ଆଇପିଏଲ ୨୦୨୧: କେକେଆରକୁ ୨୦୫ ରନ୍ ଟାର୍ଗେଟ ଦେଲା ଆରସିବି

ମୁମ୍ବାଇ :  ଆଇପିଏଲ ଦଶମ ମ୍ୟାଚ୍‌ରେ ଆରସିବି ଏବଂ କେକେଆର ମୁହାଁମୁହିଁ ହୋଇଛନ୍ତି। ଆଜିର ମ୍ୟାଚ୍‌ରେ ଆରସିବି କେକେଆର ଆଗରେ ବିଶାଳ ରନ୍‌ ଛିଡ଼ା କରିଛି। ଆରସିବର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଏବଂ ଏବି ଡିଭିଲିୟର୍ସ ଧଆଁଦାର ବ୍ଯାଟିଂ ଦେଖିବାକୁ ମିଳିଥିଲା। ମ୍ୟାକ୍ସଓ୍ବେଲ ୪୯ ବଲ୍‌ରେ ୭୮ ରନ୍‌ର ପାଳି ଖେଳିଥିବା ବେଳେ ଡିଭିଲିୟର୍ସ ୩୪ ବଲ୍‌ରେ ୭୬ ରନ୍‌ କରି ଅପାରାଜିତ ଅଛନ୍ତି। ନିର୍ଦ୍ଧାରିତ ୨୦ ଓଭରରେ ଆରସିବି  ୪ ଓ୍ବିକେଟ ହରାଇଁ ୨୦୪ ରନ୍‌ କରିଛି। […]

ମୁମ୍ବାଇ :  ଆଇପିଏଲ ଦଶମ ମ୍ୟାଚ୍‌ରେ ଆରସିବି ଏବଂ କେକେଆର ମୁହାଁମୁହିଁ ହୋଇଛନ୍ତି। ଆଜିର ମ୍ୟାଚ୍‌ରେ ଆରସିବି କେକେଆର ଆଗରେ ବିଶାଳ ରନ୍‌ ଛିଡ଼ା କରିଛି। ଆରସିବର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଏବଂ ଏବି ଡିଭିଲିୟର୍ସ ଧଆଁଦାର ବ୍ଯାଟିଂ ଦେଖିବାକୁ ମିଳିଥିଲା। ମ୍ୟାକ୍ସଓ୍ବେଲ ୪୯ ବଲ୍‌ରେ ୭୮ ରନ୍‌ର ପାଳି ଖେଳିଥିବା ବେଳେ ଡିଭିଲିୟର୍ସ ୩୪ ବଲ୍‌ରେ ୭୬ ରନ୍‌ କରି ଅପାରାଜିତ ଅଛନ୍ତି। ନିର୍ଦ୍ଧାରିତ ୨୦ ଓଭରରେ ଆରସିବି  ୪ ଓ୍ବିକେଟ ହରାଇଁ ୨୦୪ ରନ୍‌ କରିଛି।

ଅନ୍ଯପକ୍ଷରେ କେକେଆର ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୨ଟି ଓ୍ବିକେଟ ନେଇଛନ୍ତି। ପାଟ କୁମିନ୍ସ ଏବଂ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି।

About The Author: The Sakala