ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ, ହାଇଦ୍ରାବାଦ ଆଗରେ ୨୦୮ରନର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ

ମୁମ୍ବାଇ : ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ୫୦ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମୁକାବିଲାରେ ହାଇଦ୍ରାବାଦ ଅଧିନାୟକ କେନ୍‌ ୱିଲିୟମସନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୦୭ ରନ କରିଥିଲା […]

ମୁମ୍ବାଇ : ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ୫୦ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମୁକାବିଲାରେ ହାଇଦ୍ରାବାଦ ଅଧିନାୟକ କେନ୍‌ ୱିଲିୟମସନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା।

ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୦୭ ରନ କରିଥିଲା । ଏହି ମ୍ୟାଚରେ ଦିଲ୍ଲୀ ଦଳର ତାରକା ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ନରଙ୍କ ବ୍ୟାଟର ଚମକ ଦେଖିବାକୁ ମିଳିଛି । ସେ ମାତ୍ର ୫୮ଟି ବଲରୁ ବିସ୍ଫୋରକ ୯୨ ରନ କରିଥିଲେ । ସେହିପରି ମଧ୍ୟଭାଗ ବ୍ୟାଟ୍ସମ୍ୟାନ ରଭମାନ ପାଓ୍ବେଲ ବି ବିସ୍ଫୋରକ ବ୍ୟାଟିଂର ନମୁନା ଦେଖାଇଥିଲେ । ସେ ମାତ୍ର ୩୫ଟି ବଲରୁ ୬ ଛକା, ୩ ଚୌକା ସହ ୬୭ରନ କରିଥିଲେ।


ହାଇଦ୍ରାବାଦ ବିପକ୍ଷରେ ୮ ବର୍ଷ ପରେ ପ୍ରଥମ ଥର ମ୍ୟାଚ୍‌ ଖେଳୁଥିବା ଡେଭିଡ ଓ୍ବାର୍ନର ବିସ୍ଫୋରକ ବ୍ୟାଟିଂ ସମସ୍ତଙ୍କୁ ନିଜର ଫର୍ମର ପଦର୍ଶନ କରିଛନ୍ତି। ଗତବର୍ଷ ଖରାପ ଫର୍ମ ପାଇଁ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ଅଧାରୁ ୱାର୍ଣ୍ଣରଙ୍କୁ ଟିମ୍‌ରୁ ବାହାରେ ବସାଇଥିଲା। ନିଲାମ ବେଳେ ମଧ୍ୟ ହାଇଦ୍ରାବାଦ ୱାର୍ଣ୍ଣରଙ୍କୁ କିଣି ନଥିଲା। ହେଲେ ଏଥର ସେହି ହାଇଦ୍ରାବାଦ ବିପକ୍ଷରେ ସେ ଦମଦାର ବ୍ୟାଟିଂ କରିଛନ୍ତି।

ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଇତି ମଧ୍ୟରେ ୯ଟି ମ୍ୟାଚ୍‌ ଖେଳି ୪ ବିଜୟ ସହ ୯ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ଦିଲ୍ଲୀ କ୍ୟାପିଟାଲ୍ସ ସପ୍ତମ ସ୍ଥାନରେ ରହିଛି । ଦଳର ରନ୍‌ ରେଟ୍‌ ସର୍ବାଧିକ ୦.୫୮୭ ରହିଛି । ଆଜିର ମ୍ୟାଚ୍‌ ଜିତିଲେ ଦଳ ସିଧା ସଳଖ ଚତୁର୍ଥ ସ୍ଥାନ ଅକ୍ତିଆର କରି ପାରିବ। ସେହିପରି ସନରାଇଜର୍ସ ମଧ୍ୟ ୯ଟି ମ୍ୟାଚ୍‌ ଖେଳି ୫ ବିଜୟ ୧୦ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ସନରାଇଜର୍ସ ବର୍ତ୍ତମାନ ପଞ୍ଚମ ସ୍ଥାନରେ ରହିଛି । ମ୍ୟାଚ୍‌ ବିଜୟୀ ହେଲେ ଦଳ ଚତୁର୍ଥକୁ ଉନ୍ନୀତ ହେବ ।

About The Author: The Sakala