ଇ-କମର୍ସ ବଜାରରେ ପ୍ରବେଶ କରିବ “ଟାଟା” : ଲୁଣ ଠାରୁ ବିମାନ ଟିକେଟ୍ ଗୋଟିଏ ଆପ୍‌ରେ ହେବ ଉପଲବ୍ଧ

ନୂଆଦିଲ୍ଲୀ : ବ୍ୟବୟାୟ କ୍ଷେତ୍ରରେ ବର୍ତ୍ତମାନ ସବୁଠୁ ଭଲ ପଦର୍ଶନ କରୁଥିବା ଇ-କମର୍ସ ବଜାରରେ ପ୍ରବେଶ କରିବ ଦେଶର ସବୁଠୁ ବଡ଼ ଉଦ୍ୟୋଗ ଟାଟା ଗ୍ରୁପ । ଦ୍ରୁତ ଗତିରେ ବଢ଼ୁଥିବା ଇ-କମର୍ସ ବଜାରରେ ନିଜର ଉପସ୍ଥିତିକୁ ଜାହିର କରିବା ଲାଗି ଏକ ‘ସୁପର ଆପ୍‌’ ଆଣିବା ପାଇଁ ଯାଉଛି। ଯେଉଁ ଆପ୍‌ ଜରିଆରେ କୋଟି କୋଟି ଗ୍ରାହକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିପାରିବେ । ଯେପରି କି ଲୁଣଠାରୁ ଆରମ୍ଭ କରି ବିମାନ ଟିକେଟ୍‌ ପର୍ଯ୍ୟନ୍ତ […]

ନୂଆଦିଲ୍ଲୀ : ବ୍ୟବୟାୟ କ୍ଷେତ୍ରରେ ବର୍ତ୍ତମାନ ସବୁଠୁ ଭଲ ପଦର୍ଶନ କରୁଥିବା ଇ-କମର୍ସ ବଜାରରେ ପ୍ରବେଶ କରିବ ଦେଶର ସବୁଠୁ ବଡ଼ ଉଦ୍ୟୋଗ ଟାଟା ଗ୍ରୁପ । ଦ୍ରୁତ ଗତିରେ ବଢ଼ୁଥିବା ଇ-କମର୍ସ ବଜାରରେ ନିଜର ଉପସ୍ଥିତିକୁ ଜାହିର କରିବା ଲାଗି ଏକ ‘ସୁପର ଆପ୍‌’ ଆଣିବା ପାଇଁ ଯାଉଛି। ଯେଉଁ ଆପ୍‌ ଜରିଆରେ କୋଟି କୋଟି ଗ୍ରାହକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିପାରିବେ । ଯେପରି କି ଲୁଣଠାରୁ ଆରମ୍ଭ କରି ବିମାନ ଟିକେଟ୍‌ ପର୍ଯ୍ୟନ୍ତ ସୁବିଧା ପାଇପାରିବେ। ଏଥିପାଇଁ ଟାଟା ଗ୍ରୁପ ‘ଟାଟା ଡିଜିଟାଲ’ ନାମରେ ଏକ କମ୍ପାନିର ଶୁଭାରମ୍ଭ କରିଛି।

ଟାଟା ଗ୍ରୁପର ହୋଲ୍ଡିଂ କମ୍ପାନୀ ଟାଟା ସନସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ଟାଟା ଡିଜିଟାଲ ମାଧ୍ୟମରେ କମ୍ପାନୀ ନିଜର ସମସ୍ତ ରିଟେଲ୍ ବ୍ୟବସାୟକୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ଦିଗରେ କାମ କରୁଛି । ସେ ଆହୁରି କହିଛନ୍ତି କି ଟାଟା ଗ୍ରୁପର କୋଟି କୋଟି ଗ୍ରାହକ ରହିଛନ୍ତି । ସେମାନଙ୍କ ଅବଶ୍ୟକତା ମୂୁତାବକ ଉତ୍ପାଦ ଓ ସେବା ଉପଲବ୍ଧ କରାଇବାକୁ ଡିଜିଟାଲ ପ୍ଲାଟଫର୍ମର ଆବଶ୍ୟକତା ରହିଛି । ସେଥିପାଇଁ ଟାଟା ଏହି ‘ସୁପର ଆପ୍’ ଲଂଚ କରିବା ଦିଗରେ କାମ କରୁଛି । ଏହି ଆପରେ କେବଳ ଟାଟାର ଉତ୍ପାଦ ଉପଲବ୍ଧ ହେବ ନାହିଁ ବରଂ ଏହା ସମସ୍ତ କମ୍ପାନୀ ମାନଙ୍କ ପାଇଁ ଉନ୍ମୁକ୍ତ ରହିବ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି କି ଟାଟା ରିଟେଲ କମ୍ପାନି ଯେପରି କି କପଡାର ବ୍ରାଣ୍ଡ ୱେଷ୍ଟସାଇଡ୍, ଟ୍ରେଣ୍ଡ୍ ଇନଫିନିଟି ରିଟେଲ, ଲୁଣ, ମସଲା ଏବଂ ଚା’ ପ୍ରସ୍ତୁତକାରୀ ଟାଟା କନଜ୍ୟୁମର ପ୍ରଡକ୍ଟ, ଗହଣା, ଘଣ୍ଟା ନିର୍ମାତା ଟାଇଟନ୍, ବୈଦ୍ୟୁତିକ ଉପକରଣ ନିର୍ମାତା କମ୍ପାନି ଭୋଲଟାସ ସହିତ ବିତ୍ତୀୟ ଉତ୍ପାଦ କମ୍ପାନି ଟାଟା କ୍ୟାପିଟାଲ, ଟାଟା ଆସେଟ୍ ମ୍ୟାନେଜମେଣ୍ଟ ଇତ୍ୟାଦି କମ୍ପାନିକୁ ସୁପର ଆପ୍ ମଧ୍ୟକୁ ଅଣାଯିବ । ଏହାସହିତ ଏହି ଆପ୍ ଜରିଆରେ କମ୍ପାନି ନିଜର କାର, ରିୟଲିଟି ଫ୍ଲାଟ୍ ଓ ଏୟାର ଏସିଆର ବିମାନ ଟିକେଟ୍ ମଧ୍ୟ ବିକ୍ରି କରିବ । ଏହା ସହ ତାଜ୍ ହୋଟେଲର ରୁମ ବି ଏହି ଆପ୍ ଜରିଆରେ ଭଡ଼ା ଦିଆଯାଇ ପାରିବ ବୋଲି ଏନ୍ ଚନ୍ଦ୍ରଶେଖରନ୍ କହିଛନ୍ତି।

About The Author: The Sakala