ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସ୍ଥଗିତ ଥିବା ଆଇପିଏଲ – ୨୦୨୧ର ଅବଶିଷ୍ଟ ମ୍ୟାଚ୍ ୟୁଏଇରେ ହେବ । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କୌଣସି ନିର୍ଦ୍ଦିଷ୍ଟ ତାରିଖ ଏଯାଏଁ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇନାହିଁ । ଆଇପିଏଲର ବଳକା ମ୍ୟାଚ ଗୁଡିକକ ୟୁଏଇରେ ହେବ ବୋଲି ସ୍ପଷ୍ଟ ହୋଇଛି ।
ସୂଚନା ଅନୁଯାୟୀ, ବିଭିନ୍ନ ଟିମର ଖେଳାଳି ଓ କୋଚ୍ କରୋନାରେ ସଂକ୍ରମିତ ହେବା ପରେ ଆଇପିଏଲ ୨୦୨୧କୁ ଅଧାରୁ ସ୍ଥଗିତ କରିବାକୁ ପଡିଥିଲା। ତେବେ ଆଜି ବିସିସିଆଇର ବୈଠକରେ ୟୁଏଇରେ ଆଇପିଏଲ ମ୍ୟାଚ୍ ଖେଳାଯିବା ନେଇ ନିଷ୍ପତି ନିଆଯାଇଛି ।