ ଏବେ ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଆଉ ଏକ ନୂଆ ଫିଚର୍‌ ଆଣିଛି। ଏଥିରେ ଏବେ ୧୫ ଜଣଙ୍କ ସହ ଲୋକେ ଗ୍ରୁପ୍‌ କଲ୍‌ କରିପାରିବେ। ଏହା ଦ୍ବାରା ବହୁ ସଂଖ୍ୟକ ବ୍ୟବହାରକାରୀ ଉପକୃତ ହେବା ଆଶା କରାଯାଉଛି।

ଗତ ବର୍ଷ ଯଦିଓ ୩୨ ଜଣ ଗ୍ରୁପ୍‌ କଲ୍‌ରେ ଯୋଡ଼ି ହେବେ ବୋଲି କମ୍ପାନି ପକ୍ଷରୁ ଘୋଷଣା କରାଯାଇଥିଲା, ତଥାପି ସାତ ଜଣ ହିଁ ଏଥିରେ ସାମିଲ ହୋଇପାରୁ ଥିଲେ। ଏବେ କମ୍ପାନି ଏହାର ସଂଖ୍ୟାକୁ ବଢ଼ାଇ ୧୫ଜଣ କରିଛି। ଏହି ଫିଚର୍‌ ଦ୍ବାରା ଲୋକଙ୍କ ସମୟ ସଞ୍ଚୟ ହେବ। ଅବଶ୍ୟ ପରବର୍ତ୍ତୀ ସମୟରେ କମ୍ପାନି ଏହାର ସଂଖ୍ୟା ୩୨ଜଣକୁ ବଢ଼ାଇପାରେ ବୋଲି ଆଶା କରାଯାଉଛି। ଏହି ନୂଆ ଫିଚର ବିଟା ଭର୍ସନ ପାଇଁ ଜାରି କରାଯାଇଛି। ଭି୨, ୨୩, ୧୫, ୧୪ ପାଇଁ ଏହି ଫିଚର୍‌ ଉଦ୍ଦିଷ୍ଟ ଥିବା ବେଳେ ଆଗକୁ ଏହା ସମସ୍ତଙ୍କ ପାଇଁ ଜାରି କରାଯିବ।

About The Author: The Sakala