ସର୍ଚ୍ଚ ପରେ ମୋବାଇଲ୍‌ ଓ ୱେବ୍‌ରୁ ଡିଲିଟ୍‌ କରନ୍ତୁ ହିଷ୍ଟ୍ରୀ, ନ ହେଲେ ହୋଇପାରେ ତଥ୍ଯ ଲିକ୍

ଫେସ୍‌ବୁକ୍‌ ଦେଖିବା ଓ କମେଣ୍ଟ୍‌ ଲେଖିବା ଯେତିକି ସହଜ, ତା’ର ସର୍ଚ୍ଚ ହିଷ୍ଟ୍ରି ଡିଲିଟ୍‌ କରିବା ସେିତିକି ବିରକ୍ତିକର। ତେଣୁ ପ୍ରାୟ ସମସ୍ତେ ଏହାକୁ ଡିଲିଟ୍‌ କରିପାରିନଥାନ୍ତି। ଫେସ୍‌ବୁକ୍‌ରେ ଯାହା କିଛି ସର୍ଚ୍ଚ କରାଯାଏ, ତାହାର ସମ୍ପୂର୍ଣ୍ଣ ବିବରଣୀ ଷ୍ଟୋର୍‌ ହୋଇ ରହିଥାଏ। ତେଣୁ ଏହାଦ୍ବାରା ତଥ୍ୟ ଲିକ୍‌ ହେବାର ଭୟ ଥାଏ। ତେଣୁ ପ୍ରତ୍ୟେକ ସର୍ଚ୍ଚ ପରେ ମୋବାଇଲ୍‌ ଓ ୱେବ୍‌ରୁ ତା’ର ହିଷ୍ଟ୍ରୀ ଡିଲିଟ୍‌ କରିଦେବା ଉଚିତ। ଏହାକୁ କିଭଳି କରିହେବ, ସେ ସମ୍ପର୍କିତ […]

ଫେସ୍‌ବୁକ୍‌ ଦେଖିବା ଓ କମେଣ୍ଟ୍‌ ଲେଖିବା ଯେତିକି ସହଜ, ତା’ର ସର୍ଚ୍ଚ ହିଷ୍ଟ୍ରି ଡିଲିଟ୍‌ କରିବା ସେିତିକି ବିରକ୍ତିକର। ତେଣୁ ପ୍ରାୟ ସମସ୍ତେ ଏହାକୁ ଡିଲିଟ୍‌ କରିପାରିନଥାନ୍ତି। ଫେସ୍‌ବୁକ୍‌ରେ ଯାହା କିଛି ସର୍ଚ୍ଚ କରାଯାଏ, ତାହାର ସମ୍ପୂର୍ଣ୍ଣ ବିବରଣୀ ଷ୍ଟୋର୍‌ ହୋଇ ରହିଥାଏ। ତେଣୁ ଏହାଦ୍ବାରା ତଥ୍ୟ ଲିକ୍‌ ହେବାର ଭୟ ଥାଏ। ତେଣୁ ପ୍ରତ୍ୟେକ ସର୍ଚ୍ଚ ପରେ ମୋବାଇଲ୍‌ ଓ ୱେବ୍‌ରୁ ତା’ର ହିଷ୍ଟ୍ରୀ ଡିଲିଟ୍‌ କରିଦେବା ଉଚିତ। ଏହାକୁ କିଭଳି କରିହେବ, ସେ ସମ୍ପର୍କିତ କିଛି ଟିପ୍ସ –

ମୋବାଇଲ୍‌ରୁ ଡିଲିଟ୍‌ ପାଇଁ
ପ୍ରଥମେ ମୋବାଇଲ୍‌ରେ ‘ଫେସ୍‌ବୁକ୍‌’ ଖୋଲନ୍ତୁ।
ଏହାପରେ ଫେସ୍‌ବୁକ୍‌ ପେଜ୍‌ ଉପରେ ଥିବା ‘ସର୍ଚ୍ଚ’ ଆଇକନ୍‌ ଉପରେ କ୍ଲିକ୍ କରନ୍ତୁ।
‘ସର୍ଚ୍ଚ’ ଅପ୍‌ସନ୍‌ ଖୋଲିବା ପରେ, ସେଥିରେ ଥିବା ‘ଏଡିଟ୍’ ଅପସନ୍‌କୁ ଯାଆନ୍ତୁ।
ଏହାପରେ ‘ଆକ୍ଟିଭିଟି ଲଗ୍‌’ ପେଜ୍‌ ଖୋଲିବ। ଏହାପରେ ଫେସ୍‌ବୁକ୍‌ର ସର୍ଚ୍ଚ ହିଷ୍ଟ୍ରୀ ହଟାଇବା ପାଇଁ ‘କ୍ଲିଅର୍‌ ସର୍ଚ୍ଚ’ ଅପସନ୍‌ ଉପରେ କ୍ଲିକ୍‌ କରନ୍ତୁ।

ୱେବ୍‌ରୁ ଡିଲିଟ୍‌ ପାଇଁ
ନିଜ ବ୍ରାଉଜର୍‌ରେ ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ. ଫେସ୍‌ବୁକ୍‌ ଡଟ୍‌ କମ୍ ଖୋଲନ୍ତୁ।
ସ୍କ୍ରିନ୍‌ର ରାଇଟ୍‌ ସାଇଟ୍‌ରେ ଉପରକୁ ଥିବା ନିମ୍ନତୀର ଚିହ୍ନରେ କ୍ଲିକ୍‌ କରନ୍ତୁ। ଏହାପରେ ‘ପ୍ରାଇଭେସି ଆଣ୍ଡ୍‌ ସିକ୍ବୋରିଟି’ ଅପସନ୍‌ ଚୟନ କରନ୍ତୁ।
ଆକ୍ଟିଭିଟି ଲଗ୍‌ ଉପରେ କ୍ଲିକ୍‌ କରି ଲଙ୍ଗ୍‌ ଆକ୍ସନ୍ ଆଣ୍ଡ୍‌ ଅଦର୍‌ ଆକ୍ଟିଭିଟି’କୁ ଚୟନ କରନ୍ତୁ।
ଏହାପରେ ସର୍ଚ୍ଚ ହିଷ୍ଟ୍ରୀ ଉପରେ କ୍ଲିକ୍‌ କରି କ୍ଲିୟାର୍‌ ହିଷ୍ଟ୍ରୀ ଅପ୍‌ସନ୍‌କୁ ଟଚ୍‌ କରନ୍ତୁ।

About The Author: The Sakala