ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଉପଯୋଗ ଏବେ ପ୍ରତ୍ୟେକ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଏହା ଶିକ୍ଷା କ୍ଷେତ୍ରରୁ ମଧ୍ୟ ବାଦ୍ ପଡ଼ି ନାହିଁ। ତେବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଯଦି ଠିକ୍ ଭାବେ ଉପଯୋଗ କରାଯିବ, ତେବେ କ’ଣ କଲେ ଏହାକୁ ସୁଧାରି ହେବ, ସେ ବିଷୟରେ ଜାଣନ୍ତୁ।
-ଚାଟ୍ଜିପିଟି ପଢ଼ା ଶୈଳୀ ଅନୁଯାୟୀ କଣ୍ଟେଣ୍ଟ ପ୍ରସ୍ତୁତ କରିଥାଏ। ଏହା ଦ୍ବାରା କଷ୍ଟକର ବିଷୟ ବୁଝିବାରେ ସହଜ ହୁଏ।
-ଚାଟ୍ଜିପିଟି ସାହାଯ୍ୟରେ ପଢ଼ା ସମ୍ବନ୍ଧିତ ଦ୍ବନ୍ଦ୍ବକୁ ତୁରନ୍ତ ଦୂର କରିପାରିବେ।
-ଏହା ମାଧ୍ୟମରେ ଅଭ୍ୟାସ ପାଇଁ ପ୍ରଶ୍ନପତ୍ର ମଧ୍ୟ ପ୍ରସ୍ତୁତ କରିପାରିବେ।
-ଚାଟ୍ଜିପିଟି ସାହାଯ୍ୟରେ ପଢ଼ା ପାଇଁ ଯୋଜନା ମଧ୍ୟ କରିପାରିବେ।
-ଏହା ମାଧ୍ୟମରେ କୌଣସି ପ୍ରସଙ୍ଗକୁ ବିଭିନ୍ନ ଉପାୟରେ ବୁଝିପାରିବେ।
-ଆସାଇନ୍ମେଣ୍ଟ ପାଇଁ ମଧ୍ୟ ଏହାକୁ ଉପଯୋଗ କରିପାରିବେ।
-ପରୀକ୍ଷା ସମୟରେ ପଢ଼ା ଟିପ୍ସ ଦେଇ ଏହା ପ୍ରୋତ୍ସାହିତ କରିବାକୁ ସକ୍ଷମ ହୋଇଥାଏ।
-ପରୀକ୍ଷା ପ୍ରସ୍ତୁତିକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଏହାକୁ ଟୁଲ୍ ଭାବେ ମଧ୍ୟ ଉପଯୋଗ କରାଯାଇପାରିବ।