ଭାରତ ହେବ ବିଶ୍ୱର ଚିପ୍ ଯୋଗାଣକାରୀ ହବ୍; ଦୂର ହେବ ସ୍ମାର୍ଟଫୋନ୍‌ ଠାରୁ ସ୍ମାର୍ଟ କାର୍ ର ସଙ୍କଟ

ନୂଆଦିଲ୍ଲୀ: ସମଗ୍ର ବିଶ୍ଵରେ ସମ୍ପ୍ରତି ଚିପ୍‌ର ଅଭାବ ହେତୁ ଅନେକ ପ୍ରକାରର ସଙ୍କଟ ଦେଖାଯାଉଛି। ସ୍ମାର୍ଟଫୋନ୍‌ଠାରୁ ଆରମ୍ଭ କରି ସ୍ମାର୍ଟ କାର୍ ଏବଂ ଅନ୍ୟାନ୍ୟ ଉପକରଣ ପର୍ଯ୍ୟନ୍ତ ଚାହିଦା ବଢ଼ିବାରେ ଲାଗିଥିବାରୁ ଚିପ୍ ଅଭାବ ବିଭିନ୍ନ କ୍ଷେତ୍ରରେ ଯୋଗାଣ ଜନିତ ସମସ୍ୟା ସୃଷ୍ଟି କରିଛି। ଚାଇନାରେ ଚିପ୍‌ ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟାକୁ ବର୍ତ୍ତମାନ ଭାରତରେ ଏକ ନୂଆ ଢ଼ଙ୍ଗରେ ସମାଧାନ କରିବାକୁ ନିଷ୍ପରି ନିଆଯାଇଛି। ଏ କ୍ଷେତ୍ରରେ ଭାରତକୁ ସହାୟତା କରିବ ତାଇୱାନ୍। ତାଇୱାନ୍ ଭାରତକୁ […]

ନୂଆଦିଲ୍ଲୀ: ସମଗ୍ର ବିଶ୍ଵରେ ସମ୍ପ୍ରତି ଚିପ୍‌ର ଅଭାବ ହେତୁ ଅନେକ ପ୍ରକାରର ସଙ୍କଟ ଦେଖାଯାଉଛି। ସ୍ମାର୍ଟଫୋନ୍‌ଠାରୁ ଆରମ୍ଭ କରି ସ୍ମାର୍ଟ କାର୍ ଏବଂ ଅନ୍ୟାନ୍ୟ ଉପକରଣ ପର୍ଯ୍ୟନ୍ତ ଚାହିଦା ବଢ଼ିବାରେ ଲାଗିଥିବାରୁ ଚିପ୍ ଅଭାବ ବିଭିନ୍ନ କ୍ଷେତ୍ରରେ ଯୋଗାଣ ଜନିତ ସମସ୍ୟା ସୃଷ୍ଟି କରିଛି। ଚାଇନାରେ ଚିପ୍‌ ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟାକୁ ବର୍ତ୍ତମାନ ଭାରତରେ ଏକ ନୂଆ ଢ଼ଙ୍ଗରେ ସମାଧାନ କରିବାକୁ ନିଷ୍ପରି ନିଆଯାଇଛି। ଏ କ୍ଷେତ୍ରରେ ଭାରତକୁ ସହାୟତା କରିବ ତାଇୱାନ୍। ତାଇୱାନ୍ ଭାରତକୁ ବିଶ୍ବର ଏକ ଚିଫ୍ ଯୋଗାଣକାରୀ ହବ୍‌ ରେ ପରିଣତ କରିବ। ଏଥିପାଇଁ ଭାରତ ଏବଂ ତାଇୱାନ ପରସ୍ପର ସହ ଏକ ଚୁକ୍ତି ସ୍ବାକ୍ଷର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ କେନ୍ଦ୍ର ସରକାର ଶୁକ୍ଳ ଛାଡ କରିବାକୁ ଯୋଜନା କରୁଛନ୍ତି । ଏଥିରେ ଭାରତ ସଫଳ ହେଲେ ଚାଇନାକୁ ପ୍ରଚୁର କ୍ଷତି ପହଞ୍ଚିବ। ତେଣୁ ଏହି ପ୍ରକାରର ପଦକ୍ଷେପ ଭାରତ ସହ ଚୀନ୍‌ର ତିକ୍ତତାକୁ ଆହୁରି ବଢ଼ାଇପାରେ।

