ଟିଜର ଜାରି କରି ପ୍ରଶଂସକଙ୍କ ହୃଦସ୍ପନ୍ଦନ ବଢାଇଲେ ଯୁବରାଜ, କହିଲେ ଦ୍ଵିତୀୟ ଇନିଂସର ସମୟ ଆସି ଯାଇଛି

ନୂଆଦିଲ୍ଲୀ: ପୁଣି ଥରେ କିକ୍ରେଟ ମଇଦାନକୁ ଫେରିବା ନେଇ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହ ଦର୍ଶକଙ୍କୁ ଆଭାସ ଦେଇଛନ୍ତି । ଏହି ସୂଚନା ପରେ ସବୁ କ୍ରିକେଟ ପ୍ରେମୀଙ୍କ ଦିଲ୍‌ର ଧଡ଼କନ ବଢିବାରେ ଲାଗିଛି। ମଙ୍ଗଳବାର ଟ୍ଵିଟରରେ ଏକ ଭିଡିଓ ଜାରି କରି ନିଜର ଅନୁଗାମୀଙ୍କୁ ବଡ ସରପ୍ରାଇଜ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ଏହି ଟ୍ବିଟର  ଭିଡିଓ କ୍ୟାପସନରେ ଯୁବରାଜ ଲେଖିଛନ୍ତି  ଯେ, ବର୍ଷର ଏ ହେଉଛି ସେହି ସମୟ, କଣ ଆପଣ ଏଥିପାଇଁ ପ୍ରସ୍ତୁତ […]

ନୂଆଦିଲ୍ଲୀ: ପୁଣି ଥରେ କିକ୍ରେଟ ମଇଦାନକୁ ଫେରିବା ନେଇ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହ ଦର୍ଶକଙ୍କୁ ଆଭାସ ଦେଇଛନ୍ତି । ଏହି ସୂଚନା ପରେ ସବୁ କ୍ରିକେଟ ପ୍ରେମୀଙ୍କ ଦିଲ୍‌ର ଧଡ଼କନ ବଢିବାରେ ଲାଗିଛି। ମଙ୍ଗଳବାର ଟ୍ଵିଟରରେ ଏକ ଭିଡିଓ ଜାରି କରି ନିଜର ଅନୁଗାମୀଙ୍କୁ ବଡ ସରପ୍ରାଇଜ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି।

ଏହି ଟ୍ବିଟର  ଭିଡିଓ କ୍ୟାପସନରେ ଯୁବରାଜ ଲେଖିଛନ୍ତି  ଯେ, ବର୍ଷର ଏ ହେଉଛି ସେହି ସମୟ, କଣ ଆପଣ ଏଥିପାଇଁ ପ୍ରସ୍ତୁତ ଅଛନ୍ତି ? ଏହି ସବୁ ପାଇଁ ଯାହା ସବୁ ଦରକାର ହୋଇଥାଏ କଣ ଆପଣଙ୍କ ପାଖରେ ସେହି ଉତ୍ସାହ ରହିଛି କି ? ଆପଣଙ୍କ ପାଇଁ ଏକ ବଡ ସରପ୍ରାଇଜ୍ ରହିଛି ଦୋସ୍ତ ! ସାଙ୍ଗରେ ଥାଆନ୍ତୁ !


ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଯୁବରାଜ ନିଜ ଘରେ ବଲ୍ ଧରି ଚାଲୁଛନ୍ତି। ଛାୟା ବ୍ୟାଟିଂ ମଧ୍ୟ କରୁଛନ୍ତି। ଏଥିସହ ପଚ୍ଛଦପଟ୍ଟରେ କିଛି ପୁରୁଣା ମ୍ୟାଚ୍‌ର କମେଣ୍ଟ୍ରି ଚାଲୁଛି। ଏଥିରେ ଇଂଲଣ୍ଡ ବିପକ୍ଷ ୨୦୦୭ ବିଶ୍ଵ କପ୍ ଟି-୨୦ରେ ଏକ ଓଭରରେ ଲଗାଇଥିବା ଛଅ ଛକାର କମେଣ୍ଟ୍ରି ମଧ୍ୟ ସାମିଲ୍।

ଯୁବରାଜ ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇ ସାରିଥିଲେ। ମାତ୍ର ଏହା ପରେ ଆବୁଧାବିରେ ଟି-୧୦ ଲିଗ୍‌ରେ ସେ ଖେଳିଛନ୍ତି। ସଚିନ ତେନ୍ଦୁଲକର, ବ୍ରାଏନ ଲାରା ଏବଂ ବୀରେନ୍ଦ୍ର ସେହ୍ଵାଗଙ୍କ ପରି କ୍ରିକେଟ୍ ଖେଳାଳିଙ୍କ ସହିତ ରୋଡ୍ ସେଫଟୀ ସିରିଜ୍ ମଧ୍ୟ ଖେଳିଛନ୍ତି।

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ଆସନ୍ତା ୨୦୨୨ ଫେବ୍ରୁଆରୀ ମାସରେ କ୍ରିକେଟ ମଇଦାନକୁ ଫେରିବେ ବୋଲି ଯୁବରାଜ ଘୋଷଣା କରିଥିଲେ । ଇନଷ୍ଟଗ୍ରାମରେ ପୋଷ୍ଟରେ ଯୁବରାଜ ଲେଖିଥିଲେ ଯେ, ‘ ଭଗବାନ ତୁମର ଭାଗ୍ୟ ନିଦ୍ଧାରଣ କରନ୍ତି ! ଆପଣମାନଙ୍କ ଇଚ୍ଛା ପାଇଁ ଆସନ୍ତା ଫେବ୍ରୂୁଆରୀ ମାସରେ ମୁଁ ପଡିଆକୁ ଫେରିବି ବୋଲି ଆଶାବାଦୀ ଅଛି ।ଆପଣମାନଙ୍କ ଭଲ ପାଇବା ଓ ସୁଭେଚ୍ଛା ପାଇଁ ଧନ୍ୟବାଦ । ଏହା ମୋ ପାଇଁ ବହୁତ ମୂଲ୍ୟବାନ। ଇଣ୍ଡିଆକୁ ସମର୍ଥନ ଜାରି ରଖନ୍ତୁ । ଏହା ଆମର ଟିମ୍ ଏବଂ ଜଣେ ପ୍ରକୃତ ପ୍ରଶସଂକ ଖରାପ ସମୟରେ ମଧ୍ୟ ସମର୍ଥନ ଜାରି ରଖେ’।

View this post on Instagram

A post shared by Yuvraj Singh (@yuvisofficial)

 

About The Author: The Sakala