ଗିରଫ ପରେ ଯୁବରାଜଙ୍କୁ ଜାମିନ

ଚଣ୍ଡିଗଡ଼: ସ୍ପିନର ଯୁଜବେନ୍ଦ୍ର ଚହଲଙ୍କୁ ନେଇ ଜାତିଆଣା ମନ୍ତବ୍ୟ ଦେଇଥିବା ମାମଲାରେ ଭାରତୀୟ କ୍ରିକେଟ୍ ଦଳର ପ୍ରାକ୍ତନ ତାରକା ଅଲ୍‌ରାଉଣ୍ଡର ଯୁବରାଜ ସିଂହଙ୍କୁ ରବିବାର ହରିୟାଣାର ହିସାରା ପୁଲିସ ଗିରଫ କରିଛି। ତେବେ ଗିରଫ କରିବାର ପରେ ତାଙ୍କୁ ଜାମିନ ମିଳିଯାଇଛି। ଜାମିନ ମିଳିବା ପୂର୍ବରୁ ଯୁବରାଜଙ୍କୁ ୩ ଘଣ୍ଟା ପାଖାପାଖୁ ପଚରାଉଚରା କରାଯାଇଥିଲା ବୋଲି ଜଣାପଡ଼ିଛି। ରିପୋର୍ଟ ମୁତାବକ, ଗତବର୍ଷ ସାମାଜିକ ଗଣମାଧ୍ୟମ ସାଇଟ୍ ଇନ୍‌ଷ୍ଟାଗ୍ରାମରେ ରୋହିତ୍ ଶର୍ମାଙ୍କ ବାର୍ତ୍ତାଳାପ ସମୟରେ ଚହଲଙ୍କୁ ନେଇ ଯୁବରାଜ […]

ଚଣ୍ଡିଗଡ଼: ସ୍ପିନର ଯୁଜବେନ୍ଦ୍ର ଚହଲଙ୍କୁ ନେଇ ଜାତିଆଣା ମନ୍ତବ୍ୟ ଦେଇଥିବା ମାମଲାରେ ଭାରତୀୟ କ୍ରିକେଟ୍ ଦଳର ପ୍ରାକ୍ତନ ତାରକା ଅଲ୍‌ରାଉଣ୍ଡର ଯୁବରାଜ ସିଂହଙ୍କୁ ରବିବାର ହରିୟାଣାର ହିସାରା ପୁଲିସ ଗିରଫ କରିଛି। ତେବେ ଗିରଫ କରିବାର ପରେ ତାଙ୍କୁ ଜାମିନ ମିଳିଯାଇଛି। ଜାମିନ ମିଳିବା ପୂର୍ବରୁ ଯୁବରାଜଙ୍କୁ ୩ ଘଣ୍ଟା ପାଖାପାଖୁ ପଚରାଉଚରା କରାଯାଇଥିଲା ବୋଲି ଜଣାପଡ଼ିଛି।

ରିପୋର୍ଟ ମୁତାବକ, ଗତବର୍ଷ ସାମାଜିକ ଗଣମାଧ୍ୟମ ସାଇଟ୍ ଇନ୍‌ଷ୍ଟାଗ୍ରାମରେ ରୋହିତ୍ ଶର୍ମାଙ୍କ ବାର୍ତ୍ତାଳାପ ସମୟରେ ଚହଲଙ୍କୁ ନେଇ ଯୁବରାଜ କିଛି ଜାତିଆଣ ମନ୍ତବ୍ୟ ଦେଇଥିଲେ। ଏହି ଘଟଣା ଗତ ଫେବୃଆରୀରେ ହିସାରାର ଜଣେ ଓକିଲ ହାନସି ପୁଲିସ୍ ଷ୍ଟେସନରେ ଏସ୍‌ସି ଏସ୍‌ଟି ଆକ୍ଟରେ ଏଫ୍‌ଆଇଆର୍ ରୁଜୁ କରାଯାଇଥିଲା। ରୋହିତଙ୍କ ସହ ଏହି ବାର୍ତ୍ତାଳାପ ସମୟରେ ଦଳିତ ସମାଜ ବିରୋଧରେ ‘ଘୃଣ୍ୟ’ ଓ ‘ଅସମ୍ମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ହାନସି ପୁଲିସ ଅଧିକ୍ଷକ ନିତିକା ଗେହଲଟ୍‌ କହିଛନ୍ତି, ‘ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଯୁବରାଜ ଅନୁସନ୍ଧାନକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇଥିଲେ। ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ଯୁବରାଜଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଛି।’

About The Author: The Sakala