ନିକଟରେ ଭାରତ ଏବଂ ତାଇୱାନ୍ ଉଭୟ ଦେଶର ଅଧିକାରୀମାନେ ଚିପ୍ ନିର୍ମାଣ ପ୍ରସଙ୍ଗରେ ସାକ୍ଷାତ ଆଲୋଚନା କରିଛନ୍ତି । ଚିପ୍ ନିର୍ମାଣକାରୀ କମ୍ପାନୀଗୁଡିକୁ ଭାରତକୁ ଆସିବାକୁ ଆକର୍ଷିତ କରିବା ଏହାର ମୁଖ୍ୟ ଲକ୍ଷ୍ୟ। ଏହି ଚିପ୍ ବ୍ୟବସାୟର ମୂଲ୍ୟ ୭.୫ ବିଲିୟନ ଡ଼ଲାର । ୫ଜି ଉପକରଣଠାରୁ ଆରମ୍ଭ କରି ଇଲେକ୍‌ଟ୍ରିକ୍ କାର ପର୍ଯ୍ୟନ୍ତ ପ୍ରତ୍ୟେକ ସାମଗ୍ରୀ ପାଇଁ ଭାରତ ଚିପ୍ ନିର୍ମାଣକାରୀ କମ୍ପାନୀଗୁଡିକୁ ଭାରତକୁ ଆମନ୍ତ୍ରଣ କରିବାକୁ ଚାହୁଁଛି। ଏଥିପାଇଁ ଏବେ ପର୍ଯ୍ୟାପ୍ତ ଜମି, ଜଳ ଏବଂ ଶ୍ରମ ସୁବିଧା ଥିବା ଅଞ୍ଚଳ ଚିହ୍ନଟ କରାଯାଉଛି। ୨୦୨୩ରୁ ଭାରତ ବିଶ୍ବର ଚିପ୍ ନିର୍ମାତାମାନଙ୍କୁ ୫୦ ପ୍ରତିଶତ ପୁଞ୍ଜି ବ୍ୟୟ ପାଣ୍ଠି ଯୋଗାଇବାକୁ ଲକ୍ଷ୍ୟ ରଖିଛି। ଏହାସହିତ କମ୍ପାନୀଗୁଡିକୁ ଟିକସ ରିଆତି ଏବଂ ଅନ୍ୟାନ୍ୟ ପ୍ରୋତ୍ସାହନ ସୁବିଧା ମଧ୍ୟ ଦିଆଯାଇପାରେ। ତେବେ ତାଇୱାନର ଅଧିକାରୀମାନେ ଏ ବାବଦରେ ଦ୍ୱିପାକ୍ଷିକ ଚୁକ୍ତି କରି ତୁରନ୍ତ ଆଗକୁ ଅଗ୍ରସର ହେବାକୁ ଚାହୁଁଛନ୍ତି। ଭାରତ ସରକାରଙ୍କ ଏହି ପଦକ୍ଷେପରେ ପ୍ରାୟ ଏକ ଡଜନ ଉତ୍ପାଦ ଉପରେ ଶୁଳ୍କ ହ୍ରାସ କରିପାରନ୍ତି । ସେମିକଣ୍ଡକ୍ଟର ନିର୍ମାଣ ପାଇଁ ବ୍ୟବହୃତ ଜିନିଷଗୁଡ଼ିକ ଉପରେ ଶୁଳ୍କ ହ୍ରାସ କରାଯାଇପାରେ। ବିଶ୍ବ ଚିପ୍ ନିର୍ମାତାମାନଙ୍କୁ ଭାରତକୁ ଆକର୍ଷିତ କରିବା ପାଇଁ ସରକାର ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ମଧ୍ୟ ବିଚାର କରୁଛନ୍ତି।

About The Author: The Sakala