ଆଇପିଏଲ ୨୦୨୨: ଗୁଜରାଟକୁ ୧୭୮ରନର ଟାର୍ଗଟ ଦେଲା ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ର ୫୧ତମ ଲିଗ୍‌ ମୁକାବିଲାରେ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ  ମୁହାଁମୁହିଁ  ହୋଇଛନ୍ତି। ଏହି ମ୍ୟାଚ୍‌ରେ ଗୁଜରାଟ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ଯାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ  ୧୭୭ରନ୍ କରିଛି। ଫଳରେ ଏହି ମ୍ଯାଚକୁ ଜିତିବାକୁ ହେଲେ ଗୁଜରାଟ ଟାଇଟନ୍ସକୁ ୧୭୮ରନର ଆବଶ୍ଯକତା ରହିଛି। ମୁମ୍ବାଇ ଇଣ୍ଡିଆନ୍ସ  ପକ୍ଷରୁ  ରୋହିତ ଶର୍ମା ୨୮ ବଲରେ ୪୩ ରନ କରି ଆଉଟ ହୋଇଥିବା ବେଳେ ଇଶାନ କିଷନ ୨୯ […]

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ର ୫୧ତମ ଲିଗ୍‌ ମୁକାବିଲାରେ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ  ମୁହାଁମୁହିଁ  ହୋଇଛନ୍ତି। ଏହି ମ୍ୟାଚ୍‌ରେ ଗୁଜରାଟ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ଯାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ  ୧୭୭ରନ୍ କରିଛି। ଫଳରେ ଏହି ମ୍ଯାଚକୁ ଜିତିବାକୁ ହେଲେ ଗୁଜରାଟ ଟାଇଟନ୍ସକୁ ୧୭୮ରନର ଆବଶ୍ଯକତା ରହିଛି।

ମୁମ୍ବାଇ ଇଣ୍ଡିଆନ୍ସ  ପକ୍ଷରୁ  ରୋହିତ ଶର୍ମା ୨୮ ବଲରେ ୪୩ ରନ କରି ଆଉଟ ହୋଇଥିବା ବେଳେ ଇଶାନ କିଷନ ୨୯ ବଲରେ ୪୫ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ଯକୁମାର ଯାଦ ୧୧ ବଲରେ ୧୩ ଓ କିରେନ ପୋଲାର୍ଡ ୧୪ ବଲରେ ୪ ରନ କରି ଆଉଟ ହୋଇଥିଲେ।  ଟିମ ଡେଭିଡ୍‌ ଓ ତିଳକ ବର୍ମା ପାରିକୁ ସମ୍ଭାଳିଥିଲେ। ପରେ ତିଳକ ବର୍ମା ୧୬ ବଲରେ ୨୧ ରନ କରି ରନ ଆଉଟ ହୋଇଥିଲେ। ଟିମ ଡେଭିଡଙ୍କ ସହ ପାରିକୁ ସମ୍ଭାଳିବା ପାଇଁ ଡାନିଏଲ ସାମ୍ସ, ଆସିଥିଲେ।  ଡାନିଏଲ ସାମ୍ସ, ଏକ ବଡ ସଟ୍ ଖେଳିବାକୁ ଯାୟୀ କ୍ଯାଚ ଆଉଟ ହୋଇଥିଲେ। ଟିମ ଡେଭିଡ ଏକ ବିସ୍ଫୋର ଇଂନିସ ଖେଳିଥିଲେ। ୨୧ ବଲରେ ୪୪ ରନ କରି ଟିମ ଡେଭିଡ ଅପରାଜିତ ରହିଥିଲେ।

ଗୁଜରାଟ ଟାଇଟନ୍ସ ପକ୍ଷରୁ ରସିଦ ଖାନ ୨ଟି ୱିକେଟ ନେଇଥିବା ବେଳେ ଅଲଜାରୀ ଜୋଶେଫ, ଲୋକି ଫର୍ଗୁସନ ଓ ପ୍ରଦୀନ ସଙ୍ଗୱାନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

About The Author: The Sakala